ମଙ୍ଗଳବାର ରାଶିଫଳ ( ୧୫-୦୮-୨୦୨୩ )
ମେଷ: ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ମିଳିବ। ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସକାରାତ୍ମକ ଚିନ୍ତାଧାରା ଆଗକୁ ନେବାରେ ସାହାଯ୍ୟ କରିବ। ବୃଷ: ବ୍ୟବସାୟ କରୁଥିଲେ ସାବଧାନ ପୂର୍ବକ କାମ କରନ୍ତୁ। କୌଣସି ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି। ଆୟ ଅନୁସାରେ ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ। ମିଥୁନ: ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। […]
ମେଷ: ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ମିଳିବ। ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସକାରାତ୍ମକ ଚିନ୍ତାଧାରା ଆଗକୁ ନେବାରେ ସାହାଯ୍ୟ କରିବ।
ବୃଷ: ବ୍ୟବସାୟ କରୁଥିଲେ ସାବଧାନ ପୂର୍ବକ କାମ କରନ୍ତୁ। କୌଣସି ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି। ଆୟ ଅନୁସାରେ ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ।
ମିଥୁନ: ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ନୂତନ କର୍ମସଂସ୍ଥାନରେ ଯୋଗ ଦେଇପାରନ୍ତି। ପିଲାମାନଙ୍କ ଉନ୍ନତିରେ ଅଭିଭାବକମାନେ ଗର୍ବିତ ହେବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ।
କର୍କଟ : ଆତ୍ମବିଶ୍ବାସ ବୃଦ୍ଧି ପାଇବ। କାହାରିକୁ ଉଦ୍ଧାର ଦିଅନ୍ତୁନି। ସମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ଗୁରୁତ୍ବ ଦେବେ।
ସିଂହ: ମନ ଅଶାନ୍ତି ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପୁରୁଣା ବନ୍ଧୁ ଯୋଗ ରହିଛି। ଆୟରେ ବୃଦ୍ଧି ଘଟିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।
କନ୍ୟା: ଚାକିରି ବଦଳି ହୋଇପାରେ। ପରିଶ୍ରମ ଅଧିକ ରହିବ। ଅତିଥି ସତ୍କାର କରିବାର ସୁଯୋଗ ମିଳିବ। ଅଟକି ରହିଥିବା ଧନ ଆଗମନ ହେବ। କୌଣସି ନୂଆ ଲୋକଙ୍କ ସହ ସାକ୍ଷାତ କରିବେ।
ତୁଳା: ନୂତନ ଯାନବାହନ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ଅଟକିଥିବା କାର୍ଯ୍ୟକୁ ପୂରା କରିବେ।
ବିଛା: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପ୍ରେମ ବ୍ୟାପାରରେ ସଫଳ ହେବେ। ଛାତ୍ରଛାତ୍ରୀଙ୍କର ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ ନାହିଁ।
ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ ଏବଂ ଏହାକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ଘରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ।
ମକର: ମଧୁର ବଚନ କୁହନ୍ତୁ। ମାନସିକ ଶାନ୍ତି ମିଳିବ। ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହେବ। ପୂଜାପାଠରେ ସାମିଲ ହେବେ। ବାଦବିବାଦଠାରୁ ଦୂରେଇ ରହିବେ।
କୁମ୍ଭ: ବ୍ୟବସାୟିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ। ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଜାଗାବାଡ଼ି କିଣିବେ।
ମୀନ: ଦୀର୍ଘ ଦିନରୁ ଅଟକି ରହିଥିବା କାମରୁ ସଫଳତା ମିଳିବ। ରାଜନୀତିରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।





