ବୀରଭୂମରେ ଟିଏମସି କାର୍ଯ୍ୟାଳୟ ଭିତରୁ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Suryakanta Picture
Published On

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ତୃଣମୂଳ କଂଗ୍ରେସ (TMC) ନେତା ଆଶିଷ ବାନାର୍ଜୀଙ୍କ ମୃତଦେହ ଏକ ପାର୍ଟି ଅଫିସରୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ତାଙ୍କ ବାସଭବନ ନିକଟସ୍ଥ ରାମପୁରହାଟର ହାଟତଲା ପଡ଼ା ସ୍ଥିତ ଟିଏମସି କାର୍ଯ୍ୟାଳୟ ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୁଇସାଇଡ୍ ନୋଟ୍‌ ଜବତ ଓ ସାଂଘାତିକ ଖୁଲାସା

ସୂଚନା ଅନୁଯାୟୀ, ଉକ୍ତ ପାର୍ଟି ଅଫିସରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ (ଆତ୍ମହତ୍ୟା ନୋଟ୍) ଜବତ କରିଛି, ଯାହାକି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଚିଠିରେ ବାନାର୍ଜୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ତେବେ ରାଜନୀତିରେ ପ୍ରବେଶ କରିବା ତାଙ୍କର ଏକ ବଡ଼ ଭୁଲ ଥିଲା ବୋଲି ସେ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ନିଜ ଜୀବନକାଳ ମଧ୍ୟରେ କୌଣସି ଦୁର୍ନୀତି କରିନାହାଁନ୍ତି କିମ୍ବା କୌଣସି କାମ ବଦଳରେ ଲାଞ୍ଚ ନେଇନାହାଁନ୍ତି ବୋଲି ଦାବି କରିଛନ୍ତି। ଦଳ ଭିତରେ ହେଉଥିବା ବହୁ ଅନିୟମିତତାକୁ ସେ ଗ୍ରହଣ କରିପାରୁନଥିଲେ ମଧ୍ୟ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାରେ ସମର୍ଥ ହୋଇପାରିନଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏହା ସହିତ ତାରାପୀଠ-ରାମପୁରହାଟ ଉନ୍ନୟନ କର୍ତ୍ତୃପକ୍ଷ (TRDA) ର ବିଭିନ୍ନ ଟେଣ୍ଡର ଏବଂ ବିଲ୍ ପାସ୍ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିଲେ ମଧ୍ୟ କିଛି ବ୍ୟକ୍ତି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ପରିବାରର କୌଣସି ସଦସ୍ୟ ଯେପରି ରାଜନୀତିରେ ପାଦ ନଦିଅନ୍ତି, ସେଥିପାଇଁ ସେ ପରାମର୍ଶ ଦେଇଛନ୍ତି। ପୋଲିସ ଏବେ ଏହି ସୁଇସାଇଡ୍ ନୋଟ୍‌ର ସତ୍ୟାସତ୍ୟ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଦୀର୍ଘ ଦିନର ରାଜନୈତିକ ଜୀବନ ଓ ପରାଜୟ

୭୫ ବର୍ଷୀୟ ଆଶିଷ ବାନାର୍ଜୀ ଜଣେ ଅତ୍ୟନ୍ତ ଲୋକପ୍ରିୟ ଓ ବରିଷ୍ଠ ନେତା ଥିଲେ। ସେ ୨୦୦୧ ରୁ ୨୦୨୬ ପର୍ଯ୍ୟନ୍ତ କ୍ରମାଗତ ଭାବେ ପାଞ୍ଚ ଥର ରାମପୁରହାଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସେ ବିଦ୍ୟାଳୟ ଶିକ୍ଷା ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବା ସହିତ ବିଧାନସଭାର ଉପବାଚସ୍ପତି ମଧ୍ୟ ରହିଥିଲେ।

ଗତ ୨୦୨୬ ବିଧାନସଭା ନିର୍ବାଚନରେ ସେ ରାମପୁରହାଟରୁ ପୁଣିଥରେ ଟିଏମସି ଟିକେଟରେ ଛିଡ଼ା ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ଠାରୁ ପ୍ରାୟ ୨୪,୦୦୦ ରୁ ଊର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ ହୋଇଥିଲେ। ନିର୍ବାଚନରେ ହାରିବା ପରେ ସେ ରାଜନୀତିରେ ସେତେଟା ସକ୍ରିୟ ନଥିଲେ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ବୀରଭୂମ ଜିଲ୍ଲା କୋର୍ କମିଟିର ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ତାଙ୍କ ଭଳି ଜଣେ ବରିଷ୍ଠ ତଥା ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ନେତାଙ୍କ ଆକସ୍ମିକ ମୃତ୍ୟୁ ପଶ୍ଚିମବଙ୍ଗ ରାଜନୀତିରେ ଶୋକର ଛାୟା ଖେଳାଇ ଦେଇଛି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର