ଜାଣନ୍ତୁ ବେଲ, ବନ୍ଧାକୋବି ଓ ଗହମ ଘାସର ଉପକାରିତା

The Sakala Picture
Published On

ପତ୍ର କୋବି ପତ୍ରକୋବି ବା ବନ୍ଧାକୋବି ସାରା ପୃଥିବୀରେ ସୁପରିଚିତ। ତରକାରି, ସାଲାଡ୍‌ ଓ ଶାଗ ଭାବରେ ବ୍ୟବହୃତ ହେଉଥିବା ବନ୍ଧାକୋବି ଖଣିଜ ଲୌହ, ଭିଟାମିନ୍‌ ଓ ଆଲ୍‌କାଲାଇନ୍ ଯୁକ୍ତ। ଏହା ଉଦର ଅଲସର୍, ମୋଟାପା, ମଳାଶୟ, କର୍କଟ, ଶୀଘ୍ର ବାର୍ଦ୍ଧକ୍ୟ, ଚର୍ମ ରୋଗ ପାଇଁ ଉପକାରୀ। କୋଷ୍ଠ କାଠିନ୍ୟ ପାଇଁ ବନ୍ଧାକୋବି ମହୌଷଧୀ ସଦୃଶ ଏବଂ ଖାଦ୍ୟନଳୀକୁ ସଫାସୁତରା ରଖେ, ସହଜରେ ଖାଦ୍ୟ ହଜମ ହୁଏ ଏବଂ ଶରୀରକୁ ଶକ୍ତି ଦେଇଥାଏ। ବେଲ ମହାଦେବଙ୍କର ଅତି […]

ପତ୍ର କୋବି
ପତ୍ରକୋବି ବା ବନ୍ଧାକୋବି ସାରା ପୃଥିବୀରେ ସୁପରିଚିତ। ତରକାରି, ସାଲାଡ୍‌ ଓ ଶାଗ ଭାବରେ ବ୍ୟବହୃତ ହେଉଥିବା ବନ୍ଧାକୋବି ଖଣିଜ ଲୌହ, ଭିଟାମିନ୍‌ ଓ ଆଲ୍‌କାଲାଇନ୍ ଯୁକ୍ତ। ଏହା ଉଦର ଅଲସର୍, ମୋଟାପା, ମଳାଶୟ, କର୍କଟ, ଶୀଘ୍ର ବାର୍ଦ୍ଧକ୍ୟ, ଚର୍ମ ରୋଗ ପାଇଁ ଉପକାରୀ। କୋଷ୍ଠ କାଠିନ୍ୟ ପାଇଁ ବନ୍ଧାକୋବି ମହୌଷଧୀ ସଦୃଶ ଏବଂ ଖାଦ୍ୟନଳୀକୁ ସଫାସୁତରା ରଖେ, ସହଜରେ ଖାଦ୍ୟ ହଜମ ହୁଏ ଏବଂ ଶରୀରକୁ ଶକ୍ତି ଦେଇଥାଏ।
ବେଲ
ମହାଦେବଙ୍କର ଅତି ପ୍ରିୟ ବେଲପତ୍ର। ବୈଦିକ ଯୁଗରୁ ବେଲପତ୍ର ଓ ବେଲ ଔଷଧ ଓ ଖାଦ୍ୟ ଭାବରେ ବ୍ୟବହୃତ ହୋଇଆସୁଛି। ଏହା ଖଣିଜ ଲୌହ ଓ ତନ୍ତୁରେ ପରିପୂର୍ଣ୍ଣ। ଏହା ଡାଇରିଆ, ଆନ୍ତ୍ରିକ ଜ୍ବର, ମନ୍ଦାଗ୍ନି, ଡିସେଣ୍ଟ୍ରିର ଉପଶମ କରିଥାଏ। ପେଟ ସଫା ରଖିଥାଏ। ଗଣ୍ଠିବାତ, ମଧୁମେହ, ପେପ୍‌ଟିକ୍ ଅଲ୍‌ସର ଓ ଶ୍ବାସ ରୋଗର ପ୍ରତିଷେଧକ ଭାବେ ଏହାକୁ ବ୍ୟବହାର କରାଯାଏ। ଅର୍ଶ, ଯକୃତ ରୋଗ ନାଶକ, କୃମି ନାଶକ ପାଇଁ ବେଲପଣା ଅତ୍ୟନ୍ତ ପୁଷ୍ଟିକାରକ। ଏହା ଶ୍ବେତପ୍ରଦର ଓ ସୂତିକା ନାଶକ, ହଜମଶକ୍ତି ବର୍ଦ୍ଧକ ଓ କ୍ଷୁଧା ବର୍ଦ୍ଧକ ମଧ୍ୟ।

ଗହମ ଘାସ
ଏହାକୁ ଇଂରାଜୀରେ କହନ୍ତି ମିରାକ୍ଳ ଉଇଡ୍‌। ଅକାଣ୍ଡିଆ ଚାଉଳ ଓ ଚୋପା ଲଗା ଗହମ ଅଟା ଓ ଗଜାମୁଗ ପରି ଗହମ ଘାସ ଏକ ମହା ଉପକାରୀ ପ୍ରାକୃତିକ ଔଷଧ, ଯାହାକି ଶରୀର ଗଠନରେ ସାହାଯ୍ୟ କରେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଏହା ତନ୍ତୁ ପୂର୍ଣ୍ଣ ହୋଇଥିବାରୁ ପେଟ ସଫା କରେ। ଏଥିରେ ଥିବା ଲେସିଥିନ୍ ଶରୀରକୁ ଶୀଘ୍ର ବାର୍ଦ୍ଧକ୍ୟରୁ ରକ୍ଷା କରେ। ଗହମ ଘାସରେ ଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ କ୍ଲୋରେ ଫିଲ୍‌ରେ ଭିଟାମିନ୍ ଏ, ବି, ସି ଓ ଡି ବ୍ୟତୀତ ୩୦ ଟି ସକ୍ରିୟ ଏନ୍‌ଜାଇମ୍ ଥାଏ। କର୍କଟ ଓ ବିଶେଷ କରି ରକ୍ତ କର୍କଟ ଚିକିତ୍ସାରେ ଗହମ ଘାସ ରସ ମହା ଉପକାରୀ। ଏଥÒରେ ଥÒବା ଭିଟାମିନ୍ ‘କେ’ ବ୍ଲଡ୍ କ୍ଳଟିଙ୍ଗ୍‌ରେ ସାହାଯ୍ୟ କରିଥାଏ ଓ କଲେଷ୍ଟ୍ରଲ୍‌ ମଧ୍ୟ କମ୍‌ କରେ।

14 Jan 2022 By The Sakala

https://www.thesakala.in/health/benefits-of-bael-cabbage-and-wheat-grass/article-8425
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp