ଚୋପାରୁ ଚମକ

The Sakala Picture
Published On

ସାଧାରଣତଃ ଫଳ ଓ ପନିପରିବା ଚୋପାକୁ ବ୍ୟବହାର କରିବା ପରେ ଫିଙ୍ଗି ଦିଆଯାଏ। ମାତ୍ର ଏହି ପନିପରିବା ଚୋପାରେ ସୌନ୍ଦର୍ଯ୍ୟଚର୍ଯ୍ୟା କରାଯାଇ ଚେହେରାରେ ଚମକ ଅଣାଯାଇ ପାରିବ। ଅମୃତଭଣ୍ଡା ଚୋପା: ଅମୃତଭଣ୍ଡା ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍‌-ଏ ଥାଏ। ଯାହା ତ୍ବଚା ଲାଗି ବହୁତ ଲାଭଦାୟକ। ଏହି ଚୋପାରୁ ମିଳୁଥିବା ପୋଷକତତ୍ତ୍ବ ତ୍ବଚାକୁ ପୋଷଣ ପ୍ରଦାନ କରେ। ଏହି ଚୋପାକୁ ଖଣ୍ଡ ଖଣ୍ଡ କାଟି ତ୍ବଚାରେ ମାଲିସ୍‌ କରିବା ଦ୍ବାରା ତ୍ବଚାରେ ଉଜ୍ଜ୍ବଳତା ଫେରିଥାଏ ଓ ଦାଗ […]

ସାଧାରଣତଃ ଫଳ ଓ ପନିପରିବା ଚୋପାକୁ ବ୍ୟବହାର କରିବା ପରେ ଫିଙ୍ଗି ଦିଆଯାଏ। ମାତ୍ର ଏହି ପନିପରିବା ଚୋପାରେ ସୌନ୍ଦର୍ଯ୍ୟଚର୍ଯ୍ୟା କରାଯାଇ ଚେହେରାରେ ଚମକ ଅଣାଯାଇ ପାରିବ।

ଅମୃତଭଣ୍ଡା ଚୋପା: ଅମୃତଭଣ୍ଡା ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍‌-ଏ ଥାଏ। ଯାହା ତ୍ବଚା ଲାଗି ବହୁତ ଲାଭଦାୟକ। ଏହି ଚୋପାରୁ ମିଳୁଥିବା ପୋଷକତତ୍ତ୍ବ ତ୍ବଚାକୁ ପୋଷଣ ପ୍ରଦାନ କରେ। ଏହି ଚୋପାକୁ ଖଣ୍ଡ ଖଣ୍ଡ କାଟି ତ୍ବଚାରେ ମାଲିସ୍‌ କରିବା ଦ୍ବାରା ତ୍ବଚାରେ ଉଜ୍ଜ୍ବଳତା ଫେରିଥାଏ ଓ ଦାଗ ଦୂର ହୋଇଥାଏ।

ଡାଳିମ୍ବ ଚୋପା: ଏହି ଚୋପାରେ ଆଣ୍ଟିଅକ୍ସିଡାଣ୍ଟସ୍‌ ଏବଂ ‘ଭିଟାମିନ୍‌ ସି’ ପ୍ରଚୁର ମାତ୍ରାରେ ରହିଛି। ଡାଳିମ୍ବର ଶୁଖିଲା ଚୋପାକୁ ଗ୍ରାଇଣ୍ଡିଂ କରି ଏଥିରେ ଏକ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଭଲ ଭାବେ ମିଶାନ୍ତୁ। ଏହାର ବ୍ୟବହାର ଚେହେରାକୁ କୋମଳତା ପ୍ରଦାନ କରେ।

ଲେମ୍ବୁ ଚୋପା: ଲେମ୍ବୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍‌ ରହିଛି। ଏହାକୁ ଚେହେରାରେ ଲଗାଇବା ଦ୍ବାରା ମୁଖମଣ୍ଡଳରେ ଥିବା ମୃତକୋଷଗୁଡିକ ବାହାରିଯାଏ।

ଆଳୁ ଚୋପା: ଏଥିରେ ଅଳ୍ପ ପରିମାଣର ଏସିଡିଟି ଥିବା ଯୋଗୁଁ ତ୍ବଚାକୁ ସଫା କରିବାରେ ସାହାଯ୍ୟ କରିଥାଏ। ଏହି ଚୋପାକୁ ଗ୍ରାଇଣ୍ଡିଂ କରି ମୁହଁ ଓ ବେକରେ ଲଗାନ୍ତୁ। ପ୍ରାୟ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

କଦଳୀ ଚୋପା: ମୁହଁରେ ଦେଖାଯାଉଥିବା ବ୍ରଣ ସମସ୍ୟାର ସମାଧାନ ଚାହୁଁଥିଲେ, କଦଳୀ ଚୋପାକୁ ନିୟମିତ ତ୍ବଚାରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଚେହେରାରୁ ମୃତକୋଷ ଦୂର ହୋଇଥାଏ। ଚେହେରାରେ ଅଧିକ ଚମକ ଫେରିଥାଏ।

କମଳା ଚୋପା: ଏଥିରେ ଭିଟାମିନ୍‌-ସି’ ପ୍ରଚୁର ପରିମାଣର ରହିଛି। କମଳା ଚୋପାକୁ ଶୁଖାଇ ରଖି ଏହାକୁ ପାଉଡର ବନାନ୍ତୁ। ଏହି ପେଷ୍ଟ ମୁହଁରେ ଲଗାନ୍ତୁ। ଏହି ପେଷ୍ଟ ବ୍ୟବହାର କରିବା ଦ୍ବାରା ମୃତକୋଷ ଦୂର ହୋଇଥାଏ।

25 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର