ବଜ୍ରପାତରେ ୩ ମୃତ

The Sakala Picture
Published On

ବାରିପଦା : ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛେଳି ଚରାଇବାକୁ ଯାଇଥିବା ଗ୍ରାମର ୨ନାବାଳକ ଓ ଜଣେ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ବର୍ଷା ସମୟରେ ସମସ୍ତେ ଏକ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ଘଟିଥିଲା । ଫଳରେ ସମସ୍ତେ ସଜ୍ଞାହୀନ ପୂର୍ବକ ଗୁରୁତର ଆହତ ହୋଇଥିଲେ । ଘରଲୋକ ଖବର ପାଇ ଆମ୍ବୁଲାନ୍ସକୁ ଯୋଗାଯୋଗ […]

ବାରିପଦା : ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛେଳି ଚରାଇବାକୁ ଯାଇଥିବା ଗ୍ରାମର ୨ନାବାଳକ ଓ ଜଣେ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ବର୍ଷା ସମୟରେ ସମସ୍ତେ ଏକ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ଘଟିଥିଲା । ଫଳରେ ସମସ୍ତେ ସଜ୍ଞାହୀନ ପୂର୍ବକ ଗୁରୁତର ଆହତ ହୋଇଥିଲେ । ଘରଲୋକ ଖବର ପାଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୩ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକ ମାନେ ହେଲେ କାଳୀଚରଣ ନାଏକଙ୍କ ପୁଅ ବାବଲୁ(୧୪), ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ(୧୪) ଓ ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା(୧୨) । ସମସ୍ତେ ସମ୍ପର୍କୀୟ । ଏଥି ସହିତ ଘଟଣା ସ୍ଥଳରେ ୨୦ରୁ ଉର୍ଦ୍ଧ୍ବ ଛେଳି ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

13 Jul 2021 By The Sakala

ବଜ୍ରପାତରେ ୩ ମୃତ

ବାରିପଦା : ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛେଳି ଚରାଇବାକୁ ଯାଇଥିବା ଗ୍ରାମର ୨ନାବାଳକ ଓ ଜଣେ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ବର୍ଷା ସମୟରେ ସମସ୍ତେ ଏକ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ଘଟିଥିଲା । ଫଳରେ ସମସ୍ତେ ସଜ୍ଞାହୀନ ପୂର୍ବକ ଗୁରୁତର ଆହତ ହୋଇଥିଲେ । ଘରଲୋକ ଖବର ପାଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୩ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକ ମାନେ ହେଲେ କାଳୀଚରଣ ନାଏକଙ୍କ ପୁଅ ବାବଲୁ(୧୪), ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ(୧୪) ଓ ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା(୧୨) । ସମସ୍ତେ ସମ୍ପର୍କୀୟ । ଏଥି ସହିତ ଘଟଣା ସ୍ଥଳରେ ୨୦ରୁ ଉର୍ଦ୍ଧ୍ବ ଛେଳି ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/3-died-in-lightning-strike-2/article-3728
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର