ସାମାନ୍ୟ ଲକ୍ଷଣରୁ ନୀରବ ହୃଦ୍‌ଘାତ: ଜାଣନ୍ତୁ କାହିଁକି ହୁଏ ହୃଦ୍‌ଘାତ, ଚିକିତ୍ସା ବିକଳ୍ପ…

The Sakala Picture
Published On

ପୂର୍ବରୁ ପଚାଶ ବର୍ଷରୁ ଅଧିକ ବୟସ୍କଙ୍କୁ ହୃଦ୍‌ଘାତ ହେଉଥିଲା। ହେଲେ ଏବେ ତିରିଶ ବର୍ଷ ତଥା ଏହାଠୁ କମ୍ ବୟସର ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ହୃଦ୍‌ଘାତଠାରୁ ଏବେ ଘାତକ ପାଲଟିଛି ନୀରବ ହୃଦ୍‌ଘାତ। ଶରୀରରେ କୌଣସି ଲକ୍ଷଣ ଯଥା- ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟା ଜନିତ ସମସ୍ୟା ନଥାଇ ହୃଦ୍‌ଘାତ ହେଉଥିବାରୁ ଏହାକୁ ନୀରବ ହୃଦ୍‌ଘାତ କୁହାଯାଇଥାଏ। ଏକ ଅଧ୍ୟୟନ ମୁତାବକ ପ୍ରାୟ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନୀରବ ହୃଦ୍‌ଘାତ ହୋଇଥାଏ। ଏଥିରେ ଦେଖାଯାଉଥିବା ହାଲୁକା […]

ପୂର୍ବରୁ ପଚାଶ ବର୍ଷରୁ ଅଧିକ ବୟସ୍କଙ୍କୁ ହୃଦ୍‌ଘାତ ହେଉଥିଲା। ହେଲେ ଏବେ ତିରିଶ ବର୍ଷ ତଥା ଏହାଠୁ କମ୍ ବୟସର ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ହୃଦ୍‌ଘାତଠାରୁ ଏବେ ଘାତକ ପାଲଟିଛି ନୀରବ ହୃଦ୍‌ଘାତ। ଶରୀରରେ କୌଣସି ଲକ୍ଷଣ ଯଥା- ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟା ଜନିତ ସମସ୍ୟା ନଥାଇ ହୃଦ୍‌ଘାତ ହେଉଥିବାରୁ ଏହାକୁ ନୀରବ ହୃଦ୍‌ଘାତ କୁହାଯାଇଥାଏ। ଏକ ଅଧ୍ୟୟନ ମୁତାବକ ପ୍ରାୟ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନୀରବ ହୃଦ୍‌ଘାତ ହୋଇଥାଏ। ଏଥିରେ ଦେଖାଯାଉଥିବା ହାଲୁକା ସଙ୍କେତକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

କାହିଁକି ହୁଏ ହୃଦ୍‌ଘାତ
ନୀରବ ହୃଦ୍‌ଘାତକୁ ସାଇଲେଣ୍ଟ ଇସ୍କେମିୟା କୁହାଯାଏ। ହୃଦ୍‌ଘାତରେ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ଝାଳ ବୋହିବା ଆଦି ଲକ୍ଷଣ ଦେଖାଯାଏ। ହେଲେ ନୀରବ ହୃଦ୍‌ଘାତରେ ଲକ୍ଷଣ ନ ଥାଇ କରୋନାରି ଧମନୀରେ ୩୦ରୁ ୪୦ % ପ୍ଲାକ୍‌ ରକ୍ତଜମାଟ ବାନ୍ଧିଯାଏ। ହୃତ୍‌ପିଣ୍ଡର ମାଂସପେଶୀକୁ ଅମ୍ଳଜାନ ଏବଂ ରକ୍ତ ପହଞ୍ଚାଇବା ବିଳମ୍ବ ଯୋଗୁଁ ନୀରବ ହୃତ୍‌ଘାତ ହୁଏ। ହୃତ୍‌ପିଣ୍ଡ ଅଚଳ ହୋଇଥାଏ। ସେହିପରି କୋଲେଷ୍ଟ୍ରଲ୍‌ ସ୍ତର ସାମାନ୍ୟ ଥାଇ ନୀରବ ହୃଦ୍‌ଘାତ ହୁଏ। ବୟସ୍କ, ଅଧÒକ ଚିନ୍ତା କରିବା, ଅତ୍ୟଧÒକ ବ୍ୟାୟାମ ବା କଠିନ ପରିଶ୍ରମ ନ କରିବା, ମଧୁମେହ, ମୋଟାପା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ନିଶା ତଥା ଧୂମ୍ରପାନ ସେବନ ଦ୍ବାରା ନୀରବ ହୃଦ୍‌ଘାତ ହୋଇଥାଏ।

ଲକ୍ଷଣ
ଅନ୍ୟାନ୍ୟ ରୋଗ ଥାଇ ମଧ୍ୟ ନୀରବ ହୃଦ୍‌ଘାତ ହୋଇଥାଏ। କାମ କରି ଥକ୍କାପଣ ଅନୁଭବ କରିବା, ଛାତିରେ ସାମାନ୍ୟ ଯନ୍ତ୍ରଣା, ଛାତି ଓ ପେଟ ଜଳାପୋଡ଼ା, ଡିହାଇଡ୍ରେସନ୍‌, ବଦହଜମୀ, ନିଃଶ୍ବାସ ନେବାରେ ସମସ୍ୟା,ଶରୀର ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ମୁଣ୍ଡବିନ୍ଧା, ଶରୀରରୁ ଅଧÒକ ଝାଳ ବୋହିବା, ଆଦି ନୀରବ ହୃଦ୍‌ଘାତର ଲକ୍ଷଣ। ମହିଳାଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ।

ପ୍ରଭାବିତ ବର୍ଗ
ମଧୁମେହ କିମ୍ବା ବୟସ୍କ ଲୋକଙ୍କୁ ନୀରବ ହୃଦ୍‌ଘାତ ଭୟ ଅଧିକ ଥାଏ। ଅଧିକ ଲୋକ ବଦହଜମୀ ବା ଅମ୍ଳଜନିତ ସମସ୍ୟାକୁ ଅଣଦେଖା କରିଦିଅନ୍ତି। ଏହା ହିଁ ନୀରବ ହୃଦ୍‌ଘାତର ଲକ୍ଷଣ।

ଆଧୁନିକ ଖାଦ୍ୟାଭ୍ୟାସ ଦାୟୀ

ସମ୍ପ୍ରତି ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ତଥା ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ନୀରବ ହୃଦ୍‌ଘାତ ଜନିତ ସମସ୍ୟା ବୃଦ୍ଧି ପାଉଛି। ତେଣୁ ତେଲ

ମସଲା, ଜଙ୍କ୍‌ଫୁଡ୍‌ ଓ ମାଛ-ମାଂସ ଠାରୁ ଦୂରେଇ ରୁହନ୍ତୁ। ଅନ୍ୟପଟେ ସୁସ୍ଥ-ସବଳ ଶରୀର ବନାଇବା ଚକ୍କରରେ ଏବେ ସମସ୍ତେ ଜିମ୍‌ ଯାଉଛନ୍ତି। ତେବେ ଅଧିକରୁ ଅଧିକ ପରିଶ୍ରମ କରିବା

ସମୟରେ ଜିମ୍‌ରେ ମଧ୍ୟ ନୀରବ ହୃଦ୍‌ଘାତ ଅନେକଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କ ହୃଦ୍‌ଜନିତ ସମସ୍ୟା ସହ ହାତ ମାଂସପେଶୀରେ ସମସ୍ୟା ଥିଲେ, ଜିମ୍‌ରେ ଅଧିକ ନୀରବ ହୃଦ୍‌ଘାତ ମାମଲା ଦେଖିବାକୁ ମିଳିଥାଏ।

ମାନସିକ ଅବସାଦ ବି କାରଣ
ମାଇଗ୍ରେନ୍‌ ତଥା ମୁଣ୍ଡବ୍ୟଥା ଯୋଗୁଁ ଯୁବପିଢ଼ିଙ୍କ ଠାରେ ନୀରବ ହୃଦ୍‌ଘାତ ଦେଖାଯାଉଛି। ଆମେରିକା ହାର୍ଟ ଆସୋସିଏସନ (ଏଏଚ୍‌ଏ) ରିପୋର୍ଟ ଅନୁସାରେ ୩୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ମାଇଗ୍ରେନ୍‌ ହୃଦ୍‌ଘାତର ସଙ୍କେତ ଦେଇଥାଏ। ମୁଣ୍ଡବିନ୍ଧା ବିଭିନ୍ନ ବର୍ଗର ଲୋକଙ୍କ ଠାରେ ଦେଖାଯାଉଥÒବାବେଳେ ଏଥିପାଇଁ ସଚେତନ ସହ ଚିନ୍ତାମୁକ୍ତ ରହିବା ଜରୁରି।

ଚିକିତ୍ସା ବିକଳ୍ପ
ନିୟମିତ ରକ୍ତଚାପ, ଶର୍କରା ଏବଂ କୋଲେଷ୍ଟ୍ରଲ ଚେକ୍‌ଅପ୍‌ କରାନ୍ତୁ। ଖାଦ୍ୟ ହଜମ ନ ହେବା କିମ୍ବା ଅମ୍ଳ ଯୋଗୁଁ ଛାତିରେ ଯନ୍ତ୍ରଣା ହେଉଥିଲେ, ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଥିଲେ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ। ଡାଏଟ୍‌ରେ ପୌଷ୍ଟିକ ଖାଦ୍ୟ ସାମିଲ କରିପାରିେବ। ରକ୍ତଚାପ ପୀଡ଼ିତ ନିୟମିତ ରକ୍ତଚାପ ପରୀକ୍ଷା କରି ଔଷଧ ସେବନ କରନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଇଲୋକ୍ଟ୍ରୋକାର୍ଡିଓଗ୍ରାମ୍‌ ଏବଂ ଇକୋକାର୍ଡିଓଗ୍ରାମ୍‌ ଟେଷ୍ଟ କରି ନୀରବ ହୃଦ୍‌ଘାତକୁ ଚିହ୍ନଟ କରିପାରିେବ। ହୃତ୍‌ପିଣ୍ଡର ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ଏଞ୍ଜିୟୋପ୍ଲାଷ୍ଟି, ହୃତପିଣ୍ଡ ପ୍ରତ୍ୟାରୋପଣ, ବାଇପାସ୍‌ ସର୍ଜରୀ ଆଦି ଚିକିତ୍ସା କରିବାକୁ ହୁଏ। ନିଦ ପୂରା କରନ୍ତୁ। ଶାରୀରିକ ପରିଶ୍ରମ ସହ ନିଶା ଓ ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ।

28 Jun 2024 By The Sakala

https://www.thesakala.in/health/silent-heart-attack-from-mild-symptoms-know-why-heart-attacks-happen-treatment-options/article-33243
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp