ସ୍ବାସ୍ଥ୍ଯ ପକ୍ଷେ ଲାଭଦାୟକ ଜଳ, ଦୂର ହୁଏ ବଡ଼ବଡ଼ ରୋଗ

The Sakala Picture
Published On

ତୁଟୁକା ବା ପ୍ରାକୃତିକ ଚିକିତ୍ସାରେ ଜଳ ହେଉଛି ଏକ ମୁଖ୍ୟ ଉପାଦାନ। ପ୍ରାଚୀନ ଯୁଗରେ ଭାରତୀୟଙ୍କଠାରୁ ଆରମ୍ଭ କରି ଗ୍ରୀକ୍‌, ଇଜିପ୍ଟ, ଆରବ, ଇସ୍ରାଏଲ୍‌, ଜାପାନ, ଇରାନ୍‌ ଓ ଚୀନ୍‌ ପର୍ଯ୍ୟନ୍ତ ଜଳକୁ ଔଷଧ ଭାେବ ବ୍ୟବହାର କରାଯାଉଥିଲା। । ମଣିଷ ଶରୀର ଓଜନର ଶତକଡ଼ା ୬୦ ଭାଗ ହେଉଛି ଜଳ। ମାଂସପେଶୀର ୭୫ ପ୍ରତିଶତ, ହାଡ଼ର ୨୨ ପ୍ରତିଶତ, ରକ୍ତର ୮୩ ପ୍ରତିଶତ, ମସ୍ତିଷ୍କର ୭୨ ପ୍ରତିଶତ ହେଉଛି କେବଳ ଜଳ। ଶରୀର ମଧ୍ୟରେ ଥିବା […]

ତୁଟୁକା ବା ପ୍ରାକୃତିକ ଚିକିତ୍ସାରେ ଜଳ ହେଉଛି ଏକ ମୁଖ୍ୟ ଉପାଦାନ। ପ୍ରାଚୀନ ଯୁଗରେ ଭାରତୀୟଙ୍କଠାରୁ ଆରମ୍ଭ କରି ଗ୍ରୀକ୍‌, ଇଜିପ୍ଟ, ଆରବ, ଇସ୍ରାଏଲ୍‌, ଜାପାନ, ଇରାନ୍‌ ଓ ଚୀନ୍‌ ପର୍ଯ୍ୟନ୍ତ ଜଳକୁ ଔଷଧ ଭାେବ ବ୍ୟବହାର କରାଯାଉଥିଲା। । ମଣିଷ ଶରୀର ଓଜନର ଶତକଡ଼ା ୬୦ ଭାଗ ହେଉଛି ଜଳ। ମାଂସପେଶୀର ୭୫ ପ୍ରତିଶତ, ହାଡ଼ର ୨୨ ପ୍ରତିଶତ, ରକ୍ତର ୮୩ ପ୍ରତିଶତ, ମସ୍ତିଷ୍କର ୭୨ ପ୍ରତିଶତ ହେଉଛି କେବଳ ଜଳ। ଶରୀର ମଧ୍ୟରେ ଥିବା କୋଟି କୋଟି ଜୀବକୋଷ ଜଳରେ ପରିପୂର୍ଣ୍ଣ। ତେଣୁ ଜଳର ଅନ୍ୟନାମ ଜୀବନ। ପାଣିକୁ ହେଲଥ୍‌ ଟନିକ୍‌ ବା ‘ମିରାକ୍ଳ ଫ୍ଲୁଇଡ୍‌’ କୁହାଯାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ପ୍ରତି ୨୦୦ କ୍ୟାଲୋରୀ ଖାଦ୍ୟ ପାଇଁ ଗୋଟିଏ ଗ୍ଲାସ୍‌ ପାଣି ଦରକାର। ପ୍ରତିଦିନ ୨୪୦୦ କ୍ୟାଲୋରି ଖାଦ୍ୟ ପାଇଁ ୧୨ ଗିଲାସ ପାଣି ପିଇବା ଦରକାର।

-ପ୍ରାତଃକାଳରେ ୪ଗ୍ଲାସ୍‌ ଉଷାପାନ କଲେ ଶରୀର ସଫା ହୋଇ ନୂଆ ରକ୍ତ କଣିକା ସୃଷ୍ଟି ହୁଏ।

-ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇଲେ ହୃଦ୍‌ଘାତର ଆଶଙ୍କା କମ୍‌ ହୁଏ।

-ଜଳ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ କରେ।

-ପାଚନ ଓ ପୁଷ୍ଟିରେ ସାହାଯ୍ୟ କରେ। ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରେ। କିଡ୍‌ନି ଓ ଉଦର ପରିଷ୍କାର କରେ।

-ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରେ। କୋଷ୍ଠକାଠିନ୍ୟ ଦୂର କରେ। ନିଃଶ୍ବାସ ପ୍ରଶ୍ବାସକୁ ଶୀତଳ ଓ ଆର୍ଦ୍ର ରଖେ।

-ଜଳ ଦ୍ବାରା କୋଷଗୁଡ଼ିକ ଅମ୍ଳଜାନ ପାଇଥାନ୍ତି।

-ଜଳ ଦ୍ବାରା ଖାଦ୍ୟ ଶକ୍ତିରେ ପରିଣତ ହୁଏ।

-ଖଞ୍ଜାଗୁଡ଼ିକର ଲୁବ୍ରିକାଣ୍ଟ୍‌ ଭଲ ଭାବେ କାମ କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp