ଫଳକୁ ଶୁଘିଂ ଦୂର କରନ୍ତୁ ମେଦବହୁଳତା

The Sakala Picture
Published On

ଉପରୋକ୍ତ ଶୀର୍ଷକକୁ ବିଶ୍ବାସ କରିବା କଷ୍ଟକର ହୋଇପାରେ। କିନ୍ତୁ ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଏହାର ସତ୍ୟତା ପ୍ରମାଣିତ ହୋଇଛି। ସାଧାରଣ ଭାବରେ କୁହାଯାଏ ଯେ, ଅଧିକ ସମୟ ଧରି ରୋଷେଇ କରୁଥିଲେ, ବିଭିନ୍ନ ଖାଦ୍ୟର ବାସ୍ନା ଯୋଗୁଁ ଖାଦ୍ୟ ଖାଇବା କମିଯାଏ। ଏହି କଥାକୁ ଏବେ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସତ ବୋଲି କହିଛନ୍ତି। ବୈଜ୍ଞାନିକମାନେ ଖାଦ୍ୟ ଓ ତା’ର ପ୍ରଭାବକୁ ନେଇ କିଛି ଗବେଷଣା କରିଥିଲେ। ଏହି ଗବେଷଣାର ଏକ ବିଭାଗ ଥିଲା ମେଦବହୁଳତା। […]

ଉପରୋକ୍ତ ଶୀର୍ଷକକୁ ବିଶ୍ବାସ କରିବା କଷ୍ଟକର ହୋଇପାରେ। କିନ୍ତୁ ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଏହାର ସତ୍ୟତା ପ୍ରମାଣିତ ହୋଇଛି। ସାଧାରଣ ଭାବରେ କୁହାଯାଏ ଯେ, ଅଧିକ ସମୟ ଧରି ରୋଷେଇ କରୁଥିଲେ, ବିଭିନ୍ନ ଖାଦ୍ୟର ବାସ୍ନା ଯୋଗୁଁ ଖାଦ୍ୟ ଖାଇବା କମିଯାଏ। ଏହି କଥାକୁ ଏବେ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସତ ବୋଲି କହିଛନ୍ତି। ବୈଜ୍ଞାନିକମାନେ ଖାଦ୍ୟ ଓ ତା’ର ପ୍ରଭାବକୁ ନେଇ କିଛି ଗବେଷଣା କରିଥିଲେ। ଏହି ଗବେଷଣାର ଏକ ବିଭାଗ ଥିଲା ମେଦବହୁଳତା।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଏମିତି କିଛି ସୁଗନ୍ଧ ଅଛି, ଯାହାକୁ ଆଘ୍ରାଣ କରିବା ପରେ ଭୋକର ପରିମାଣ କମିଯାଏ। ଖାଦ୍ୟ କମ୍‌ ଖାଇବା ଯୋଗୁଁ ମେଦ ବହୁଳତା ଦୂର ହୁଏ। କୌଣସି ଡାଇଟିଙ୍ଗ୍‌ କିମ୍ବା ଜିମ୍‌ ନ ଯାଇ ପ୍ରାକୃତିକ ଉପାୟରେ ମେଦ ବହୁଳତା କମାଇବା ଏହା ସବୁଠାରୁ ସହଜ ଉପାୟ। ଖାଇବା ପୂର୍ବରୁ ସେଓ ଓ କଦଳୀର ବାସ୍ନା ଶୁଘିଂବା ଦ୍ବାରା ଭୋକ କମ୍‌ ଲାଗିଥାଏ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ମତ ଦେଇଛନ୍ତି। ଏହା ବ୍ୟତୀତ ଖାଇବା ପୂର୍ବରୁ ଭାନିଲା ବାସ୍ନାର କ୍ୟାଣ୍ଡେଲ୍‌ ଜଳାନ୍ତୁ। ଭାନିଲା ସୁଗନ୍ଧ ଦ୍ବାରା ମସ୍ତିଷ୍କରୁ ବିଭିନ୍ନ ରାସାୟନିକ କ୍ଷରଣ ହୋଇଥାଏ, ଯାହାକି ଭୋକକୁ କମ୍‌ କରିଦିଏ। ଭୋକ କମ୍‌ ହେବା ଯୋଗୁଁ ଖାଦ୍ୟ ମଧ୍ୟ କମ୍‌ ଖାଇଥାନ୍ତି। ସୁଗନ୍ଧ ବ୍ୟତୀତ ଖାଇବା ପୂର୍ବରୁ ଖାଦ୍ୟର ବିଭିନ୍ନ ଫଟୋ ଦେଖିବା ଏବଂ ନୀଳ ରଙ୍ଗର ଥାଳିରେ ଖାଦ୍ୟ ଖାଇବା ଦ୍ବାରା ଭୋକ କମ୍‌ ଲାଗିଥାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି। ତେଣୁ ଶରୀରର ଓଜନ କମ୍‌ କରିବାକୁ ଚାହୁଁଥିଲେ, ସୁଗନ୍ଧ ଉପାୟକୁ ନିଶ୍ଚୟ ଥରେ ଚେଷ୍ଟା କରି ଦେଖନ୍ତୁ।

ଆହୁରି ପଢ଼ନ୍ତୁ: ୧୮ ବର୍ଷରେ ହାର୍ଟ ଟେଷ୍ଟ, ୩୫ରେ ସିଟି ସ୍କାନ! କ'ଣ କହୁଛନ୍ତି ବିଶେଷଜ୍ଞ?

09 Sep 2022 By The Sakala

ଫଳକୁ ଶୁଘିଂ ଦୂର କରନ୍ତୁ ମେଦବହୁଳତା

ଉପରୋକ୍ତ ଶୀର୍ଷକକୁ ବିଶ୍ବାସ କରିବା କଷ୍ଟକର ହୋଇପାରେ। କିନ୍ତୁ ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଏହାର ସତ୍ୟତା ପ୍ରମାଣିତ ହୋଇଛି। ସାଧାରଣ ଭାବରେ କୁହାଯାଏ ଯେ, ଅଧିକ ସମୟ ଧରି ରୋଷେଇ କରୁଥିଲେ, ବିଭିନ୍ନ ଖାଦ୍ୟର ବାସ୍ନା ଯୋଗୁଁ ଖାଦ୍ୟ ଖାଇବା କମିଯାଏ। ଏହି କଥାକୁ ଏବେ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସତ ବୋଲି କହିଛନ୍ତି। ବୈଜ୍ଞାନିକମାନେ ଖାଦ୍ୟ ଓ ତା’ର ପ୍ରଭାବକୁ ନେଇ କିଛି ଗବେଷଣା କରିଥିଲେ। ଏହି ଗବେଷଣାର ଏକ ବିଭାଗ ଥିଲା ମେଦବହୁଳତା।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଏମିତି କିଛି ସୁଗନ୍ଧ ଅଛି, ଯାହାକୁ ଆଘ୍ରାଣ କରିବା ପରେ ଭୋକର ପରିମାଣ କମିଯାଏ। ଖାଦ୍ୟ କମ୍‌ ଖାଇବା ଯୋଗୁଁ ମେଦ ବହୁଳତା ଦୂର ହୁଏ। କୌଣସି ଡାଇଟିଙ୍ଗ୍‌ କିମ୍ବା ଜିମ୍‌ ନ ଯାଇ ପ୍ରାକୃତିକ ଉପାୟରେ ମେଦ ବହୁଳତା କମାଇବା ଏହା ସବୁଠାରୁ ସହଜ ଉପାୟ। ଖାଇବା ପୂର୍ବରୁ ସେଓ ଓ କଦଳୀର ବାସ୍ନା ଶୁଘିଂବା ଦ୍ବାରା ଭୋକ କମ୍‌ ଲାଗିଥାଏ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ମତ ଦେଇଛନ୍ତି। ଏହା ବ୍ୟତୀତ ଖାଇବା ପୂର୍ବରୁ ଭାନିଲା ବାସ୍ନାର କ୍ୟାଣ୍ଡେଲ୍‌ ଜଳାନ୍ତୁ। ଭାନିଲା ସୁଗନ୍ଧ ଦ୍ବାରା ମସ୍ତିଷ୍କରୁ ବିଭିନ୍ନ ରାସାୟନିକ କ୍ଷରଣ ହୋଇଥାଏ, ଯାହାକି ଭୋକକୁ କମ୍‌ କରିଦିଏ। ଭୋକ କମ୍‌ ହେବା ଯୋଗୁଁ ଖାଦ୍ୟ ମଧ୍ୟ କମ୍‌ ଖାଇଥାନ୍ତି। ସୁଗନ୍ଧ ବ୍ୟତୀତ ଖାଇବା ପୂର୍ବରୁ ଖାଦ୍ୟର ବିଭିନ୍ନ ଫଟୋ ଦେଖିବା ଏବଂ ନୀଳ ରଙ୍ଗର ଥାଳିରେ ଖାଦ୍ୟ ଖାଇବା ଦ୍ବାରା ଭୋକ କମ୍‌ ଲାଗିଥାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି। ତେଣୁ ଶରୀରର ଓଜନ କମ୍‌ କରିବାକୁ ଚାହୁଁଥିଲେ, ସୁଗନ୍ଧ ଉପାୟକୁ ନିଶ୍ଚୟ ଥରେ ଚେଷ୍ଟା କରି ଦେଖନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp