ଧଳା ପିଆଜ ଦୂର କରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା

The Sakala Picture
Published On

ଆୟୁର୍ବେଦରେ ପିଆଜକୁ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ। ପିଆଜରେ ଅନେକ ପୋଷକତତ୍ତ୍ବ ରହିଛି। ପିଆଜ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହିତ ସାଲାଡ୍‌ରେ କଞ୍ଚାପିଆଜ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଧଳା ପିଆଜରେ ଥିବା ସୋଡିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, କାର୍ବୋହାଇଡ୍ରେଡ୍‌, ସାଚୁରେଟେଡ୍‌ ଫ୍ୟାଟ୍‌, ଫାଇବର୍‌, ପ୍ରୋଟିନ୍‌, କ୍ୟାଲୋରୀ, ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ଆଦି ରହିଛି। ଏହା ବ୍ୟତୀତ ଧଳା ପିଆଜରେ ଆହୁରି ଅନେକ ପ୍ରକାର ପୋଷକତତ୍ତ୍ବ ରହିଛି, ଯାହାକି […]

ଆୟୁର୍ବେଦରେ ପିଆଜକୁ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ। ପିଆଜରେ ଅନେକ ପୋଷକତତ୍ତ୍ବ ରହିଛି। ପିଆଜ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହିତ ସାଲାଡ୍‌ରେ କଞ୍ଚାପିଆଜ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଧଳା ପିଆଜରେ ଥିବା ସୋଡିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, କାର୍ବୋହାଇଡ୍ରେଡ୍‌, ସାଚୁରେଟେଡ୍‌ ଫ୍ୟାଟ୍‌, ଫାଇବର୍‌, ପ୍ରୋଟିନ୍‌, କ୍ୟାଲୋରୀ, ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ଆଦି ରହିଛି। ଏହା ବ୍ୟତୀତ ଧଳା ପିଆଜରେ ଆହୁରି ଅନେକ ପ୍ରକାର ପୋଷକତତ୍ତ୍ବ ରହିଛି, ଯାହାକି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ପିଆଜରେ ପ୍ରିବାୟୋଟିକ୍ସ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ଦ୍ବାରା ହଜମଜନିତ ସମସ୍ୟା ଦୂର ହେବା ସହ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-କେଶଜନିତ ସବୁ ସମସ୍ୟାର ସମାଧାନ ପାଇଁ ଧଳା ପିଆଜ ବହୁତ ଲାଭପ୍ରଦ। ପିଆଜର ରସକୁ କେଶମୂଳରେ ଲଗାଇବା ଦ୍ବାରା କେଶ ଝଡ଼ିବା ବନ୍ଦ ହେବା ସହ ରୁପି ସମସ୍ୟା ଦୂର ହୁଏ। କେଶ ପାଚିବା ବନ୍ଦ ହୁଏ ଏବଂ ଅନେକଙ୍କ କ୍ଷେତ୍ରରେ ନୂଆ କେଶ ମଧ୍ୟ ଉଠିଥାଏ।

-ପିଆଜରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଯୋଗୁଁ କୋଲେଷ୍ଟ୍ରଲ୍‌ ସ୍ତର ନିୟନ୍ତ୍ରଣରେ ରହିଥାଏ।

-ଆଣ୍ଟିଇନ୍‌ଫ୍ଲାମେଣ୍ଟାରି ଗୁଣରେ ଭରପୂର ପିଆଜ ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧା ନଥାଏ। ଏହା ଦ୍ବାରା ଧମନୀରେ ରକ୍ତର ପ୍ରବାହ ଠିକ୍‌ ରହେ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହେ। ତେଣୁ ହୃଦ୍‌ଘାତଜନିତ ରୋଗର ଆଶଙ୍କା ମଧ୍ୟ ହ୍ରାସ ହୋଇଥାଏ।

-ରୋଗପ୍ରତିରୋଧଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ଖାଦ୍ୟରେ ଧଳା ପିଆଜକୁ ସାମିଲ୍‌ କରିପାରିବେ। ଧଳା ପିଆଜରେ ଥିବା ସେଲେନିୟମ୍‌ ସଂକ୍ରମଣକାରୀ ଭୂତାଣୁ ଏବଂ ଜୀବାଣୁକୁ ମାରିବାରେ ସହାୟକ ହୋଇଥାଏ। ତେଣୁ ଏହା ଶରୀରକୁ ରୋଗମୁକ୍ତ ରଖେ।

-ହାଡ଼ ଓ ମାଂସପେଶୀଜନିତ କୌଣସି ଯନ୍ତ୍ରଣା ଦୂର କରିବା ସହିତ ସୁନିଦ୍ରା ପାଇଁ ପ୍ରତିଦିନ ଧଳା ପିଆଜକୁ ଖାଦ୍ୟରେ ସାମିଲ କରିବା ଉତ୍ତମ ହୋଇଥାଏ।

10 Jul 2023 By The Sakala

ଧଳା ପିଆଜ ଦୂର କରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା

ଆୟୁର୍ବେଦରେ ପିଆଜକୁ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ। ପିଆଜରେ ଅନେକ ପୋଷକତତ୍ତ୍ବ ରହିଛି। ପିଆଜ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହିତ ସାଲାଡ୍‌ରେ କଞ୍ଚାପିଆଜ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଧଳା ପିଆଜରେ ଥିବା ସୋଡିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, କାର୍ବୋହାଇଡ୍ରେଡ୍‌, ସାଚୁରେଟେଡ୍‌ ଫ୍ୟାଟ୍‌, ଫାଇବର୍‌, ପ୍ରୋଟିନ୍‌, କ୍ୟାଲୋରୀ, ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ଆଦି ରହିଛି। ଏହା ବ୍ୟତୀତ ଧଳା ପିଆଜରେ ଆହୁରି ଅନେକ ପ୍ରକାର ପୋଷକତତ୍ତ୍ବ ରହିଛି, ଯାହାକି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ।

-ପିଆଜରେ ପ୍ରିବାୟୋଟିକ୍ସ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ଦ୍ବାରା ହଜମଜନିତ ସମସ୍ୟା ଦୂର ହେବା ସହ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ।

-କେଶଜନିତ ସବୁ ସମସ୍ୟାର ସମାଧାନ ପାଇଁ ଧଳା ପିଆଜ ବହୁତ ଲାଭପ୍ରଦ। ପିଆଜର ରସକୁ କେଶମୂଳରେ ଲଗାଇବା ଦ୍ବାରା କେଶ ଝଡ଼ିବା ବନ୍ଦ ହେବା ସହ ରୁପି ସମସ୍ୟା ଦୂର ହୁଏ। କେଶ ପାଚିବା ବନ୍ଦ ହୁଏ ଏବଂ ଅନେକଙ୍କ କ୍ଷେତ୍ରରେ ନୂଆ କେଶ ମଧ୍ୟ ଉଠିଥାଏ।

-ପିଆଜରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଯୋଗୁଁ କୋଲେଷ୍ଟ୍ରଲ୍‌ ସ୍ତର ନିୟନ୍ତ୍ରଣରେ ରହିଥାଏ।

-ଆଣ୍ଟିଇନ୍‌ଫ୍ଲାମେଣ୍ଟାରି ଗୁଣରେ ଭରପୂର ପିଆଜ ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧା ନଥାଏ। ଏହା ଦ୍ବାରା ଧମନୀରେ ରକ୍ତର ପ୍ରବାହ ଠିକ୍‌ ରହେ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହେ। ତେଣୁ ହୃଦ୍‌ଘାତଜନିତ ରୋଗର ଆଶଙ୍କା ମଧ୍ୟ ହ୍ରାସ ହୋଇଥାଏ।

-ରୋଗପ୍ରତିରୋଧଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ଖାଦ୍ୟରେ ଧଳା ପିଆଜକୁ ସାମିଲ୍‌ କରିପାରିବେ। ଧଳା ପିଆଜରେ ଥିବା ସେଲେନିୟମ୍‌ ସଂକ୍ରମଣକାରୀ ଭୂତାଣୁ ଏବଂ ଜୀବାଣୁକୁ ମାରିବାରେ ସହାୟକ ହୋଇଥାଏ। ତେଣୁ ଏହା ଶରୀରକୁ ରୋଗମୁକ୍ତ ରଖେ।

-ହାଡ଼ ଓ ମାଂସପେଶୀଜନିତ କୌଣସି ଯନ୍ତ୍ରଣା ଦୂର କରିବା ସହିତ ସୁନିଦ୍ରା ପାଇଁ ପ୍ରତିଦିନ ଧଳା ପିଆଜକୁ ଖାଦ୍ୟରେ ସାମିଲ କରିବା ଉତ୍ତମ ହୋଇଥାଏ।

https://www.thesakala.in/health/white-onion-cures-various-health-problems/article-23378
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp