ସବୁବେଳେ ଆଖିରୁ ଲୁହ ବାହାରୁଥିଲେ କଣ କରିବେ ଜାଣନ୍ତୁ….

The Sakala Picture
Published On

ଆଖିରେ ଥିବା ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବା ପାଣି ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ପାଣି ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ ଏପିଫୋରା ବା ଟିୟରିଙ୍ଗ୍‌ ବୋଲି କୁହାଯାଏ। ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଆପେ ଆପେ ଭଲ ହୋଇଯାଏ। […]

ଆଖିରେ ଥିବା ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବା ପାଣି ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ପାଣି ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ ଏପିଫୋରା ବା ଟିୟରିଙ୍ଗ୍‌ ବୋଲି କୁହାଯାଏ। ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଆପେ ଆପେ ଭଲ ହୋଇଯାଏ। କିନ୍ତୁ ଅନେକ ସ୍ବାସ୍ଥ୍ୟଗତ ବା ପାରପାର୍ଶ୍ବିକ କାରଣ ଯୋଗୁଁ ଏହି ସମସ୍ୟା ଗମ୍ଭୀର ସ୍ଥିତିକୁ ଆସିଯାଏ। ତେଣୁ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଏହାର ପରୀକ୍ଷା କରାଇବା ସହ କିଛି ସାବଧାନତା ଅବଲମ୍ବନ କରିବା ଉଚିତ। –

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

  • ଯେତେ ସମ୍ଭବ ହୋଇପାରିବ, ବାହାରକୁ ବାହାରିବା ସମୟରେ ଚଷମା ପିନ୍ଧନ୍ତୁ। ଏହାଦ୍ବାରା ଅତିବାଇଗଣି ରଶ୍ମୀ ଓ ପ୍ରଦୂଷିତ ଧୂଳିକଣା ଆଖିର ସଂଷ୍ପର୍ଶରେ ଆସିବ ନାହିଁ।
  • କୌଣସି କେମିକାଲ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ, ଅଧିକ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ।
  • ସବୁଜ ପନିପରିବା, ଫଳ ଓ ସନ୍ତୁଳିତ ଆହାର ଖାଆନ୍ତୁ।
  • ଆଖି କୁଣ୍ଡେଇ ହେବା ଭଳି ଅନୁଭୂତ ହେଲେ, ଆଖିକୁ ଜୋର୍‌ରେ ରଗଡ଼ନ୍ତୁ ନାହିଁ କିମ୍ବା ମକଚି ଦିଅନ୍ତୁ ନାହିଁ। ପରିଷ୍କାର ହାତରେ ହାଲ୍କା ଭାବେ ଆଖିକୁ ମାଲିସ୍‌ କରନ୍ତୁ।
  • ଅନ୍ୟମାନଙ୍କର ଆଖିରେ କୌଣସି ସଂକ୍ରମଣ ହୋଇଥିଲେ, ତାଙ୍କଠାରୁ ଦୂରେଇ ରୁହନ୍ତୁ। କାରଣ ଆଖିରେ ବ୍ୟାକ୍ଟେରିଆ ସଂକ୍ରମିତ ସଙ୍ଗେ ସଙ୍ଗେ ହୋଇଥାଏ।
  • ବାରମ୍ବାର ଆଖିରେ ହାତ ଲଗାନ୍ତୁ ନାହିଁ କିମ୍ବା ମଇଳା ରୁମାଲ୍‌, ଗାମୁଛା ବା କୌଣସି କପଡ଼ାରେ ମୁହଁ ପୋଛନ୍ତୁ ନାହିଁ।
  • ଆଇ ଡ୍ରପ୍‌ ଏବଂ ନିଜର ମେକ୍‌ଅପ୍‌ ଜିନିଷକୁ ଅନ୍ୟ କାହା ସହିତ ସେୟାର୍‌ କରନ୍ତୁ ନାହିଁ। ଆଖିରେ ଅତ୍ୟଧିକ ମେକ୍‌ଅପ୍‌ରୁ ମଧ୍ୟ ଦୂରେଇ ରହନ୍ତୁ।
  • ଟିଭି ବା କମ୍ପ୍ୟୁଟର୍‌ ସାମନାରେ ଅଧିକ ସମୟ ବସନ୍ତୁ ନାହିଁ ଏବଂ ମଝିରେ ମଝିରେ ଆଖିରେ ପାଣି ମାରନ୍ତୁ।
  • ନିୟମିତ ବ୍ୟବଧାନରେ ଚକ୍ଷୁ ବିଶେଷଜ୍ଞଙ୍କୁ ସାକ୍ଷାତ କରି ପରାମର୍ଶ ପୂର୍ବକ ଔଷଧ ଖାଆନ୍ତୁ ବା ଆଇ ଡ୍ରପ୍‌ ନିୟମିତ ଭାବେ ପକାନ୍ତୁ।
  • ଆଖି ପାଇଁ ଥିବା କିଛି ସ୍ବତନ୍ତ୍ର ବ୍ୟାୟାମ କରନ୍ତୁ।
20 May 2022 By The Sakala

https://www.thesakala.in/health/how-to-stop-watery-eyes-or-teary-eyes/article-11744
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp