ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ….

The Sakala Picture
Published On

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ। -ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ ହୃତ୍‌ପିଣ୍ଡ ସମ୍ପର୍କିତ ରୋଗ ହୋଇଛି ବୋଲି ଜଣାପଡ଼େ। ଏହି ସ୍ଥିତିରେ ହାର୍ଟ ରକ୍ତକୁ ସଠିକ୍‌ ଭାବେ ପମ୍ପ୍‌ କରିପାରେ ନାହିଁ, […]

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ ହୃତ୍‌ପିଣ୍ଡ ସମ୍ପର୍କିତ ରୋଗ ହୋଇଛି ବୋଲି ଜଣାପଡ଼େ। ଏହି ସ୍ଥିତିରେ ହାର୍ଟ ରକ୍ତକୁ ସଠିକ୍‌ ଭାବେ ପମ୍ପ୍‌ କରିପାରେ ନାହିଁ, କିମ୍ବା ରକ୍ତରେ ଅକ୍ସିଜେନ୍‌ କମ୍ ଅଛି ବୋଲି ଜଣାଯାଏ।

ଆହୁରି ପଢ଼ନ୍ତୁ: ୧୮ ବର୍ଷରେ ହାର୍ଟ ଟେଷ୍ଟ, ୩୫ରେ ସିଟି ସ୍କାନ! କ'ଣ କହୁଛନ୍ତି ବିଶେଷଜ୍ଞ?

-ଯେଉଁମାନେ ଚାହା, କଫି, ବିଡ଼ି ଓ ସିଗାରେଟ୍‌ ଆଦି ଅଧିକ ପିଇଥାନ୍ତି, ସେମାନଙ୍କ ଜିଭର ରଙ୍ଗ ବାଦାମୀ ହୋଇଯାଏ। ତେଣୁ ବାଦାମୀ ରଙ୍ଗର ଜିଭ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ସୂଚାଇ ଥାଏ।

ଆହୁରି ପଢ଼ନ୍ତୁ: ବିଶ୍ୱରେ ୩୨% ମୃତ୍ୟୁର କାରଣ ସାଜିଛି ହୃଦରୋଗ: ବର୍ତ୍ତିବେ କିପରି ଜାଣନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପରାମର୍ଶ

-ଅଧିକ ଲାଲ୍‌ କିମ୍ବା ଗୋଲାପି ରଙ୍ଗର ଜିଭ ସୂଚନା ଦେଇଥାଏ ଯେ, ଶରୀରରେ ଭିଟାମିନ୍‌ ‘ବି-୧୨’ ଓ ଫଲିକ୍‌ ଏସିଡ୍‌ର ଅଭାବ ରହିଛି। ଏହାଦ୍ବାରା ଜିଭ ଉପରେ ଲାଲ୍‌ ରଙ୍ଗର ଦାଗ ଦେଖିବାକୁ ମିଳେ। ଏହାକୁ ଜିଓଗ୍ରାଫିକ୍‌ ଟଙ୍ଗ୍‌ ମଧ୍ୟ କୁହାଯାଏ।

-ଫ୍ଲୁ ଓ ଲିକୋପ୍ଲୋକିୟା କାରଣରୁ ଜିଭର ରଙ୍ଗର ଧଳା ଦେଖାଯାଏ। ଅନେକ ଜଣ ଜିଭ ଓ ପାଟି ଭଲ ଭାବେ ସଫା କରୁ ନଥିବା କାରଣରୁ ମଧ୍ୟ ଜିଭ ଧଳା ଦେଖାଯାଏ।

-ଶରୀରରେ ପୋଷକତତ୍ତ୍ବର ଅଭାବ ହେଲେ, ଜିଭର ରଙ୍ଗ ହଳଦିଆ ଦେଖାଯାଏ। ଏହା ବ୍ୟତୀତ ଲିଭର୍ ଓ ପେଟ ସମ୍ପର୍କିତ ସମସ୍ୟା ଦେଖାଗଲେ ଜିଭର ରଙ୍ଗ ହଳଦିଆ ହୋଇଯାଏ।

-ଜିଭର ରଙ୍ଗ କଳା ହେବା ଅତ୍ୟନ୍ତ କ୍ଷତିକାରକ। ଏହା କ୍ୟାନ୍ସର୍‌ ଆଶଙ୍କା ସୃଷ୍ଟି କରିଥାଏ। ଫଙ୍ଗଲ୍‌ ସଂକ୍ରମଣ ଓ ଅଲ୍‌ସର୍‌ ହେଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼ିଯାଏ। ଅଧିକ  ଧୂମପାନ କଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼େ।

20 Nov 2022 By The Sakala

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ….

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।

-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ ହୃତ୍‌ପିଣ୍ଡ ସମ୍ପର୍କିତ ରୋଗ ହୋଇଛି ବୋଲି ଜଣାପଡ଼େ। ଏହି ସ୍ଥିତିରେ ହାର୍ଟ ରକ୍ତକୁ ସଠିକ୍‌ ଭାବେ ପମ୍ପ୍‌ କରିପାରେ ନାହିଁ, କିମ୍ବା ରକ୍ତରେ ଅକ୍ସିଜେନ୍‌ କମ୍ ଅଛି ବୋଲି ଜଣାଯାଏ।

-ଯେଉଁମାନେ ଚାହା, କଫି, ବିଡ଼ି ଓ ସିଗାରେଟ୍‌ ଆଦି ଅଧିକ ପିଇଥାନ୍ତି, ସେମାନଙ୍କ ଜିଭର ରଙ୍ଗ ବାଦାମୀ ହୋଇଯାଏ। ତେଣୁ ବାଦାମୀ ରଙ୍ଗର ଜିଭ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ସୂଚାଇ ଥାଏ।

-ଅଧିକ ଲାଲ୍‌ କିମ୍ବା ଗୋଲାପି ରଙ୍ଗର ଜିଭ ସୂଚନା ଦେଇଥାଏ ଯେ, ଶରୀରରେ ଭିଟାମିନ୍‌ ‘ବି-୧୨’ ଓ ଫଲିକ୍‌ ଏସିଡ୍‌ର ଅଭାବ ରହିଛି। ଏହାଦ୍ବାରା ଜିଭ ଉପରେ ଲାଲ୍‌ ରଙ୍ଗର ଦାଗ ଦେଖିବାକୁ ମିଳେ। ଏହାକୁ ଜିଓଗ୍ରାଫିକ୍‌ ଟଙ୍ଗ୍‌ ମଧ୍ୟ କୁହାଯାଏ।

-ଫ୍ଲୁ ଓ ଲିକୋପ୍ଲୋକିୟା କାରଣରୁ ଜିଭର ରଙ୍ଗର ଧଳା ଦେଖାଯାଏ। ଅନେକ ଜଣ ଜିଭ ଓ ପାଟି ଭଲ ଭାବେ ସଫା କରୁ ନଥିବା କାରଣରୁ ମଧ୍ୟ ଜିଭ ଧଳା ଦେଖାଯାଏ।

-ଶରୀରରେ ପୋଷକତତ୍ତ୍ବର ଅଭାବ ହେଲେ, ଜିଭର ରଙ୍ଗ ହଳଦିଆ ଦେଖାଯାଏ। ଏହା ବ୍ୟତୀତ ଲିଭର୍ ଓ ପେଟ ସମ୍ପର୍କିତ ସମସ୍ୟା ଦେଖାଗଲେ ଜିଭର ରଙ୍ଗ ହଳଦିଆ ହୋଇଯାଏ।

-ଜିଭର ରଙ୍ଗ କଳା ହେବା ଅତ୍ୟନ୍ତ କ୍ଷତିକାରକ। ଏହା କ୍ୟାନ୍ସର୍‌ ଆଶଙ୍କା ସୃଷ୍ଟି କରିଥାଏ। ଫଙ୍ଗଲ୍‌ ସଂକ୍ରମଣ ଓ ଅଲ୍‌ସର୍‌ ହେଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼ିଯାଏ। ଅଧିକ  ଧୂମପାନ କଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼େ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp