ଗୁରୁବାର ରାଶିଫଳ ( ୧୦- ୦୮- ୨୦୨୩ )

The Sakala Picture
Published On

ମେଷ: ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କୋର୍ଟକଚେରୀ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନିଯୁକ୍ତି ସୁଯୋଗ ମିଳିପାରେ। ପାରିବାରିକ ସମସ୍ୟା ଦେଖାଦେବ। ବୃଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବେ। ପୁରୁଣା ବିବାଦର ସମାଧାନ ହେବ। ଧନଲାଭ ଯୋଗ ରହିଛି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ମିଥୁନ: ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ। ମାନସିକ ଅବସାଦରେ ରହିବେ। ଅନ୍ୟପ୍ରତି ଆକର୍ଷିତ ହୋଇପାରନ୍ତି। କ୍ରୋଧ […]

ମେଷ: ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କୋର୍ଟକଚେରୀ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନିଯୁକ୍ତି ସୁଯୋଗ ମିଳିପାରେ। ପାରିବାରିକ ସମସ୍ୟା ଦେଖାଦେବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବେ। ପୁରୁଣା ବିବାଦର ସମାଧାନ ହେବ। ଧନଲାଭ ଯୋଗ ରହିଛି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ବୈବାହିକ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୨-୨୦୨୬)

ମିଥୁନ: ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ। ମାନସିକ ଅବସାଦରେ ରହିବେ। ଅନ୍ୟପ୍ରତି ଆକର୍ଷିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରି କାର୍ଯ୍ୟ କରନ୍ତୁ। ସହକର୍ମୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ମହାଶିବରାତ୍ରିରେ ଦୁର୍ଲଭ ସଂଯୋଗ: ମହାଦେବଙ୍କ କୃପାରୁ ଏହି ୪ ରାଶି ହେବେ ମାଲାମାଲ, ଜାଣନ୍ତୁ କାହା ପାଇଁ ଶୁଭ?

କର୍କଟ: ବିଭିନ୍ନ ମାର୍ଗରୁ ସଫଳତା ମିଳିବ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ସିଂହ: ପରିବାରବର୍ଗ ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ।

କନ୍ୟା: ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ। ଅଧିକ ପରିଶ୍ରମ ଯୋଗଁୁ ଅସୁସ୍ଥତା ଅନୁଭବ କରିବେ। ପାରିବାରିକ ସମସ୍ୟା ଉପୁଜିପାରେ।

ତୁଳା: ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ବାଣିଜ୍ୟରେ ପ୍ରସାର ହେବ।

ବିଛା: ନୂତନ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ଛାତ୍ରଛାତ୍ରୀ ଦୃଢ଼ମନା ହେବେ।

ଧନୁ: ଦିନଟି ହର୍ଷୋଲ୍ଲାସରେ କଟିବ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀ ପ୍ରସନ୍ନ ରହିବେ।

ମକର: ମନସ୍ତାପରେ ରହିବେ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। କର୍ମକ୍ଷେତ୍ରରେ କିଛି ବିଶେଷ କାର୍ଯ୍ୟରେ ନିୟୋଜିତ ରହିବେ। ବାଣିଜ୍ୟ ମାନ୍ଦା ରହିବ। ଛାତ୍ରଛାତ୍ରୀ ଅସ୍ଥିରମନା ହେବେ।

କୁମ୍ଭ: ସୁଖ ସମୃଦ୍ଧି ପ୍ରାପ୍ତ ହେବ। ରାଜନୀତିରେ ବେଶ୍‌ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ମୀନ: ଗୁରୁଜନଙ୍କ ଆଦରଣୀୟ ହେବେ। ମହିଳାମାନଙ୍କର କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp