ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ଦଶମ ଓ ଦ୍ୱାଦଶ ପିଲା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଲଗାତାର ଚାରି ଦିନ ହେଲା କରୋନା ସଂକ୍ରମଣ ନିମ୍ନଗାମୀ ରହିଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରନଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ଏବେ ହ୍ରାସ ପାଇବ। ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ବାରା ସଂକ୍ରମଣକୁ […]

ଭୁବନେଶ୍ବର : ରାଜ୍ୟରେ ଲଗାତାର ଚାରି ଦିନ ହେଲା କରୋନା ସଂକ୍ରମଣ ନିମ୍ନଗାମୀ ରହିଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରନଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ଏବେ ହ୍ରାସ ପାଇବ। ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ବାରା ସଂକ୍ରମଣକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଦିଆଇଛି। ଏବେ ପିଲାମାନେ ଅନ୍‌ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ତେବେ କରୋନା ମହାମାରୀ ମଧ୍ୟରେ ଗତବର୍ଷ ଭଳି ଏଥର ମଧ୍ୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଦ୍ବନ୍ଦ ରହିଛି। ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ରହିଥିବା ଦ୍ବନ୍ଦ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଦଶମ ଓ ଦ୍ବାଦଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପସ୍ତୁତ ରହିବା ପାଇଁ କହିଛନ୍ତି। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ ବାର୍ତ୍ତା ଦେଇ କହିଛନ୍ତି ଯେ ‘ ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ। ରାଜ୍ୟ ସରକାର ଆଶାବାଦୀ ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ। କରୋନା ତଳମୁହାଁ ହେଉଛି। ପରିସ୍ଥିତି ସୁଧୁରିବାର ଆଶା ରହିଛି । ଏପରି ହେଲେ ପରୀକ୍ଷା ହେବ। ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସଂକ୍ରମଣର ସ୍ଥିତିକୁ ଦେଖି ଉଚିତ ପଦକ୍ଷେପ ନେବୁ। ସ୍କୁଲ ଖୋଲା ଥିବା ସମୟରେ ଆମେ ଦଶମ ସମେଟିଭ ପରୀକ୍ଷା କରିଛୁ। ଯଦି ରାଜ୍ୟରେ ସଂକ୍ରମଣ ବଢିଲା କିମ୍ବା ପରିସ୍ଥିତି ଖରାପ ହେଲା, ରାଜ୍ୟ ସରକାର ଅଲଗା କଥା ଚିନ୍ତା କରିବେ। ଆମେ ଆଶା ରଖିଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସଂକ୍ରମଣ କମିବ ଏବଂ ଆମେ ପରୀକ୍ଷା କରି ଠିକ ସମୟରେ ଫଳ ବାହାରକରିବୁ। ଏଣୁ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

24 Jan 2022 By The Sakala

ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ଦଶମ ଓ ଦ୍ୱାଦଶ ପିଲା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର : ରାଜ୍ୟରେ ଲଗାତାର ଚାରି ଦିନ ହେଲା କରୋନା ସଂକ୍ରମଣ ନିମ୍ନଗାମୀ ରହିଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରନଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ଏବେ ହ୍ରାସ ପାଇବ। ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ବାରା ସଂକ୍ରମଣକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଦିଆଇଛି। ଏବେ ପିଲାମାନେ ଅନ୍‌ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି।

ତେବେ କରୋନା ମହାମାରୀ ମଧ୍ୟରେ ଗତବର୍ଷ ଭଳି ଏଥର ମଧ୍ୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଦ୍ବନ୍ଦ ରହିଛି। ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ରହିଥିବା ଦ୍ବନ୍ଦ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଦଶମ ଓ ଦ୍ବାଦଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପସ୍ତୁତ ରହିବା ପାଇଁ କହିଛନ୍ତି। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ ବାର୍ତ୍ତା ଦେଇ କହିଛନ୍ତି ଯେ ‘ ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ। ରାଜ୍ୟ ସରକାର ଆଶାବାଦୀ ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ। କରୋନା ତଳମୁହାଁ ହେଉଛି। ପରିସ୍ଥିତି ସୁଧୁରିବାର ଆଶା ରହିଛି । ଏପରି ହେଲେ ପରୀକ୍ଷା ହେବ। ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସଂକ୍ରମଣର ସ୍ଥିତିକୁ ଦେଖି ଉଚିତ ପଦକ୍ଷେପ ନେବୁ। ସ୍କୁଲ ଖୋଲା ଥିବା ସମୟରେ ଆମେ ଦଶମ ସମେଟିଭ ପରୀକ୍ଷା କରିଛୁ। ଯଦି ରାଜ୍ୟରେ ସଂକ୍ରମଣ ବଢିଲା କିମ୍ବା ପରିସ୍ଥିତି ଖରାପ ହେଲା, ରାଜ୍ୟ ସରକାର ଅଲଗା କଥା ଚିନ୍ତା କରିବେ। ଆମେ ଆଶା ରଖିଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସଂକ୍ରମଣ କମିବ ଏବଂ ଆମେ ପରୀକ୍ଷା କରି ଠିକ ସମୟରେ ଫଳ ବାହାରକରିବୁ। ଏଣୁ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର