ଭୋଜନ ପରେ ନିଦ କାହିଁକି ଆସେ

The Sakala Picture
Published On

ସାଧାରଣତଃ ଖାଦ୍ୟ ଖାଇ ସାରିବା ପରେ ଅଳସୁଆ ଲାଗିଥାଏ। ଏପରିକି ବେଳେବେଳେ ନିଦ ମଧ୍ୟ ଲାଗିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଏପରି କାହିଁକି ହୋଇଥାଏ? ବାସ୍ତବରେ ଆମେ ଖାଉଥିବା ଖାଦ୍ୟ, ଶରୀର ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଦୈନନ୍ଦନ ଜୀବନରେ ଖାଉଥିବା ଖାଦ୍ୟରୁ ଯେଉଁ ଶକ୍ତି ମିଳେ, ତାହା ଶରୀର ଓ ମସ୍ତିଷ୍କକୁ ସକ୍ରିୟ ରଖେ। ଯେଉଁ ଖାଦ୍ୟ ଆମକୁ ସକ୍ରିୟ ରଖେ ତାହାକୁ ବୈଜ୍ଞାନିକ ଭାଷାରେ ‘ୱେକର୍ସ’ କୁହାଯାଏ। ଯେଉଁ ଖାଦ୍ୟ ଖାଇବା […]

ସାଧାରଣତଃ ଖାଦ୍ୟ ଖାଇ ସାରିବା ପରେ ଅଳସୁଆ ଲାଗିଥାଏ। ଏପରିକି ବେଳେବେଳେ ନିଦ ମଧ୍ୟ ଲାଗିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଏପରି କାହିଁକି ହୋଇଥାଏ? ବାସ୍ତବରେ ଆମେ ଖାଉଥିବା ଖାଦ୍ୟ, ଶରୀର ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଦୈନନ୍ଦନ ଜୀବନରେ ଖାଉଥିବା ଖାଦ୍ୟରୁ ଯେଉଁ ଶକ୍ତି ମିଳେ, ତାହା ଶରୀର ଓ ମସ୍ତିଷ୍କକୁ ସକ୍ରିୟ ରଖେ। ଯେଉଁ ଖାଦ୍ୟ ଆମକୁ ସକ୍ରିୟ ରଖେ ତାହାକୁ ବୈଜ୍ଞାନିକ ଭାଷାରେ ‘ୱେକର୍ସ’ କୁହାଯାଏ। ଯେଉଁ ଖାଦ୍ୟ ଖାଇବା ଦ୍ବାରା ଅଳସୁଆ କିମ୍ବା ନିଦ ଆସିଥାଏ ତାହାକୁ ‘ସ୍ଲିପର୍ସ’ କୁହାଯାଏ । ଚା’, କଫି, କୋଲା ଏବଂ ବିଭିନ୍ନ ପ୍ରକାରର ଏନର୍ଜି ପାନୀୟ ଇତ୍ୟାଦିକୁ ‘ୱେକର୍ସ’ ଖାଦ୍ୟଭାବେ ଗଣାଯାଏ। ଏହି ସମସ୍ତ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ, ଏଗୁଡ଼ିକ ଖାଇବା ଦ୍ବାରା ନିଦ ଲାଗିନଥାଏ ।

ଆହୁରି ପଢ଼ନ୍ତୁ: ଗର୍ଭାବସ୍ଥାରେ ଶରୀରରେ ଆସିଥାଏ ଅନେକ ପରିବର୍ତ୍ତନ: ନିଦ୍ରାହୀନତା ଠାରୁ ହୃଦସ୍ପନ୍ଦନ ବୃଦ୍ଧି, ଜାଣନ୍ତୁ ସବିଶେଷ ତଥ୍ୟ

ସେହିଭଳି କିଛି ଖାଦ୍ୟ ଅଛି ଯାହାକୁ ଖାଇଲା ପରେ ଶରୀର ବିଶ୍ରାମ କରିବାକୁ ଚାହେଁ, ଯଥା- ମିଠା, ପନିର, ରୁଟି, ଡାଲି, ଭାତ ଇତ୍ୟାଦି। ଏ ସମସ୍ତ ଖାଦ୍ୟ ଖାଇବା ପରେ ଶରୀରର ସମସ୍ତ ଶକ୍ତି ହଜମ ପ୍ରକ୍ରିୟାରେ ବ୍ୟବହୃତ ହୁଏ ଏବଂ ସ୍ନାୟୁଗୁଡ଼ିକ ଶିଥୁଳ ହୋଇଯାଏ । ଫଳରେ ଆମ ଶରୀର ବିଶ୍ରାମ ନେବାକୁ ଚାହେଁ । ତେବେ ଶରୀରର ଗଠନକୁ ନେଇ ‘ସ୍ଲିପର୍ସ’ ଖାଦ୍ୟର ପ୍ରଭାବ ପଡ଼ିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ‘ସ୍ଲିପର୍ସ’ ଖାଦ୍ୟ ହଜମ ହେବା ପାଇଁ ଅତି ରିକ୍ତ ରକ୍ତ ଆବଶ୍ୟକ ପଡ଼େ। ଖାଇବା ପରେ ଶରୀରର ବିଭିନ୍ନ ସ୍ଥାନରୁ ପେଟ ଆଡ଼କୁ ରକ୍ତ ପ୍ରବାହିତ ହୁଏ, ଯେଉଁ କାରଣରୁ ମସ୍ତିଷ୍କରେ ରକ୍ତ ପ୍ରବାହ ମନ୍ଥର ହୋଇଯାଏ । ଏହି କାରଣରୁ ବ୍ୟକ୍ତିବିଶେଷଙ୍କୁ ଅଳସୁଆ ଲାଗିବା ସହ ନିଦ୍ରା ମଧ୍ୟ ଲାଗିଥାଏ ।

ଆହୁରି ପଢ଼ନ୍ତୁ: ସାଧାରଣ ଓଜନର ଅର୍ଥ ସୁସ୍ଥ ଲିଭର୍ ନୁହେଁ: ୨୦ ରୁ ୩୦ ବର୍ଷ ବୟସର ଭାରତୀୟ ଯୁବକମାନେ କାହିଁକି ହେଉଛନ୍ତି ଫ୍ୟାଟି ଲିଭର୍‌ର ଶିକାର ?

ବିଶେଷଜ୍ଞଙ୍କ କହିବାନୁସାରେ, ଅପରାହ୍ନରେ ନିଦ ଲାଗିବା ପାଇଁ ‘ସ୍ଲିପର୍ସ’ ଜାତୀୟ ଖାଦ୍ୟ ଦାୟୀ। ଅଧିକାଂଶ ଅପରାହ୍ନରେ ଭାରୀ ଓ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାନ୍ତି। ଯେତେବେଳେ କି, ସକାଳେ ଏବଂ ରାତିରେ ସ୍ଵଳ୍ପ ଭୋଜନ କରିଥାନ୍ତି। ଅପରାହ୍ନରେ ଗୁରୁପାକ ଭୋଜନକୁ ପଚାଇବା ନିମନ୍ତେ ଅତିରିକ୍ତ ରକ୍ତର ଆବଶ୍ୟକତା ହୋଇଥାଏ। ଭୋଜନ କରିବା ପରେ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତ ପେଟକୁ ପ୍ରବାହିତ ହୋଇଥାଏ। ଏହି କାରଣରୁ ମସ୍ତିଷ୍କରେ ରକ୍ତପ୍ରବାହ ଧୂମା ହୋଇଯାଏ। ଯାହାଦ୍ଵାରା ଆମେ ନିଦ୍ରା ଅନୁଭବ କରୁ। ଏହା ବ୍ୟତୀତ ଏକ ରାସାୟନିକ ପଦାର୍ଥ ଅଛି ଯାହା ଶୋଇବା ପାଇଁ ଦାୟୀ। ଏହାକୁ ‘ଏଡେନୋସାଇନ୍ ବୋଲି କୁହାଯାଏ। ଏହା ରାତିରେ ଏବଂ ଅପରାହ୍ନରେ ଅଧିକ ସକ୍ରିୟ ଥାଏ । ଏହି କାରଣରୁ, ପ୍ରାୟତଃ ରାତିରେ କିମ୍ବା ଅପରାହ୍ନରେ ଅଧିକ ନିଦ ଲାଗିଥାଏ। ଆହୁରି ମଧ୍ୟ, ଯେତେବେଳେ ଆମେ ଦୀର୍ଘ ସମୟ କାମ କରୁ କିମ୍ବା ଜାଗ୍ରତ ରହୁ, ଏଡେନୋସାଇନ୍ ଶୋଇବାର ଇଚ୍ଛାକୁ ଜାଗ୍ରତ କରାଏ ।

ଆହୁରି ପଢ଼ନ୍ତୁ: ମଧୁମେହ ରୋଗୀଙ୍କ ପାଇଁ କେଉଁ ଜଳଖିଆ ଠିକ୍? ସକାଳେ ଏହି ୩ଟି ଖାଦ୍ୟ ଖାଆନ୍ତୁ ଏବଂ ୩ଟିରୁ ଦୂରେଇ ରୁହନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp