ଲଘୁଚାପରେ ସୁଧୁରିବନି ନିଅଣ୍ଟିଆ ସ୍ଥିତି

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୧୫ରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ଲଘୁଚାପ ପ୍ରଭାବରେ ଉପକୂଳରେ କମ ବର୍ଷା ହେବ। ଏହା ନିଅଣ୍ଟିଆ ସ୍ଥିତିକୁ ଭରଣା କରିପାରିବନାହିଁ। ତାଙ୍କ କହିବା ଅନୁସାରେ, ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୭ରେ ଓଡ଼ିଶା ଉପକୂଳରେ ରହିବ ଏବଂ ୧୮ରେ ଏହା ଓଡ଼ିଶାର କେନ୍ଦ୍ରୀୟ ଉପକୂଳ ଦେଇ ପଶ୍ଚିମକୁ ମୁହାଁଇବ। […]

ଭୁବନେଶ୍ୱର : ଆସନ୍ତା ୧୫ରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ଲଘୁଚାପ ପ୍ରଭାବରେ ଉପକୂଳରେ କମ ବର୍ଷା ହେବ। ଏହା ନିଅଣ୍ଟିଆ ସ୍ଥିତିକୁ ଭରଣା କରିପାରିବନାହିଁ। ତାଙ୍କ କହିବା ଅନୁସାରେ, ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୭ରେ ଓଡ଼ିଶା ଉପକୂଳରେ ରହିବ ଏବଂ ୧୮ରେ ଏହା ଓଡ଼ିଶାର କେନ୍ଦ୍ରୀୟ ଉପକୂଳ ଦେଇ ପଶ୍ଚିମକୁ ମୁହାଁଇବ। ଲଘୁଚାପ ପ୍ରଭାବରେ ୧୫ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ ବର୍ଷା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରେ ୧୫ରୁ ୧୮ ମଧ୍ୟରେ ବର୍ଷା ବଢ଼ିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୫ରୁ ୧୭ ଏବଂ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ୧୬ରୁ ୧୮ ମୁଖ୍ୟତଃ ବର୍ଷା ହେବ। ଆକଳନ କରାଯାଇଛି ଯେ, ୧୪ରୁ ୨୦ ମଧ୍ୟରେ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ୭ଟି ଉପକୂଳ ଜିଲ୍ଲାରେ ସମୁଦାୟ ବର୍ଷା ୬୦ରୁ ୭୦ ମିମି ରହିବ। ଯାଜପୁରରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ସରଳ ରେଖାର ପୂର୍ବରେ ଥିବା ଆଭ୍ୟନ୍ତରୀଣ ଉତ୍ତରରେ ୭୦ରୁ ୮୦ ମିମି ଏବଂ ପଶ୍ଚିମରୁ ଦକ୍ଷିଣ ଓଡ଼ିଶାରେ ସମୁଦାୟ ୧୦୦ ମିମି ଅଧିକ ବର୍ଷା ହୋଇପାରେ। ବିସ୍ତାରିତ ଅବଧି ପୂର୍ବାନୁମାନ କହୁଛି, ଅଗଷ୍ଟ ୨୦ ପରେ ମାସ ଶେଷ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ। ଫଳରେ ଅଗଷ୍ଟରେ ନିଆଣ୍ଟିଆ ବର୍ଷା ୫୦% ରହିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର