ସିପିଆର୍ କ’ଣ, ଜାଣନ୍ତୁ କାର୍ଡିଆକ୍‌ ଆରେଷ୍ଟ ହେଲେ କିପରି କରିବେ ଚିକିତ୍ସା…….

The Sakala Picture
Published On

ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଏବେ ବୟସ୍କଙ୍କ ପରି କମ୍‌ ବୟସର ପିଲା ହୃଦ୍‌ଘାତର ଶିକାର ହେଉଛନ୍ତି। ଯଦିଓ ହୃଦ୍‌ଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ହୃଦ୍‌ସମ୍ବନ୍ଧୀୟ ସମସ୍ୟା; ଅନେକ ଏହାକୁ ସମାନ ବୋଲି ଭାବନ୍ତି। ରକ୍ତ ସଞ୍ଚାଳନ ବନ୍ଦ ହୋଇ ହୃଦ୍‌ଘାତ ହେଉଥିବାବେଳେ କାର୍ଡିଆକ୍‌ ଆରେଷ୍ଟରେ ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ଅଚାନକ ବନ୍ଦ ହୋଇଯାଇଥାଏ। ଯଦିଓ କେତେକାଂଶରେ କାର୍ଡିଆକ୍‌ ଆରେଷ୍ଟର ଚିକିତ୍ସା ସମ୍ଭବ; ହେଲେ ପ୍ରାୟ କ୍ଷେତ୍ରରେ ଏହା ବିଫଳ ହୋଇଥାଏ। ଅଚାନକ କାର୍ଡିଆକ୍‌ ଆରେଷ୍ଟ ହୋଇ ଛାତିରେ ଯନ୍ତ୍ରଣା, […]

ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଏବେ ବୟସ୍କଙ୍କ ପରି କମ୍‌ ବୟସର ପିଲା ହୃଦ୍‌ଘାତର ଶିକାର ହେଉଛନ୍ତି। ଯଦିଓ ହୃଦ୍‌ଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ହୃଦ୍‌ସମ୍ବନ୍ଧୀୟ ସମସ୍ୟା; ଅନେକ ଏହାକୁ ସମାନ ବୋଲି ଭାବନ୍ତି। ରକ୍ତ ସଞ୍ଚାଳନ ବନ୍ଦ ହୋଇ ହୃଦ୍‌ଘାତ ହେଉଥିବାବେଳେ କାର୍ଡିଆକ୍‌ ଆରେଷ୍ଟରେ ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ଅଚାନକ ବନ୍ଦ ହୋଇଯାଇଥାଏ। ଯଦିଓ କେତେକାଂଶରେ କାର୍ଡିଆକ୍‌ ଆରେଷ୍ଟର ଚିକିତ୍ସା ସମ୍ଭବ; ହେଲେ ପ୍ରାୟ କ୍ଷେତ୍ରରେ ଏହା ବିଫଳ ହୋଇଥାଏ। ଅଚାନକ କାର୍ଡିଆକ୍‌ ଆରେଷ୍ଟ ହୋଇ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ମୁଣ୍ଡ ଘୂରାଇବା, ମୂର୍ଚ୍ଛା ଯିବା ଆଦି ଲକ୍ଷଣ ଦେଖାଯାଇଥାଏ। କେବଳ ସେତିକି ନୁହେଁ, କାର୍ଡିଆକ୍‌ ଆରେଷ୍ଟର ପ୍ରାୟ ଘଣ୍ଟାକ ପୂର୍ବରୁ ବାନ୍ତି ଏବଂ ବିଚଳିତ ଲାଗିଥାଏ। ତେଣୁ କାର୍ଡିଆକ୍‌ ଆରେଷ୍ଟ ହେଲାମାତ୍ରେ ତୁରନ୍ତ ଲକ୍ଷଣକୁ ଚିହ୍ନଟ କରି ରୋଗୀଙ୍କୁ କାର୍ଡିଓ ପଲ୍‌ମୋନାରୀ ରେସ୍ୟୁସିଏସନ୍‌(ସିପିଆର୍‌) ଦିଆଯାଏ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ସିପିଆର୍‌ ଏକ ଜୀବନ ରକ୍ଷକ କୌଶଳ। ଯାହା ସମସ୍ତେ ସଠିକ ଭାବରେ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ତେବେ ଯେଉଁମାନଙ୍କର ଶ୍ବାସପ୍ରଶ୍ବାସ ବନ୍ଦ ହୋଇଯାଇଥାଏ, ସେମାନଙ୍କ ପାଇଁ ଜରୁରିକାଳୀନ ସ୍ଥିତିରେ ସିପିଆର ଉପଯୋଗୀ ହୋଇଥାଏ। ସିପିଆର୍‌ ଦେଉଥିଲେ, କିଛି ବିଶେଷ କଥାକୁ ଧ୍ୟାନ ଦିଆଯିବା ଉଚିତ। ଯେମିତିକି ରୋଗୀର ସ୍ଥିତିକୁ ଧ୍ୟାନ ଦେବା, ଅଚାନକ ଯଦି ଜଣେ ମୂର୍ଚ୍ଛାଯାଇ ବିପଦସ୍ଥଳରେ ଅଛନ୍ତି, ସୁରକ୍ଷିତ ସ୍ଥାନକୁ ଆଣି ତାଙ୍କ କାନ ପାଖରେ କ’ଣ ହୋଇଛି ବୋଲି ପଚାରିବା ଦରକାର। ନାକରେ ଆଙ୍ଗୁଠି ଲଗାଇ ଛାତିରେ ହାତ ରଖି ତାଙ୍କ ଶ୍ବାସକ୍ରିୟାକୁ ପରଖିବା ଉଚିତ। ଏହାରି ମଧ୍ୟରେ ଜରୁରିକାଳୀନ ଆମ୍ବୁଲାନ୍ସକୁ ଫୋନ୍‌ କରାଯିବା ବୁଦ୍ଧିମାନର କାମ। ଯଦି ରୋଗୀଙ୍କଠାରୁ କୌଣସି ପ୍ରତିକ୍ରୟା ନ ମିଳେ, ତାହେଲେ ତାଙ୍କ ହାତ ଏବଂ ବେକରେ ନାଡ଼ି ଦେଖିବା। ନାଡ଼ି ନ ପାଇଲେ, ଆଣ୍ଠେଇ ତାଙ୍କ ଛାତିର ମଧ୍ୟମ ଏବଂ ବାମପାର୍ଶ୍ବକୁ ଜୋର ଜୋରରେ ଚାପିବାକୁ ହୋଇଥାଏ। ୩୦ଥର ଚାପିବା ପରେ ଦୁଇଥର ରୋଗୀର ପାଟିରେ ନିଃଶ୍ବାସ ଦେବା କାର୍ଯ୍ୟ ଜାରି ରଖିବା ଦରକାର। ଏପରି କରିବା ଦ୍ବାରା ହୃତ୍‌ପିଣ୍ଡର ସ୍ପନ୍ଦନ ଏବଂ ଶ୍ବାସପ୍ରଶ୍ବାସ ଫେରିବା ଦରକାର। ତେଣୁ କୌଣସି ସ୍ଥାନରେ ଏପରି ସ୍ଥିତି ଦେଖିଲେ ତୁରନ୍ତ ସିପିଆର ଦେଇ ଜଣକ ଜୀବନ ବଞ୍ଚାଇହେବ।

19 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର