ଜାଣନ୍ତୁ କିପରି ଲିଭିବ କହୁଣି କଳା ଦାଗ….

The Sakala Picture
Published On

କହୁଣିର କଳା ଦାଗ ମଧ୍ୟ ଶରୀରର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଏ। ଶୀତ ଦିନେ ଏହା ଅଧିକ ରୁକ୍ଷ ଓ କଳା ଦେଖାଯାଏ। ସେଥିପାଇଁ କହୁଣିର ମଧ୍ୟ ଉଚିତ୍ ଯତ୍ନ ନେବା ଦରକାର। ଘରୋଇ ଉପାୟରେ ମଧ୍ୟ ସହଜରେ କହୁଣିର କଳାଦାଗକୁ ଦୂର କରାଯାଇପାରିବ। -କହୁଣିରେ ଲେମ୍ବୁ ଘଷିଲେ ଏହି ସମସ୍ୟା ଦୂର ହୁଏ। -ଚାଉଳ ଚୂନା, ହଳଦୀ ଓ ଦହି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ କହୁଣିରେ କିଛି ସମୟ ପାଇଁ ସ୍କ୍ରବ୍ […]

କହୁଣିର କଳା ଦାଗ ମଧ୍ୟ ଶରୀରର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଏ। ଶୀତ ଦିନେ ଏହା ଅଧିକ ରୁକ୍ଷ ଓ କଳା ଦେଖାଯାଏ। ସେଥିପାଇଁ କହୁଣିର ମଧ୍ୟ ଉଚିତ୍ ଯତ୍ନ ନେବା ଦରକାର। ଘରୋଇ ଉପାୟରେ ମଧ୍ୟ ସହଜରେ କହୁଣିର କଳାଦାଗକୁ ଦୂର କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-କହୁଣିରେ ଲେମ୍ବୁ ଘଷିଲେ ଏହି ସମସ୍ୟା ଦୂର ହୁଏ।

-ଚାଉଳ ଚୂନା, ହଳଦୀ ଓ ଦହି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ କହୁଣିରେ କିଛି ସମୟ ପାଇଁ ସ୍କ୍ରବ୍ କରନ୍ତୁ। ସପ୍ତାହକୁ ଦୁଇ ଥର ଏହାକୁ ବ୍ୟବହାର କରିବା ଦ୍ବାରା କହୁଣି କଳାପଣ ଭଲ ହୋଇଯାଏ।

-ବାଦାମ ତେଲକୁ ସୂର୍ଯ୍ୟମୁଖୀ ତେଲ ସହ ମିଶାନ୍ତୁ। ସେଥିରେ ଚନ୍ଦନ ତେଲ ମଧ୍ୟ ମିଶାଇ ଲଗାନ୍ତୁ। କହୁଣିର ରୁକ୍ଷ ପଣ ଦୂର ହୁଏ।

-ସେହିପରି ରାତିରେ ମୁଗ ଡାଲିକୁ ବତୁରାଇ ରଖନ୍ତୁ। ସକାଳେ କ୍ଷୀର ସହ ମିଶାଇ ତାହାକୁ ବାଟି ଦିଅନ୍ତୁ। ସେହି ପେଷ୍ଟ୍‌କୁ କହୁଣିରେ କିଛି ସମୟ ଲଗାଇ ରଖିଲେ କଳା ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp