‘ବଡେ ଅଛେ ଲଗତେ ହୈ ୨’ରେ ଅରୁଣିତା ଓ ପୱନ୍

The Sakala Picture
Published On

ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ର ସଫଳତାକୁ ଦେଖି ବର୍ତ୍ତମାନ ସୋନି ଟେଲିଭିଜନକୁ ଫେରିଛି ‘ବଡେ ଅଛେ ଲଗତେ ହୈ-୨’ । ଏହି ଧାରାବାହିକର ପ୍ରଥମ ସଂସ୍କରଣରେ ରାମ କପୁର ଓ ସାକ୍ଷୀ ତନୱାରଙ୍କ ଯୋଡ଼ିଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଅବଶ୍ୟ ସିଜନ୍‌-୨ରେ ପ୍ରିୟା ସୁଦ୍ ଚରିତ୍ରରେ ଦିଶା ପରମାର ଅଭିନୟ କରୁଥିବା ବେଳେ ରାମ କପୁର ଚରିତ୍ରରେ ନଜର ଆସିଛନ୍ତି ନକୁଲ ମେହତା। ଏମାନଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ବେଶ୍ […]

ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ର ସଫଳତାକୁ ଦେଖି ବର୍ତ୍ତମାନ ସୋନି ଟେଲିଭିଜନକୁ ଫେରିଛି ‘ବଡେ ଅଛେ ଲଗତେ ହୈ-୨’ । ଏହି ଧାରାବାହିକର ପ୍ରଥମ ସଂସ୍କରଣରେ ରାମ କପୁର ଓ ସାକ୍ଷୀ ତନୱାରଙ୍କ ଯୋଡ଼ିଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଅବଶ୍ୟ ସିଜନ୍‌-୨ରେ ପ୍ରିୟା ସୁଦ୍ ଚରିତ୍ରରେ ଦିଶା ପରମାର ଅଭିନୟ କରୁଥିବା ବେଳେ ରାମ କପୁର ଚରିତ୍ରରେ ନଜର ଆସିଛନ୍ତି ନକୁଲ ମେହତା। ଏମାନଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ତେବେ ବର୍ତ୍ତମାନ ଦୁଇଜଣ ନିଜ ପରିବାର ଲୋକଙ୍କୁ ଖୁସି କରିବା ପାଇଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଆସନ୍ତା ଅଧ୍ୟାୟରେ ଦୁହିଁଙ୍କ ସଙ୍ଗୀତ ଉତ୍ସବ ଦେଖିବାକୁ ମିଳିବ। ଏହି ଅବସରରେ ଧାରାବାହିକରେ ଯୋଗ ଦେବେ ‘ଇଣ୍ଡିଆନ୍ ଆଇଡଲ୍ ୧୨’ର ବିଜେତା ପୱନଦୀପ ରାଜନ୍ ଏବଂ ଏହାର ଫାଷ୍ଟ୍ ରନର୍ସ ଅପ୍ ଅରୁଣିତା କାଞ୍ଜିଲାଲ। ଏଥିରେ ଦୁହେଁ ଗୀତ ପରିବେଷଣ କରି ଶୋ’କୁ ଅଧିକ ଆକର୍ଷଣୀୟ କରିବେ । ଯାହାକୁ ଦର୍ଶକେ ଖୁବ୍ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp