୫ ଦିନ ମଧ୍ୟରେ ୨ଟି ଲଘୁଚାପ

The Sakala Picture
Published On

ଭୁବନେଶ୍ୱର : ୫ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଦୁଇଟି ଲଘୁଚାପ। ଫଳରେ ଜୁଲାଇ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଘନ ଘନ ଲଘୁଚାପ ଯୋଗୁଁ ଏହି ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ପୂର୍ବରୁ ଜୁଲାଇ ୧୨ ତାରିଖରେ ଏକ ଲଘୁଚାପ ହେବ ବୋଲି ବିଭିନ୍ନ ପାଣପିାଗ ସଂସ୍ଥା ସହିତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ […]

ଭୁବନେଶ୍ୱର : ୫ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଦୁଇଟି ଲଘୁଚାପ। ଫଳରେ ଜୁଲାଇ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଘନ ଘନ ଲଘୁଚାପ ଯୋଗୁଁ ଏହି ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ପୂର୍ବରୁ ଜୁଲାଇ ୧୨ ତାରିଖରେ ଏକ ଲଘୁଚାପ ହେବ ବୋଲି ବିଭିନ୍ନ ପାଣପିାଗ ସଂସ୍ଥା ସହିତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳିଛି। ୧୨ ତାରିଖ ପରେ ୧୬ ତାରିଖ ଅର୍ଥାତ ୫ ଦିନ ବ୍ୟବଧ୍ୟାନରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆମେରିକାର ଜିଏଫ୍‍ଏସ୍‍ ମଡେଲ୍‍ରୁ ଜଣାପଡ଼ୁଛି ଯେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶରେ ପ୍ରବଳା ବର୍ଷାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଦ୍ୱିତୀୟ ଲଘୁଚାପ ପ୍ରଭାବରେ ୧୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବିଶେଷ ଶକ୍ତିଶାଳୀ ହୋଇ ନପାରିଲେ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ମାତ୍ର ୧୬ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନିଭୂତ ହେବାର ସମ୍ଭାବନା ଥିବାରୁ ପ୍ରଥମ ଅପେକ୍ଷା ଦ୍ୱିତୀୟ ଲଘୁଚାପରେ ବର୍ଷା ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ଚଳିତ ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ବୋଲି ଆଇଏମ୍‍ଡି ପକ୍ଷରୁ ଆକଳନ କରାଯାଇଛି। ଏହି ସବୁ ନିୟାମିକ ଦୃଷ୍ଟିରୁ ଆଇଏମ୍‍ଡିର ଜୁଲାଇ ଆକଳନ ସତ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ଥିବା ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ନିମ୍ନଚାପ ରେଖା ଟି ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏଁ ଲମ୍ୱିଛି।

ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ରବିବାର ଏହି ନିମ୍ନ ଚାପରେଖା ଯୋଗୁ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ଟିଟଲାଗଡ଼ରେ ସର୍ବାଧିକ ୫୪ ମିମି ବର୍ଷା ହୋଇଥିବା ବେଳେ ଛତ୍ରପରୁରରେ ୩୨.୬, ବଲାଙ୍ଗୀରରେ ୨୪, ଅନୁଗୁଳରେ ୨୪, ଭୁବନେଶ୍ୱରରେ ୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ନାହିଁ। ହେଲେ ନିୟମିତ ଭାବେ ବର୍ଷା ହେଉ ନ ଥିବାରୁ ଭୂପୃଷ୍ଟ ଉତ୍ତପ୍ତ ରହୁଛି ଓ ରାଜ୍ୟକୁ ଜଳିୟ ବାଷ୍ଫ ଆସୁଥିବାରୁ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ଏହି ସ୍ଥିତି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମଲାକାନଗିରି, କୋରାପୁଟ, କନ୍ଧମାଳ, ଢେଙ୍କାନାଳ ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ମଧ୍ୟ କିଛି ଅଞ୍ଚଳରେ ସମାନ ସ୍ଥିତି ଲାଗି ରହିପାରେ ବୋଲି ପାଣପିଗା କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଦୁଇ ଦିନ ଏମିତି ପାଗ ଲାଗି ରହିବା ପରେ ୭ ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର