ଥଲାଇଭି’ର ରିଲିଜ୍‌ ତାରିଖ ଘୋଷଣା କଲେ କଙ୍ଗନା

The Sakala Picture
Published On

ମୁମ୍ବାଇ : ବଲିଉଡ୍‌ର ବହୁ ପ୍ରତୀକ୍ଷିତ ‘ଥଲାଇଭି’ ଫିଲ୍ମ ଲାଗି ଅଭିନେତ୍ରୀ କଙ୍ଗନା ରାନାୱତ ଚର୍ଚ୍ଚାରେ ଅଛନ୍ତି। ଅନେକ ଥର ରିଲିଜ୍‌ ତାରିଖ ବଦଳୁଥିବା ‘ଥଲାଇଭି’ ଶେଷରେ ୧୦ ସେପ୍ଟେମ୍ବରରେ ରିଲିଜ୍‌ ହେବ ବୋଲି କଙ୍ଗନା ନିଜେ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଳାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ କଙ୍ଗନାଙ୍କ ସହିତ ଅରବିନ୍ଦ ସ୍ବାମୀ ମୁଖ୍ୟ ଭୂମିକାରେ ନଜର […]

ମୁମ୍ବାଇ : ବଲିଉଡ୍‌ର ବହୁ ପ୍ରତୀକ୍ଷିତ ‘ଥଲାଇଭି’ ଫିଲ୍ମ ଲାଗି ଅଭିନେତ୍ରୀ କଙ୍ଗନା ରାନାୱତ ଚର୍ଚ୍ଚାରେ ଅଛନ୍ତି। ଅନେକ ଥର ରିଲିଜ୍‌ ତାରିଖ ବଦଳୁଥିବା ‘ଥଲାଇଭି’ ଶେଷରେ ୧୦ ସେପ୍ଟେମ୍ବରରେ ରିଲିଜ୍‌ ହେବ ବୋଲି କଙ୍ଗନା ନିଜେ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଳାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ କଙ୍ଗନାଙ୍କ ସହିତ ଅରବିନ୍ଦ ସ୍ବାମୀ ମୁଖ୍ୟ ଭୂମିକାରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: କମେଡିଆନ୍ ସମୟ ରୈନାଙ୍କ ଉପରେ ବର୍ଷିଲେ 'ଶକ୍ତିମାନ୍' ମୁକେଶ ଖାନ୍ନା, କହିଲେ- 'କୁକୁର ଲାଞ୍ଜ କେବେ ସିଧା ହୁଏନାହିଁ'

ସୂଚନାଯାୟୀ, କରୋନା ମହାମାରୀ ସମୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍‌ ବଟମ୍’ ପରେ କଙ୍ଗନାଙ୍କ ଏହି ଫିଲ୍ମଟି ସିନେମାହଲ୍‌ରେ ରିଲିଜ୍‌ ହେଉଥିବା ବଡ଼ ବଜେଟର ଦ୍ବିତୀୟ ଫିଲ୍ମ ହେବ। ଫିଲ୍ମଟିର ପୋଷ୍ଟର ସେୟାର କରିବା ସହିତ କଙ୍ଗନା ଲେଖିଛନ୍ତି ଯେ, ଏହି ଫିଲ୍ମଟି ଜଣେ ଆଇକନିକ୍‌ ବ୍ୟକ୍ତିତ୍ବଙ୍କ କାହାଣୀ ଉପରେ ଆଧାରିତ। ବର୍ତ୍ତମାନ ‘ଥଲାଇଭି’ ରିଲିଜ୍‌ ହେବା ଲାଗି ପୂରା ପ୍ରସ୍ତୁତ ହୋଇଯାଇଛି। ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ତିନୋଟି ଭାଷାରେ ରିଲିଜ୍‌ କରାଯିବ। କିଛିମାସ ପୂର୍ବରୁ ଫିଲ୍ମର ଟ୍ରେଲର ଲଞ୍ଚ ହେବା ଅବସରରେ ନିର୍ଦ୍ଦେଶକ ବିଜୟ ଫିଲ୍ମର କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଏଥିରେ କଙ୍ଗନାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରି ସେ କହିଥିଲେ ଯେ , କଙ୍ଗନା ଏପରି ଜଣେ ଅଭିେନତ୍ରୀ ଯିଏକି ଯେକୌଣସି ଚରିତ୍ରକୁ ପରଦା ଉପରେ ବେଶ୍ ସଫଳ ରୂପାୟନ କରିପାରନ୍ତି। ‘ଥଲାଇଭି’ ଫିଲ୍ମରେ ଜୟଲଳିତାଙ୍କ ଚରିତ୍ରକୁ ସେ ଅବିକଳ ଭାବେ ନିଭାଇ ପାରିଛନ୍ତି। ‘ଥଲାଇଭି’ ବ୍ୟତୀତ କଙ୍ଗନା ‘ତେଜସ୍‌’, ‘ଟିକୁ ୱେଡ୍‌ସ ଶେରୁ’, ‘ଇମ୍‌ଲି’ ଆଦି ଫିଲ୍ମରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ସ୍କୁଲ୍ ସମୟରେ ତିନି ଥର ଫେଲ୍ ହୋଇଥିଲେ ଅକ୍ଷୟ କୁମାର! ପିଲାଦିନର ସାଙ୍ଗ ଖୋଲିଲେ ଗୁମର

25 Aug 2021 By The Sakala

ଥଲାଇଭି’ର ରିଲିଜ୍‌ ତାରିଖ ଘୋଷଣା କଲେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ର ବହୁ ପ୍ରତୀକ୍ଷିତ ‘ଥଲାଇଭି’ ଫିଲ୍ମ ଲାଗି ଅଭିନେତ୍ରୀ କଙ୍ଗନା ରାନାୱତ ଚର୍ଚ୍ଚାରେ ଅଛନ୍ତି। ଅନେକ ଥର ରିଲିଜ୍‌ ତାରିଖ ବଦଳୁଥିବା ‘ଥଲାଇଭି’ ଶେଷରେ ୧୦ ସେପ୍ଟେମ୍ବରରେ ରିଲିଜ୍‌ ହେବ ବୋଲି କଙ୍ଗନା ନିଜେ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଳାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ କଙ୍ଗନାଙ୍କ ସହିତ ଅରବିନ୍ଦ ସ୍ବାମୀ ମୁଖ୍ୟ ଭୂମିକାରେ ନଜର ଆସିବେ।

ସୂଚନାଯାୟୀ, କରୋନା ମହାମାରୀ ସମୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍‌ ବଟମ୍’ ପରେ କଙ୍ଗନାଙ୍କ ଏହି ଫିଲ୍ମଟି ସିନେମାହଲ୍‌ରେ ରିଲିଜ୍‌ ହେଉଥିବା ବଡ଼ ବଜେଟର ଦ୍ବିତୀୟ ଫିଲ୍ମ ହେବ। ଫିଲ୍ମଟିର ପୋଷ୍ଟର ସେୟାର କରିବା ସହିତ କଙ୍ଗନା ଲେଖିଛନ୍ତି ଯେ, ଏହି ଫିଲ୍ମଟି ଜଣେ ଆଇକନିକ୍‌ ବ୍ୟକ୍ତିତ୍ବଙ୍କ କାହାଣୀ ଉପରେ ଆଧାରିତ। ବର୍ତ୍ତମାନ ‘ଥଲାଇଭି’ ରିଲିଜ୍‌ ହେବା ଲାଗି ପୂରା ପ୍ରସ୍ତୁତ ହୋଇଯାଇଛି। ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ତିନୋଟି ଭାଷାରେ ରିଲିଜ୍‌ କରାଯିବ। କିଛିମାସ ପୂର୍ବରୁ ଫିଲ୍ମର ଟ୍ରେଲର ଲଞ୍ଚ ହେବା ଅବସରରେ ନିର୍ଦ୍ଦେଶକ ବିଜୟ ଫିଲ୍ମର କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଏଥିରେ କଙ୍ଗନାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରି ସେ କହିଥିଲେ ଯେ , କଙ୍ଗନା ଏପରି ଜଣେ ଅଭିେନତ୍ରୀ ଯିଏକି ଯେକୌଣସି ଚରିତ୍ରକୁ ପରଦା ଉପରେ ବେଶ୍ ସଫଳ ରୂପାୟନ କରିପାରନ୍ତି। ‘ଥଲାଇଭି’ ଫିଲ୍ମରେ ଜୟଲଳିତାଙ୍କ ଚରିତ୍ରକୁ ସେ ଅବିକଳ ଭାବେ ନିଭାଇ ପାରିଛନ୍ତି। ‘ଥଲାଇଭି’ ବ୍ୟତୀତ କଙ୍ଗନା ‘ତେଜସ୍‌’, ‘ଟିକୁ ୱେଡ୍‌ସ ଶେରୁ’, ‘ଇମ୍‌ଲି’ ଆଦି ଫିଲ୍ମରେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର