ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୨୦ କୋଟି ଟଙ୍କା ଠକେଇ, ଜଣେ ଗିରଫ

Madhusudan Das Picture
Published On

ସମ୍ବଲପୁର: ଟ୍ରେଡିଂ ନାଁରେ ୨୦ କୋଟି ଟଙ୍କା ଠକେଇ । ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇର ପର୍ଦ୍ଦାଫାସ୍ କରିଛି ପୋଲିସ । ସଦର ଥାନା ଅଂଚଳରେ ୨୦ କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ଦେଲେ ସମ୍ବଲପୁର ଏସ ପି । ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ୨୦ କୋଟି ଟଙ୍କା ଷ୍ଟକ୍ ମାର୍କେଟ ନାଁରେ କରିଥିଲେ ଠକେଇ । ୪୭ ଜଣଙ୍କ ଠାରୁ ଠକେଇ ହୋଇଥିବା ସୂଚନା । ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଟଙ୍କା ସଂଗ୍ରହ ହୋଇଥିଲା । ଗିରଫ ଯୁବକ ସମ୍ବଲପୁରର ବୋଲି ଜଣାପଡିଛି । ଭଡ଼ା ଘର ନେଇ ଅଫିସ୍ ଚଳାଇଥିଲା ଅଭିଯୁକ୍ତ । ଅଫିସରୁ ୫ଟି କଂପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର ସହ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ । ଦୁଇ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଥିଲେ ଗ୍ରାହକ । ଷ୍ଟକ୍ ମାର୍କେଟରେ ମିଛ ପ୍ରଲୋଭନ ଦେଖାଇ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ଅଭିଯୋଗ । ମୁଖ୍ୟ ଅଭିଯୁକ୍ତକୁ ସମ୍ବଲପୁର ପୋଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

27 Nov 2025 By Madhusudan Das

ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୨୦ କୋଟି ଟଙ୍କା ଠକେଇ, ଜଣେ ଗିରଫ

ସମ୍ବଲପୁର: ଟ୍ରେଡିଂ ନାଁରେ ୨୦ କୋଟି ଟଙ୍କା ଠକେଇ । ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇର ପର୍ଦ୍ଦାଫାସ୍ କରିଛି ପୋଲିସ । ସଦର ଥାନା ଅଂଚଳରେ ୨୦ କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ଦେଲେ ସମ୍ବଲପୁର ଏସ ପି । ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ୨୦ କୋଟି ଟଙ୍କା ଷ୍ଟକ୍ ମାର୍କେଟ ନାଁରେ କରିଥିଲେ ଠକେଇ । ୪୭ ଜଣଙ୍କ ଠାରୁ ଠକେଇ ହୋଇଥିବା ସୂଚନା । ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଟଙ୍କା ସଂଗ୍ରହ ହୋଇଥିଲା । ଗିରଫ ଯୁବକ ସମ୍ବଲପୁରର ବୋଲି ଜଣାପଡିଛି । ଭଡ଼ା ଘର ନେଇ ଅଫିସ୍ ଚଳାଇଥିଲା ଅଭିଯୁକ୍ତ । ଅଫିସରୁ ୫ଟି କଂପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର ସହ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ । ଦୁଇ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଥିଲେ ଗ୍ରାହକ । ଷ୍ଟକ୍ ମାର୍କେଟରେ ମିଛ ପ୍ରଲୋଭନ ଦେଖାଇ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ଅଭିଯୋଗ । ମୁଖ୍ୟ ଅଭିଯୁକ୍ତକୁ ସମ୍ବଲପୁର ପୋଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

https://www.thesakala.in/latest-odisha-news/20-crore-rupees-fraud-in-the-name-of-trading-in-share-market/article-43307
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର