ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଏକ ଗୁଜବ !

The Sakala Picture
Published On

ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହି ଖବର ଯଦିଓ ଭିକି ଓ କ୍ୟାଟ୍‌ଙ୍କ ପ୍ରଶଂସକଙ୍କୁ ଖୁସି ଖବର ଆଣି ଦେଇଛି କିନ୍ତୁ ଏହି ଯୋଡ଼ିଙ୍କ ନିକଟ ସମ୍ପର୍କୀୟମାନେ […]

ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହି ଖବର ଯଦିଓ ଭିକି ଓ କ୍ୟାଟ୍‌ଙ୍କ ପ୍ରଶଂସକଙ୍କୁ ଖୁସି ଖବର ଆଣି ଦେଇଛି କିନ୍ତୁ ଏହି ଯୋଡ଼ିଙ୍କ ନିକଟ ସମ୍ପର୍କୀୟମାନେ ଏହାକୁ ଗୁଜବ ବୋଲି କହୁଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏସମ୍ପର୍କରେ ଭିକିଙ୍କ ପିତା ତଥା ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଶ୍ୟାମ କୌଶଲ କହିଛନ୍ତି ଯେ, ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ଏକ ଗୁଜବ। ବହୁତ ଦିନରୁ ଭିକି ଓ କ୍ୟାଟ୍ରିନାଙ୍କ ଡେଟିଂ ଖବର ପ୍ରକାଶ ପାଇଲେ ସୁଦ୍ଧା ଏସମ୍ପର୍କରେ ଏହି ଯୋଡ଼ି ଏଯାବତ୍ ମୁହଁ ଖୋଲିନାହାନ୍ତି। କ୍ୟାଟ୍ରିନା ବହୁତ ଜଲ୍‌ଦି ‘ଟାଇଗର୍‌-୩’ରେ ନଜର ଆସିବେ। ଯାହାର ସୁଟିଂ ପାଇଁ ସେ ଏଥିରେ ଅଭିନୟ କରୁଥିବା ଅଭିନେତା ସଲମାନ୍‌ ଖାନ୍‌ଙ୍କ ସହ ବିଦେଶ ଯାଇଛନ୍ତି। ‘ଟାଇଗର୍-୩’ରେ ଶାହାରୁଖ୍‌ ଖାନ୍‌ ଅତିଥି କଳାକାର ଭାବେ ନଜର ଆସିବେ।

ଆହୁରି ପଢ଼ନ୍ତୁ: 'ହୈ ଜୱାନୀ ତୋ ଇସ୍କ ହୋନା ହୈ' : ୯୦ ଦଶକର ପୁରୁଣା କମେଡିରେ ଫସିଗଲେ ବରୁଣ ଧୱନ, ଦର୍ଶକ ନିରାଶ!

21 Aug 2021 By The Sakala

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଏକ ଗୁଜବ !

ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହି ଖବର ଯଦିଓ ଭିକି ଓ କ୍ୟାଟ୍‌ଙ୍କ ପ୍ରଶଂସକଙ୍କୁ ଖୁସି ଖବର ଆଣି ଦେଇଛି କିନ୍ତୁ ଏହି ଯୋଡ଼ିଙ୍କ ନିକଟ ସମ୍ପର୍କୀୟମାନେ ଏହାକୁ ଗୁଜବ ବୋଲି କହୁଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏସମ୍ପର୍କରେ ଭିକିଙ୍କ ପିତା ତଥା ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଶ୍ୟାମ କୌଶଲ କହିଛନ୍ତି ଯେ, ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ଏକ ଗୁଜବ। ବହୁତ ଦିନରୁ ଭିକି ଓ କ୍ୟାଟ୍ରିନାଙ୍କ ଡେଟିଂ ଖବର ପ୍ରକାଶ ପାଇଲେ ସୁଦ୍ଧା ଏସମ୍ପର୍କରେ ଏହି ଯୋଡ଼ି ଏଯାବତ୍ ମୁହଁ ଖୋଲିନାହାନ୍ତି। କ୍ୟାଟ୍ରିନା ବହୁତ ଜଲ୍‌ଦି ‘ଟାଇଗର୍‌-୩’ରେ ନଜର ଆସିବେ। ଯାହାର ସୁଟିଂ ପାଇଁ ସେ ଏଥିରେ ଅଭିନୟ କରୁଥିବା ଅଭିନେତା ସଲମାନ୍‌ ଖାନ୍‌ଙ୍କ ସହ ବିଦେଶ ଯାଇଛନ୍ତି। ‘ଟାଇଗର୍-୩’ରେ ଶାହାରୁଖ୍‌ ଖାନ୍‌ ଅତିଥି କଳାକାର ଭାବେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର