ଶୁକ୍ରବାର ରାଶିଫଳ ( ୧୫-୦୮-୨୦୨୫ )

The Sakala Picture
Published On

ମେଷ: ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିପାରେ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ। ବୃଷ: କୌଣସି କାର୍ଯ୍ୟ ବିଗିଡ଼ିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବଭାବରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ। ଦୀର୍ଘ ଦିନର ଆଶା ପୂରଣ ହେବ। ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଭୁଲ୍‌ କାମରୁ […]

ମେଷ: ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିପାରେ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ।

ବୃଷ: କୌଣସି କାର୍ଯ୍ୟ ବିଗିଡ଼ିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବଭାବରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ। ଦୀର୍ଘ ଦିନର ଆଶା ପୂରଣ ହେବ।

ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଭୁଲ୍‌ କାମରୁ ଦୂରେଇ ରହିବେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। କୌଣସି କଥାକୁ ନେଇ ମନ ଉଣା ହୋଇପାରେ।

କର୍କଟ: ଦାନଧର୍ମରେ ଦିନଟି ଅତିବାହିତ କରିବେ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ। ଅତିଥି ସତ୍କାର କରିପାରନ୍ତି।

ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

କନ୍ୟା: ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ।

ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ।

ବିଛା: ବାଦବିବାଦରୁ ଦୂରେଇ ରହିବେ। କାମରୁ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଆୟ ଓ ବ୍ୟୟ ସମାନ ରହିବ।

ଧନୁ: ଆତ୍ମବିଶ୍ବାସ ବଢ଼ିବ। କାମ କରିବାରେ ସକ୍ଷମ ହେବେ ନାହିଁ। କୌଣସି ସମସ୍ୟାରେ ପଡ଼ିପାରନ୍ତି। ନକାରାତ୍ମକ ଚିନ୍ତାଧାର ଦୂର ହେବ। ଅଫିସ ସହକର୍ମୀଙ୍କ ସହଯୋଗରେ କାମ ପୂରା କରିବେ।

ମକର: ଧନଲାଭ ଯୋଗ ଅଛି। କୌଣସି କଥାକୁ ନେଇ ବିଚଳିତ ହେବା ବ୍ୟର୍ଥ। ପରିବାର ଲୋକଙ୍କ ସହ ହସ ଖୁସିରେ ଦିନ କାଟିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ।

କୁମ୍ଭ: ପରନିନ୍ଦାରୁ ଦୂରେଇ ରହିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ରଣନୀତିରେ କାମ କରିବେ ଏବଂ ସଫଳତା ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ। ବିବାହ ବିଳମ୍ବ ହେବ।

ମୀନ: ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ