ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ। ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ। ଏହି […]

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ। ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ମଧ୍ୟ ଆମ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟକରୁଛି। ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି। ଏଥି ସହିତ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ ୧୬ଟି ପାଇପଲାଇନ ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ। ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହିତ ସଂପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି। ଏଣୁ ଆପଣମାନେ ଲୋକମାନଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ରାଜ୍ୟକୁ ଅନ୍ୟ ରାଜ୍ୟ ମଧ୍ୟରେ ଏକ ଉଚ୍ଚ ପଦବୀରେ ରଖିବ । ଦାୟିତ୍ୱ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ନୂତନ ଇଞ୍ଜିନିୟରମାନଙ୍କୁ ନିବେଦନ କରିଛନ୍ତି । ତିନିଜଣ ନୂତନ ଇଞ୍ଜିନିୟର ସୀତିପ୍ରଙଗ୍ ବିଶ୍ୱାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ହୋଇଛି । ସେମାନେ ୫-ଟି ଏବଂ ମୋ-ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା: ଅନୁସୂଚିତ ଜାତି ଆୟୋଗଙ୍କୁ ବିଜେଡିର ସ୍ମାରକପତ୍ର

ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ୟାପକ ଶିଳ୍ପାୟନ, ବନ୍ୟା ପରିଚାଳନା, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏହି ବିଭାଗର ଦାୟିତ୍ୱ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ‘୫-ଟି’ ଉପକ୍ରମ ଅଧୀନରେ ବିଭାଗର ଦକ୍ଷତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏକ ସଙ୍ଗରେ ଏତେ ସଂଖ୍ୟକ ଯନ୍ତ୍ରୀ ଯୋଗଦେବା ଗୁରୁତ୍ୱ ବହନ କରୁଛି।

09 Nov 2022 By The Sakala

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ। ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ମଧ୍ୟ ଆମ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟକରୁଛି। ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି। ଏଥି ସହିତ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ ୧୬ଟି ପାଇପଲାଇନ ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ। ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହିତ ସଂପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି। ଏଣୁ ଆପଣମାନେ ଲୋକମାନଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ରାଜ୍ୟକୁ ଅନ୍ୟ ରାଜ୍ୟ ମଧ୍ୟରେ ଏକ ଉଚ୍ଚ ପଦବୀରେ ରଖିବ । ଦାୟିତ୍ୱ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ନୂତନ ଇଞ୍ଜିନିୟରମାନଙ୍କୁ ନିବେଦନ କରିଛନ୍ତି । ତିନିଜଣ ନୂତନ ଇଞ୍ଜିନିୟର ସୀତିପ୍ରଙଗ୍ ବିଶ୍ୱାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ହୋଇଛି । ସେମାନେ ୫-ଟି ଏବଂ ମୋ-ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ୟାପକ ଶିଳ୍ପାୟନ, ବନ୍ୟା ପରିଚାଳନା, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏହି ବିଭାଗର ଦାୟିତ୍ୱ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ‘୫-ଟି’ ଉପକ୍ରମ ଅଧୀନରେ ବିଭାଗର ଦକ୍ଷତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏକ ସଙ୍ଗରେ ଏତେ ସଂଖ୍ୟକ ଯନ୍ତ୍ରୀ ଯୋଗଦେବା ଗୁରୁତ୍ୱ ବହନ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର