୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ଟି ସହରର ତାପମାତ୍ରା, ୪୩.୩ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୩.୩ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ଆଜି ସେହିପରି ବୌଦ୍ଧରେ ୪୨.୯, ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲା […]

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୩.୩ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଆଜି ସେହିପରି ବୌଦ୍ଧରେ ୪୨.୯, ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲା ଓ ବରଗଡ଼ରେ ୪୧.୬ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୪୧.୫, ସୋନପୁର ୪୧.୨, ସୁନ୍ଦରଗଡ଼ ୪୦.୭, ଭବାନୀପାଟଣା ଓ ଯାଜପରର ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନୟାଗଡର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଭୁବନେଶ୍ବର ଓ କଟକରେ ତାପମାଚ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ବରର ତାପମାତ୍ରା ୩୮.୬ ଓ କଟକରେ ତାପମାଚ୍ରା ୩୭.୮ ଡିଗ୍ରୀ ସେଲସିୟସ ରହିଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର