ଡାଇବେଟିସ୍ କି ଇନଫେକସନ୍ ନଥାଇ ବି ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ଗମ୍ଭୀର ସମସ୍ୟା

Tapas Ranjan Nanda Picture
Published On

ଅନେକ ଲୋକ ବାରମ୍ବାର ପରିସ୍ରା ଲାଗିବା କାରଣରୁ ଚିନ୍ତିତ ରୁହନ୍ତି। ହେଲେ ଡାକ୍ତରୀ ପରୀକ୍ଷା କଲା ପରେ ଶରୀରରେ ନା ଡାଇବେଟିସ୍ (ମଧୁମେହ) ଥାଏ ନା କୌଣସି ୟୁରିନ୍ ଇନଫେକସନ୍ ବାହାରିଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି, ତେବେ ଏହା ‘ଓଭରଆକ୍ଟିଭ୍ ବ୍ଲାଡର୍ ସିଣ୍ଡ୍ରୋମ୍’ର ଲକ୍ଷଣ ହୋଇପାରେ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

କ’ଣ ଏହି ଓଭରଆକ୍ଟିଭ୍ ବ୍ଲାଡର୍ ସିଣ୍ଡ୍ରୋମ୍?

ଡାକ୍ତରଙ୍କ ଅନୁଯାୟୀ, ଏହା କେବଳ ଏକ ଶାରୀରିକ ରୋଗ ନୁହେଁ, ବରଂ ମୂତ୍ରାଶୟ ବା ବ୍ଲାଡର୍ କାମ କରିବା ଶୈଳୀ ସହ ଜଡ଼ିତ। ଯେତେବେଳେ ବ୍ଲାଡର୍ ଆବଶ୍ୟକତାଠାରୁ ଅଧିକ ସକ୍ରିୟ ହୋଇଯାଏ, ସେତେବେଳେ ଅଳ୍ପ ମାତ୍ରାରେ ପରିସ୍ରା ଜମା ହେଲେ ମଧ୍ୟ ମସ୍ତିଷ୍କକୁ ବାରମ୍ବାର ସଙ୍କେତ ମିଳିଥାଏ। ଫଳରେ ବ୍ୟକ୍ତିଙ୍କୁ ବାରମ୍ବାର ଟୟଲେଟ୍ ଯିବାକୁ ପଡ଼ିଥାଏ। ବୟସ ବଢ଼ିବା ସହ ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ଏହି ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥାଏ।

ଆହୁରି ପଢ଼ନ୍ତୁ: ପେଟ ମାଡ଼ି ଶୋଉଛନ୍ତି କି? ସାବଧାନ! ଏହାକୁ ସବୁଠାରୁ ବିପଜ୍ଜନକ ସ୍ଥିତି ବୋଲି କହିଲେ ବିଶେଷଜ୍ଞ

ଏହାର ପ୍ରମୁଖ କାରଣ କ’ଣ?

ଡାକ୍ତରଙ୍କ ମତରେ, ବ୍ଲାଡର୍ ସ୍ନାୟୁଗୁଡ଼ିକ ଅତ୍ୟଧିକ ସକ୍ରିୟ ହେବା ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ମାନସିକ ଚାପ ଓ ଚିନ୍ତା ମଧ୍ୟ ଏହି ସମସ୍ୟାକୁ ବଢ଼ାଇପାରେ। ଅତ୍ୟଧିକ କ୍ୟାଫିନ୍ ଯୁକ୍ତ ପାନୀୟ ଯେପରିକି ଚା’, କଫି କିମ୍ବା କୋଲ୍ଡ ଡ୍ରିଙ୍କସ୍ ସେବନ କରିବା ଦ୍ୱାରା ବ୍ଲାଡର୍ ଉତ୍ତେଜିତ ହୋଇଥାଏ। ମହିଳାମାନଙ୍କ କ୍ଷେତ୍ରରେ ମେନୋପଜ୍ ପରେ ହରମୋନାଲ ପରିବର୍ତ୍ତନ, ମୋଟାପଣ, ଶାରୀରିକ ପରିଶ୍ରମର ଅଭାବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିବାର ଅଭ୍ୟାସ ମଧ୍ୟ ଏହାର କାରଣ ସାଜିପାରେ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

ଏହି ସମସ୍ୟାରେ କେବଳ ବାରମ୍ବାର ପରିସ୍ରା ଲାଗେ ନାହିଁ, ବରଂ ହଠାତ୍ ଜୋରରେ ପରିସ୍ରା ଲାଗିବା ଏବଂ ଅନେକ ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ। ରାତିରେ ବାରମ୍ବାର ନିଦ ଭାଙ୍ଗିବା ଏବଂ ପରିସ୍ରା କରିବା ପରେ ମଧ୍ୟ ବ୍ଲାଡର୍ ଖାଲି ନହେବା ପରି ଅନୁଭବ ହୋଇଥାଏ।

ଏଥିରୁ ମୁକ୍ତି ପାଇବା ପାଇଁ କଫି ଓ ସଫ୍ଟ ଡ୍ରିଙ୍କସ୍ ସେବନ କମ୍ କରନ୍ତୁ। ପରିସ୍ରା ଅଟକାଇ ରଖନ୍ତୁ ନାହିଁ। ଓଜନ ନିୟନ୍ତ୍ରଣରେ ରଖିବା ସହ ଚାପମୁକ୍ତ ରହିବାକୁ ଯୋଗ ଓ ଧ୍ୟାନ କରନ୍ତୁ। ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ‘ପେଲଭିକ୍ ଏକ୍ସରସାଇଜ୍’ କରିବା ଲାଭଦାୟକ ହୋଇପାରେ।

29 Jan 2026 By Tapas Ranjan Nanda

ଡାଇବେଟିସ୍ କି ଇନଫେକସନ୍ ନଥାଇ ବି ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ଗମ୍ଭୀର ସମସ୍ୟା

ଅନେକ ଲୋକ ବାରମ୍ବାର ପରିସ୍ରା ଲାଗିବା କାରଣରୁ ଚିନ୍ତିତ ରୁହନ୍ତି। ହେଲେ ଡାକ୍ତରୀ ପରୀକ୍ଷା କଲା ପରେ ଶରୀରରେ ନା ଡାଇବେଟିସ୍ (ମଧୁମେହ) ଥାଏ ନା କୌଣସି ୟୁରିନ୍ ଇନଫେକସନ୍ ବାହାରିଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି, ତେବେ ଏହା ‘ଓଭରଆକ୍ଟିଭ୍ ବ୍ଲାଡର୍ ସିଣ୍ଡ୍ରୋମ୍’ର ଲକ୍ଷଣ ହୋଇପାରେ।

କ’ଣ ଏହି ଓଭରଆକ୍ଟିଭ୍ ବ୍ଲାଡର୍ ସିଣ୍ଡ୍ରୋମ୍?

ଡାକ୍ତରଙ୍କ ଅନୁଯାୟୀ, ଏହା କେବଳ ଏକ ଶାରୀରିକ ରୋଗ ନୁହେଁ, ବରଂ ମୂତ୍ରାଶୟ ବା ବ୍ଲାଡର୍ କାମ କରିବା ଶୈଳୀ ସହ ଜଡ଼ିତ। ଯେତେବେଳେ ବ୍ଲାଡର୍ ଆବଶ୍ୟକତାଠାରୁ ଅଧିକ ସକ୍ରିୟ ହୋଇଯାଏ, ସେତେବେଳେ ଅଳ୍ପ ମାତ୍ରାରେ ପରିସ୍ରା ଜମା ହେଲେ ମଧ୍ୟ ମସ୍ତିଷ୍କକୁ ବାରମ୍ବାର ସଙ୍କେତ ମିଳିଥାଏ। ଫଳରେ ବ୍ୟକ୍ତିଙ୍କୁ ବାରମ୍ବାର ଟୟଲେଟ୍ ଯିବାକୁ ପଡ଼ିଥାଏ। ବୟସ ବଢ଼ିବା ସହ ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ଏହି ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥାଏ।

ଏହାର ପ୍ରମୁଖ କାରଣ କ’ଣ?

ଡାକ୍ତରଙ୍କ ମତରେ, ବ୍ଲାଡର୍ ସ୍ନାୟୁଗୁଡ଼ିକ ଅତ୍ୟଧିକ ସକ୍ରିୟ ହେବା ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ମାନସିକ ଚାପ ଓ ଚିନ୍ତା ମଧ୍ୟ ଏହି ସମସ୍ୟାକୁ ବଢ଼ାଇପାରେ। ଅତ୍ୟଧିକ କ୍ୟାଫିନ୍ ଯୁକ୍ତ ପାନୀୟ ଯେପରିକି ଚା’, କଫି କିମ୍ବା କୋଲ୍ଡ ଡ୍ରିଙ୍କସ୍ ସେବନ କରିବା ଦ୍ୱାରା ବ୍ଲାଡର୍ ଉତ୍ତେଜିତ ହୋଇଥାଏ। ମହିଳାମାନଙ୍କ କ୍ଷେତ୍ରରେ ମେନୋପଜ୍ ପରେ ହରମୋନାଲ ପରିବର୍ତ୍ତନ, ମୋଟାପଣ, ଶାରୀରିକ ପରିଶ୍ରମର ଅଭାବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିବାର ଅଭ୍ୟାସ ମଧ୍ୟ ଏହାର କାରଣ ସାଜିପାରେ।

ଏହି ସମସ୍ୟାରେ କେବଳ ବାରମ୍ବାର ପରିସ୍ରା ଲାଗେ ନାହିଁ, ବରଂ ହଠାତ୍ ଜୋରରେ ପରିସ୍ରା ଲାଗିବା ଏବଂ ଅନେକ ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ। ରାତିରେ ବାରମ୍ବାର ନିଦ ଭାଙ୍ଗିବା ଏବଂ ପରିସ୍ରା କରିବା ପରେ ମଧ୍ୟ ବ୍ଲାଡର୍ ଖାଲି ନହେବା ପରି ଅନୁଭବ ହୋଇଥାଏ।

ଏଥିରୁ ମୁକ୍ତି ପାଇବା ପାଇଁ କଫି ଓ ସଫ୍ଟ ଡ୍ରିଙ୍କସ୍ ସେବନ କମ୍ କରନ୍ତୁ। ପରିସ୍ରା ଅଟକାଇ ରଖନ୍ତୁ ନାହିଁ। ଓଜନ ନିୟନ୍ତ୍ରଣରେ ରଖିବା ସହ ଚାପମୁକ୍ତ ରହିବାକୁ ଯୋଗ ଓ ଧ୍ୟାନ କରନ୍ତୁ। ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ‘ପେଲଭିକ୍ ଏକ୍ସରସାଇଜ୍’ କରିବା ଲାଭଦାୟକ ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp