୪୭ ବର୍ଷ ପରେ ପୁଣି ଏକାଠି ହେଲେ ରଜନୀକାନ୍ତ ଓ କମଲ ହାସନ, ନେଲସନଙ୍କ ଫିଲ୍ମରେ ଦେଖିବାକୁ ମିଳିବ ଜଲୱା

Suryakanta Picture
Published On

ଭାରତୀୟ ସିନେମା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ୪୭ ବର୍ଷର ଅପେକ୍ଷା ପରେ ଦକ୍ଷିଣ ଭାରତୀୟ ସିନେମାର ଦୁଇ ମହାନାୟକ ରଜନୀକାନ୍ତ ଏବଂ କମଲ ହାସନ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ଶନିବାର ଦିନ ଫିଲ୍ମ ନିର୍ମାତାମାନେ ଏହି ବଡ଼ ଘୋଷଣା କରିବା ସହ ଏକ ଦମଦାର ପ୍ରୋମୋ ଭିଡିଓ ଜାରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ନେଲସନଙ୍କ ନିର୍ଦ୍ଦେଶନା ଓ ଅନିରୁଦ୍ଧଙ୍କ ସଙ୍ଗୀତ

ଏହି ମେଗା ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଲୋକପ୍ରିୟ ନିର୍ଦ୍ଦେଶକ ନେଲସନ ଦିଲୀପକୁମାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ନେଲସନ ରଜନୀକାନ୍ତଙ୍କ ସହ 'ଜେଲର' ଭଳି ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ଏହି ଫିଲ୍ମର ସଙ୍ଗୀତ ପରିଚାଳନା କରିବେ 'ରକ୍ ଷ୍ଟାର' ଅନିରୁଦ୍ଧ ରବିଚନ୍ଦର। ରେଡ୍ ଜଏଣ୍ଟ ମୁଭିଜ୍ (Red Giant Movies) ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନାମ ବର୍ତ୍ତମାନ ପାଇଁ 'KHxRK' ରଖାଯାଇଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ମଜାଦାର ପ୍ରୋମୋ ଭିଡିଓ ରିଲିଜ୍

ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ନିର୍ଦ୍ଦେଶକ ନେଲସନ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧଙ୍କୁ ଏକ ହୋଟେଲ କରିଡରରେ ଦେଖିବାକୁ ମିଳିଛି। କାହା ରୁମକୁ ପ୍ରଥମେ ଯିବେ ବୋଲି ନେଲସନ ଦ୍ୱନ୍ଦ୍ୱରେ ଥିବାବେଳେ, ଶେଷରେ ଦୁଇ ମହାନାୟକ ରଜନୀ ଓ କମଲ ରେଟ୍ରୋ ଲୁକ୍‌ରେ ଏକାଠି ବାହାରକୁ ଆସୁଛନ୍ତି। ଦୁହେଁ କଳା ଚଷମା ଓ ଷ୍ଟାଇଲିସ୍ ଜ୍ୟାକେଟ୍ ପିନ୍ଧି ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି। ଭିଡିଓ ଶେଷରେ ଦୁହେଁ ନିର୍ଦ୍ଦେଶକଙ୍କୁ ପଚାରୁଛନ୍ତି, "ଆମ ଦୁହିଁଙ୍କ ଭିତରୁ ହିରୋ କିଏ?" ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

୪ ଦଶନ୍ଧି ପରେ ମହାମିଳନ

ସୂଚନାଯୋଗ୍ୟ ଯେ, ରଜନୀକାନ୍ତ ଓ କମଲ ହାସନ ଶେଷଥର ପାଇଁ ୧୯୭୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଲାଉଦ୍ଦିନମ୍ ଅଲଭୁଥା ଭିଲାକ୍କୁମ୍' (Allauddinum Albhutha Vilakkum) ରେ ଏକାଠି ଅଭିନୟ କରିଥିଲେ। ୧୯୮୫ରେ ହିନ୍ଦୀ ଫିଲ୍ମ 'ଗିରଫ୍ତାର'ରେ ଉଭୟ ଥିଲେ ମଧ୍ୟ ସେମାନଙ୍କର ଏକାଠି କୌଣସି ଦୃଶ୍ୟ ନଥିଲା। ତେବେ ଦୀର୍ଘ ଦଶନ୍ଧି ପରେ ଏହି ଦୁଇ କିମ୍ବଦନ୍ତୀ କଳାକାରଙ୍କୁ ଗୋଟିଏ ଫ୍ରେମରେ ଦେଖିବା ପ୍ରଶଂସକଙ୍କ ପାଇଁ ସ୍ୱପ୍ନ ସତ ହେବା ପରି।

21 Feb 2026 By Suryakanta

୪୭ ବର୍ଷ ପରେ ପୁଣି ଏକାଠି ହେଲେ ରଜନୀକାନ୍ତ ଓ କମଲ ହାସନ, ନେଲସନଙ୍କ ଫିଲ୍ମରେ ଦେଖିବାକୁ ମିଳିବ ଜଲୱା

ଭାରତୀୟ ସିନେମା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ୪୭ ବର୍ଷର ଅପେକ୍ଷା ପରେ ଦକ୍ଷିଣ ଭାରତୀୟ ସିନେମାର ଦୁଇ ମହାନାୟକ ରଜନୀକାନ୍ତ ଏବଂ କମଲ ହାସନ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ଶନିବାର ଦିନ ଫିଲ୍ମ ନିର୍ମାତାମାନେ ଏହି ବଡ଼ ଘୋଷଣା କରିବା ସହ ଏକ ଦମଦାର ପ୍ରୋମୋ ଭିଡିଓ ଜାରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

ନେଲସନଙ୍କ ନିର୍ଦ୍ଦେଶନା ଓ ଅନିରୁଦ୍ଧଙ୍କ ସଙ୍ଗୀତ

ଏହି ମେଗା ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଲୋକପ୍ରିୟ ନିର୍ଦ୍ଦେଶକ ନେଲସନ ଦିଲୀପକୁମାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ନେଲସନ ରଜନୀକାନ୍ତଙ୍କ ସହ 'ଜେଲର' ଭଳି ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ଏହି ଫିଲ୍ମର ସଙ୍ଗୀତ ପରିଚାଳନା କରିବେ 'ରକ୍ ଷ୍ଟାର' ଅନିରୁଦ୍ଧ ରବିଚନ୍ଦର। ରେଡ୍ ଜଏଣ୍ଟ ମୁଭିଜ୍ (Red Giant Movies) ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନାମ ବର୍ତ୍ତମାନ ପାଇଁ 'KHxRK' ରଖାଯାଇଛି।

ମଜାଦାର ପ୍ରୋମୋ ଭିଡିଓ ରିଲିଜ୍

ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ନିର୍ଦ୍ଦେଶକ ନେଲସନ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧଙ୍କୁ ଏକ ହୋଟେଲ କରିଡରରେ ଦେଖିବାକୁ ମିଳିଛି। କାହା ରୁମକୁ ପ୍ରଥମେ ଯିବେ ବୋଲି ନେଲସନ ଦ୍ୱନ୍ଦ୍ୱରେ ଥିବାବେଳେ, ଶେଷରେ ଦୁଇ ମହାନାୟକ ରଜନୀ ଓ କମଲ ରେଟ୍ରୋ ଲୁକ୍‌ରେ ଏକାଠି ବାହାରକୁ ଆସୁଛନ୍ତି। ଦୁହେଁ କଳା ଚଷମା ଓ ଷ୍ଟାଇଲିସ୍ ଜ୍ୟାକେଟ୍ ପିନ୍ଧି ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି। ଭିଡିଓ ଶେଷରେ ଦୁହେଁ ନିର୍ଦ୍ଦେଶକଙ୍କୁ ପଚାରୁଛନ୍ତି, "ଆମ ଦୁହିଁଙ୍କ ଭିତରୁ ହିରୋ କିଏ?" ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

୪ ଦଶନ୍ଧି ପରେ ମହାମିଳନ

ସୂଚନାଯୋଗ୍ୟ ଯେ, ରଜନୀକାନ୍ତ ଓ କମଲ ହାସନ ଶେଷଥର ପାଇଁ ୧୯୭୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଲାଉଦ୍ଦିନମ୍ ଅଲଭୁଥା ଭିଲାକ୍କୁମ୍' (Allauddinum Albhutha Vilakkum) ରେ ଏକାଠି ଅଭିନୟ କରିଥିଲେ। ୧୯୮୫ରେ ହିନ୍ଦୀ ଫିଲ୍ମ 'ଗିରଫ୍ତାର'ରେ ଉଭୟ ଥିଲେ ମଧ୍ୟ ସେମାନଙ୍କର ଏକାଠି କୌଣସି ଦୃଶ୍ୟ ନଥିଲା। ତେବେ ଦୀର୍ଘ ଦଶନ୍ଧି ପରେ ଏହି ଦୁଇ କିମ୍ବଦନ୍ତୀ କଳାକାରଙ୍କୁ ଗୋଟିଏ ଫ୍ରେମରେ ଦେଖିବା ପ୍ରଶଂସକଙ୍କ ପାଇଁ ସ୍ୱପ୍ନ ସତ ହେବା ପରି।

https://www.thesakala.in/entertainment/rajinikanth-kamal-haasan-reunion-movie-nelson-anirudh-announcement/article-44887
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp