ମନୋରଞ୍ଜନ
ଆମେରିକାର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍ ଯୋଜନା
ୱାଶିଂଟନ୍ : ଆମେରିକାର ଆକାଶମାର୍ଗ ବା ଏୟାରସ୍ପେସର ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଏହାକୁ କୌଣସି ଅସ୍ତ୍ର କବଳରୁ ଅଭେଦ୍ୟ ରଖିବାକୁ ରାଷ୍ଟ୍ରପତି ପ୍ରସ୍ତୁତ କରିଛନ୍ତି ଗୋଲଡେନ୍ ଡୋମ ଯୋଜନା। ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ଗୋଲଡେନ୍ ଡୋମ ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ ନଷ୍ଟ କରିଦେବ। କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ଏହା ବିଶ୍ବର ସବୁଠୁ ଶକ୍ତିଶାଳୀ ଏବଂ ଅଭିନବ ଡୋମ୍ ହେବା ସହିତ ଏହା ରେଞ୍ଜରେ ପୂରା ଦୁନିଆ ରହିବ। […]
ୱାଶିଂଟନ୍ : ଆମେରିକାର ଆକାଶମାର୍ଗ ବା ଏୟାରସ୍ପେସର ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଏହାକୁ କୌଣସି ଅସ୍ତ୍ର କବଳରୁ ଅଭେଦ୍ୟ ରଖିବାକୁ ରାଷ୍ଟ୍ରପତି ପ୍ରସ୍ତୁତ କରିଛନ୍ତି ଗୋଲଡେନ୍ ଡୋମ ଯୋଜନା। ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ଗୋଲଡେନ୍ ଡୋମ ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ ନଷ୍ଟ କରିଦେବ। କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ଏହା ବିଶ୍ବର ସବୁଠୁ ଶକ୍ତିଶାଳୀ ଏବଂ ଅଭିନବ ଡୋମ୍ ହେବା ସହିତ ଏହା ରେଞ୍ଜରେ ପୂରା ଦୁନିଆ ରହିବ। ୧୭୫ ବିଲିୟନ ଡଲାର ବ୍ୟୟରେ ପଅସ୍ତୁତ ହେବାକୁ ଯାଉଥିବା ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ରୁଷିଆ ଏବଂ ଚୀନ୍ ଭଳି ଶକ୍ତିଶାଳୀ ଦେଶଙ୍କ ସମ୍ଭାବ୍ୟ ଆକ୍ରମଣ ବିପଦରୁ ଆମେରିକାକୁ ସୁରକ୍ଷା ଦେବ ବୋଲି କୁହାଯାଇଛି।
ଆଗାମୀ ଦିନରେ ପାରମ୍ପାରିକ ଯୁଦ୍ଧ ତୁଳନାରେ ଇଲେକ୍ଟ୍ରୋନିକ୍ ଓ୍ବାରଫେୟାର ବହୁ ଗୁରୁତ୍ବ ବହନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ଗୋଲଡେନ୍ ଡୋମ ଯୋଜନା ପ୍ରସ୍ତୁତ କରାଯାଉଛି। ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରୁଷିଆ ଏବଂ ଚୀନର ହାଇପରସୋନିକ୍ ମିସାଇଲ୍, ବାଲିଷ୍ଟିକ ମିସାଇଲ ଏବଂ ଅତ୍ୟାଧୁନିକ ଏଆଇ ପ୍ରସ୍ତୁତ ଡ୍ରୋନ ଭବିଷ୍ୟତରେ ଆମେରିକା ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଏହାଛଡ଼ା ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଦୂରଗାମୀ କ୍ଷେପଣାସ୍ତ୍ରକୁ ନେଇ ମଧ୍ୟ ଆମେରିକା ପ୍ରତି ବିପଦ ରହିଛି। ସେଥିପାଇଁ ଟ୍ରମ୍ପ ପ୍ରଶାସନ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।
ଗୋଲଡେନ୍ ଡୋମ ସମ୍ପୂର୍ଣ୍ଣ ଭାବେ ଉପଗ୍ରହ ନେଟଓ୍ବର୍କ ଉପରେ କାର୍ଯ୍ୟ କରିବ। ଯାହାକି କ୍ଷେପଣାସ୍ତ୍ର ଚିହ୍ନଟ କରି ଟ୍ରାକ କରିବା ସହ ତାହାକୁ ନିଷ୍କ୍ରିୟ କରିଦେବ। ଏହା କ୍ଷେପଣାସ୍ତ୍ର ଚିହ୍ନଟ କରିବା ଓ ଏହା ଉପରେ ନଜର ରଖିବା ପାଇଁ ଶତାଧିକ ଉପଗ୍ରହକୁ ନିୟୋଜିତ କରିପାରିବ । ଗୋଲଡେନ୍ ଡୋମ ହାଇପରସୋନିକ ମିସାଇଲ, ବାଲିଷ୍ଟିକ ମିସାଇଲ୍ ଓ ଆଡଭାନ୍ସ କ୍ରୁଜ ମିସାଇଲକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେବ । ୨୦୨୯ ସୁଦ୍ଧା ଗୋଲଡେନ୍ ଡୋମ ଦେଖିବାକୁ ଟ୍ରମ୍ପ ଇଛା ପ୍ରକାଶ କରିଥିଲା ବେଳେ ଏଥିପାଇଁ ୧୭୫ ବିଲିୟନ ଡଲାର ବ୍ୟୟରେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି କୁହାଯାଇଛି।