ମାନହାନି ଓ ଘରୋଇ ହିଂସା ମାମଲା : ଜିତିଲେ ଜନି ଡେପ୍, ଏମ୍ବର ଦେବେ ୧୫ ଲକ୍ଷ ଡଲାର

The Sakala Picture
Published On

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର । ପ୍ରାୟ ୬ […]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର ।

ଆହୁରି ପଢ଼ନ୍ତୁ: ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେସି: ବୟଫ୍ରେଣ୍ଡ ରଚିତ ସିଂହଙ୍କୁ କରିବେ ଜୀବନସାଥୀ

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ । ରାୟ ପରେ ଜନି କହିଛନ୍ତି, ସେ ଏହି ରାୟକୁ ନେଇ ଖୁସି । ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ । ପ୍ରତିବାଦରେ ନିଜକୁ ନ୍ୟାୟ ପ୍ରଦାନ ଲାଗି ୩୬ ବର୍ଷ ବୟସ୍କା ତଥା ଆକ୍ବାମାନ ଚଳଚ୍ଚିତ୍ରର ନାୟିକା ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ । ତେବେ ରାୟ କ୍ରମେ ପୂର୍ବତନ ପତ୍ନୀଙ୍କୁ ୨ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଜନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ମଦ୍ୟପାନ ଅଭ୍ୟାସକୁ ନେଇ ମିଥ୍ୟା ଗୁଜବ ଉପରେ ଚୁପି ଭାଙ୍ଗିଲେ ଜାହ୍ନବୀ କପୁର: ଦେଲେ କଡ଼ା ଜବାବ

ଏହି ମାମଲାରେ ବହୁ ବଡିଗାର୍ଡ, ହଲିଉଡ ଏକଜିକ୍ୟୁଟିଭ, ଏଜେଣ୍ଟ, ଆମୋଦ ପ୍ରମୋଦ ଶିଳ୍ପ ସହ ଜଡିତ ବ୍ୟକ୍ତି, ଡାକ୍ତର, ସମ୍ପର୍କୀୟ ଓ ସଙ୍ଗସାଥୀଙ୍କ ବୟାନ ନିଆଯାଇଥିଲା । ଏହି ସେଲିବ୍ରିଟିଙ୍କ ବିବାହ ୨୦୧୫ରେ ହୋଇଥିବା ବେଳେ ୨୦୧୬ରେ ଘରୋଇ ହିଂସାକୁ କାରଣ ଦର୍ଶାଇ ସେମାନେ ଅଲଗା ହୋଇଯାଇଥିଲେ । ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଦି ସନରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜନି ଲଣ୍ଡନରେ ଏକ ମାମଲା ରୁଜୁ କରିଥିଲେ । ମାତ୍ର ୨୦୨୦ରେ ସେ ଏହି ମାମଲାରେ ହାରି ଯାଇଥିଲେ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ରିଲିଜ୍ ହେଲା ଇରଫାନ୍ ଖାନ୍ ଓ ବିଦ୍ୟା ବାଲାନ୍‌ଙ୍କ ଅପ୍ରକାଶିତ ଫିଲ୍ମ 'ଦି ଲାଷ୍ଟ ଟେନାଣ୍ଟ'

02 Jun 2022 By The Sakala

ମାନହାନି ଓ ଘରୋଇ ହିଂସା ମାମଲା : ଜିତିଲେ ଜନି ଡେପ୍, ଏମ୍ବର ଦେବେ ୧୫ ଲକ୍ଷ ଡଲାର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର ।

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ । ରାୟ ପରେ ଜନି କହିଛନ୍ତି, ସେ ଏହି ରାୟକୁ ନେଇ ଖୁସି । ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ । ପ୍ରତିବାଦରେ ନିଜକୁ ନ୍ୟାୟ ପ୍ରଦାନ ଲାଗି ୩୬ ବର୍ଷ ବୟସ୍କା ତଥା ଆକ୍ବାମାନ ଚଳଚ୍ଚିତ୍ରର ନାୟିକା ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ । ତେବେ ରାୟ କ୍ରମେ ପୂର୍ବତନ ପତ୍ନୀଙ୍କୁ ୨ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଜନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ମାମଲାରେ ବହୁ ବଡିଗାର୍ଡ, ହଲିଉଡ ଏକଜିକ୍ୟୁଟିଭ, ଏଜେଣ୍ଟ, ଆମୋଦ ପ୍ରମୋଦ ଶିଳ୍ପ ସହ ଜଡିତ ବ୍ୟକ୍ତି, ଡାକ୍ତର, ସମ୍ପର୍କୀୟ ଓ ସଙ୍ଗସାଥୀଙ୍କ ବୟାନ ନିଆଯାଇଥିଲା । ଏହି ସେଲିବ୍ରିଟିଙ୍କ ବିବାହ ୨୦୧୫ରେ ହୋଇଥିବା ବେଳେ ୨୦୧୬ରେ ଘରୋଇ ହିଂସାକୁ କାରଣ ଦର୍ଶାଇ ସେମାନେ ଅଲଗା ହୋଇଯାଇଥିଲେ । ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଦି ସନରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜନି ଲଣ୍ଡନରେ ଏକ ମାମଲା ରୁଜୁ କରିଥିଲେ । ମାତ୍ର ୨୦୨୦ରେ ସେ ଏହି ମାମଲାରେ ହାରି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର