ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ୨ ଓଡ଼ିଆ ମନୀଷ ଓ ଅଭିନ୍‌ଙ୍କୁ ମିଳିଲା ଜାମିନ

The Sakala Picture
Published On

ମୁମ୍ୱାଇ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ। ଅକ୍ଟୋବର ୩ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଲିଙ୍କରେ ଗିରଫ ଦୁଇ ଓଡ଼ିଆ ଅଭିନ ସାହୁ ଓ ମନୀଷ ରାଜଗାରିଆଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରାଜଗାରିଆଙ୍କ ଠାରୁ ୨.୪ ଗ୍ରାମ ଓଜନର ଗଞ୍ଜେଇ ମିଳିବାକୁ ତାଙ୍କୁ ଏନସିବି ଗିରଫ କରିଥିଲା। ଏବେ ହାଇକୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି। ମନୀଷଙ୍କ ଘର ରାଉରକେଲା ଓ ଅଭିନଙ୍କ […]

ମୁମ୍ୱାଇ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ। ଅକ୍ଟୋବର ୩ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଲିଙ୍କରେ ଗିରଫ ଦୁଇ ଓଡ଼ିଆ ଅଭିନ ସାହୁ ଓ ମନୀଷ ରାଜଗାରିଆଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରାଜଗାରିଆଙ୍କ ଠାରୁ ୨.୪ ଗ୍ରାମ ଓଜନର ଗଞ୍ଜେଇ ମିଳିବାକୁ ତାଙ୍କୁ ଏନସିବି ଗିରଫ କରିଥିଲା। ଏବେ ହାଇକୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି। ମନୀଷଙ୍କ ଘର ରାଉରକେଲା ଓ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

ଅନ୍ୟପଟେ ଦୀର୍ଘ ୧୯ ଦିନର ଆଇନଗତ ଲଢ଼େଇ ଓ ଆରୋପ-ପ୍ରତିଆରୋପରେ ମଧ୍ୟ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିନି। ଆସନ୍ତାକାଲି ବମ୍ବେ ହାଇକୋର୍ଟର ଜଣିକିଆ ବେଞ୍ଚ ପୁଣି ଜାମିନ ଆବେଦନର ଶୁଣାଣି କରିବେ। ଆଜି ଦୀର୍ଘ ୩ ଘଣ୍ଟାକାଳ ଆର୍ଯ୍ୟନଙ୍କ ଓକିଲ ତଥା ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ଆଜିର ଶୁଣାଣି ବେଳେ ଏନସିବି ଯେଉଁ ସତ୍ୟପାଠ ଦାଖଲ କରିଛି ସେଥିରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରାଯାଇଥିବା ସହ ପ୍ରମାଣ ନଷ୍ଟ ନିମନ୍ତେ ଉଦ୍ୟମ କରାଯାଇଛି ବୋଲି କୁହାଯାଇଛି । କିନ୍ତୁ  ଏନସିବି କୌଣସି ପ୍ରକାରର ଡ୍ରଗ୍ସ ତାଙ୍କ ଠାରୁ ଠାବ କରିନି। ତେଣୁ ସେ କେଉଁ ସବୁ ପ୍ରମାଣ ନଷ୍ଟ କରିବେ ବୋଲି ଆର୍ଯ୍ୟନଙ୍କ ଲାଗି ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣିଂ ଜେନରାଲ ମୁକୁଲ ରୋହତଗୀ କୋର୍ଟରେ ତାଙ୍କ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏଥି ସହିତ ଆର୍ଯ୍ୟନଙ୍କ ବୟସକୁ ନଜରରେ ରଖି ତାଙ୍କୁ ଜାମିନ ମିଳିବା ଦରକାର। ଏନସିବି ତାଙ୍କ ବିରୋଧରେ କେବଳ ହ୍ୱାଟସଆପ୍ ଚାଟକୁ ବ୍ୟବହାର କରୁଛି। ଏହାବାଦ ଆଉ କିଛି ପ୍ରମାଣ ଆର୍ଯ୍ୟନଙ୍କ ବିରୋଧରେ ନାହିଁ ବୋଲି ମୁକୁଲ ରୋହତଗୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର