ମନୋରଞ୍ଜନ
ଓଡ଼ିଶା
ଦେହ ଖରାପ ଅଛି, ତୁରନ୍ତ ଘରକୁ ଆସନ୍ତୁ କହି ଡାକ୍ତରଙ୍କୁ ଡକାଇଲେ… ଆଉ ତା’ ପରେ ….
ଭୁବନେଶ୍ୱର : ଲୁଟିବାର ନୂଆ ତରିକା ଆପଣାଇଥିଲେ ଯୁବ ଦମ୍ପତି। ଦେହ ଖରାପ ଅଛି, ତୁରନ୍ତ ଘରକୁ ଆସନ୍ତୁ କହି ଜଣେ ଡାକ୍ତରଙ୍କୁ ଡକାଇଲେ। ଆଉ ଚିକିତ୍ସା କରିବେ କଣ ଅପହରଣ କରି ମାଗିଲେ ୨୫ ଲକ୍ଷ ଟଙ୍କା। ଆଜି ଏପରି ଏକ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା। ଡାକ୍ତରଙ୍କୁ ଅପହରଣ କରିବା ପରେ […]
ଭୁବନେଶ୍ୱର : ଲୁଟିବାର ନୂଆ ତରିକା ଆପଣାଇଥିଲେ ଯୁବ ଦମ୍ପତି। ଦେହ ଖରାପ ଅଛି, ତୁରନ୍ତ ଘରକୁ ଆସନ୍ତୁ କହି ଜଣେ ଡାକ୍ତରଙ୍କୁ ଡକାଇଲେ। ଆଉ ଚିକିତ୍ସା କରିବେ କଣ ଅପହରଣ କରି ମାଗିଲେ ୨୫ ଲକ୍ଷ ଟଙ୍କା। ଆଜି ଏପରି ଏକ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।
ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା। ଡାକ୍ତରଙ୍କୁ ଅପହରଣ କରିବା ପରେ ତାଙ୍କୁ ଛାଡ଼ିବା ପାଇଁ ୨୫ ଲକ୍ଷ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ତଥାକଥିତ ଲେଡି ଡନ୍ ସାମିଲ ଅଛି । ତମାଣ୍ଡୋ ପୁଲିସ ଏହି ମାମଲାରେ ଲେଡି ଡନ୍ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି ।
ଗତ ୮ ତାରିଖରେ ଏହି ୪ ଜଣ ଜଣେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଘରକୁ ଡାକି ଅପହରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଇରାନୀ ନିଜର ଦେହ ଖରାପ ଥିବାର ଡାକ୍ତରଙ୍କୁ ଘରକୁ ଡାକିଥିଲେ । ଡାକ୍ତର ଜଣକ ଆସିବା ପରେ ତାଙ୍କୁ ଏମାନେ ବନ୍ଧକ ରଖି ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିଥିଲେ । ୨୫ ଲକ୍ଷ ଟଙ୍କା ନ ଦେଲେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ । ଏହାପରେ ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ସେମାନେ ଡାକ୍ତରଙ୍କ ଠାରୁ ତାଙ୍କ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।
ଏହି ଅପରାଧୀମାନେ ଡାକ୍ତରଙ୍କୁ ଧମକ ଦେଇ ଅନଲାଇନ ପେମେଂଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ । ଏହା ପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କାରଣ ତା’ଠୁ ଅଧିକ ଟ୍ରାନ୍ସଫର ହୋଇପାରି ନଥା’ନ୍ତା। ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ । ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସଂପର୍କରେ ପୁଲିସ୍ କିମ୍ବା ଅନ୍ୟ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ ।





