‘ରାଧେ’କୁ ଟକ୍କର ଦେବ ‘ସତ୍ୟମେବ ଜୟତେ-୨’

The Sakala Picture
Published On

ମୁମ୍ବାଇ: ଇଦ୍‌ ଅବସରରେ ବକ୍ସ ଅଫିସ୍‌ରେ ଧମାଲ କରିବାକୁ ଯାଉଛି ଜନ୍‌ ଆବ୍ରାହମ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟମେବ ଜୟତେ -୨’। ପୂର୍ବରୁ ଏହି ଦିନ ବଲିଉଡ୍‌ର ଦବଙ୍ଗ ଖାନ୍ ସଲମାନ୍‌ଙ୍କ ଫିଲ୍ମ ‘ରାଧେ, ଇଓର ମୋଷ୍ଟ ୱାଣ୍ଟେଡ୍‌ ଭାଇ’’ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଇତିମଧ୍ୟରେ ଜନ୍‌ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ପୋଷ୍ଟର୍‌ରୁ ଜନ୍‌ ଏହି ଫିଲ୍ମରେ ଡବଲ୍ ରୋଲ୍‌ରେ ଦେଖାଯିବେ ବୋଲି ଜଣାପଡୁଛି। ମିଲାପ ଜାଭେରି ଏହାର ନିର୍ଦ୍ଦେଶନା ଦାୟିତ୍ବରେ […]

ମୁମ୍ବାଇ: ଇଦ୍‌ ଅବସରରେ ବକ୍ସ ଅଫିସ୍‌ରେ ଧମାଲ କରିବାକୁ ଯାଉଛି ଜନ୍‌ ଆବ୍ରାହମ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟମେବ ଜୟତେ -୨’। ପୂର୍ବରୁ ଏହି ଦିନ ବଲିଉଡ୍‌ର ଦବଙ୍ଗ ଖାନ୍ ସଲମାନ୍‌ଙ୍କ ଫିଲ୍ମ ‘ରାଧେ, ଇଓର ମୋଷ୍ଟ ୱାଣ୍ଟେଡ୍‌ ଭାଇ’’ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଇତିମଧ୍ୟରେ ଜନ୍‌ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ପୋଷ୍ଟର୍‌ରୁ ଜନ୍‌ ଏହି ଫିଲ୍ମରେ ଡବଲ୍ ରୋଲ୍‌ରେ ଦେଖାଯିବେ ବୋଲି ଜଣାପଡୁଛି। ମିଲାପ ଜାଭେରି ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି। ‘ସତ୍ୟମେବ ଜୟତେ’ରେ ମଧ୍ୟ ମିଲାପ ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ। ‘ସତ୍ୟମେବ ଜୟତେ’ର ସଫଳତାକୁ ଆଖି ଆଗରେ ରଖି ମିଲାପ ଏହାର ସ୍ବିକେଲ୍ କଥା ଭାବିଥିଲେ। ଏହି ଫିଲ୍ମରେ ମୂଳ ଫିଲ୍ମ ପରି ଜନ୍‌ଙ୍କ ବିପକ୍ଷରେ ଦିବ୍ୟା ଖୋସ୍‌ଲା କୁମାର ନଜର ଆସିବେ। ଚଳିତ ଇଦ୍‌ରେ ଆକ୍ସନର ଡବଲ ଡୋଜ୍‌ ପାଇବେ ଦର୍ଶକ। କାରଣ ‘ସତ୍ୟମେବ ଜୟତେ-୨’ ଓ ‘ରାଧେ, ୟୋର୍ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଉଭୟ ଆକ୍ସନ ଭିତ୍ତିକ ଫିଲ୍ମ ହେବ। ତେବେ ଏହି ଫିଲ୍ମ ମଧ୍ୟରୁ ବକ୍ସ ଅଫିସ୍‌ରେ କିଏ ଧମାଲ୍ କରିବ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp