ଏଲଭିସ୍ ଯାଦବଙ୍କ ବାହାଘର ପକ୍କା? ଭିଡିଓ ସେୟାର କରି ଦେଖାଇଲେ 'ମିଷ୍ଟ୍ରି ଗାର୍ଲ'ଙ୍କ ଝଲକ

Suryakanta Picture
Published On

ବିଗ୍ ବସ୍ ଓଟିଟି-୨ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର ଏଲଭିସ୍ ଯାଦବ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ନିଜର ବିବାହକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଏଲଭିସ୍ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ତାଙ୍କର ବିବାହ ସ୍ଥିର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଭିଡିଓରେ କ’ଣ ରହିଛି?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏଲଭିସ୍ ଯାଦବ ଜଣେ ଯୁବତୀଙ୍କ ସହ ଛିଡ଼ା ହୋଇଥିବାର ନଜର ଆସିଛନ୍ତି। ସେ କ୍ୟାମେରା ଆଗରେ କହୁଛନ୍ତି, "ସାଙ୍ଗମାନେ, ମୋ ବାହାଘର ପକ୍କା ହୋଇଯାଇଛି। ଝିଅ ଘର ଲୋକ ଏବେ ଏବେ ଘରୁ ଗଲେ।" ତେବେ ସବୁଠାରୁ କୌତୁହଳର ବିଷୟ ହେଉଛି, ଏଲଭିସ୍ ସେହି ଯୁବତୀଙ୍କ ଚେହେରା ଦେଖାଇ ନାହାନ୍ତି। ସେ ଏକ 'ଇମୋଜି' ବ୍ୟବହାର କରି ଯୁବତୀଙ୍କ ଚେହେରାକୁ ଲୁଚାଇ ରଖିଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ପ୍ରଶଂସକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ

ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ପ୍ରଶଂସକ ଏହାକୁ ସତ ବୋଲି ଭାବୁଥିବା ବେଳେ, ଅନେକ ଏହାକୁ ଏଲଭିସ୍‌ଙ୍କ ଆଉ ଏକ ମଜାଳିଆ ପ୍ରାଙ୍କ୍ ବା କୌଣସି ପ୍ରୋଜେକ୍ଟର ପ୍ରମୋସନ୍ ବୋଲି କହୁଛନ୍ତି। କାରଣ ନିକଟରେ ଏଲଭିସ୍ ଏବଂ ଅଭିନେତ୍ରୀ ଜିୟା ଶଙ୍କରଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କର ଏକ ନୂଆ ଶୋ' 'ଏନଗେଜଡ୍' (Engaged) ପାଇଁ ପ୍ରମୋସନ୍ ବୋଲି ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

'ସିରିୟସ୍ ରିଲେସନସିପ୍'ରେ ଅଛନ୍ତି ଏଲଭିସ୍

ନିକଟରେ ଏକ ସାକ୍ଷାତକାରରେ ଏଲଭିସ୍ ସ୍ୱୀକାର କରିଥିଲେ ଯେ ସେ ଏକ 'ସିରିୟସ୍ ରିଲେସନସିପ୍'ରେ ଅଛନ୍ତି ଏବଂ ସେ କେବଳ ବିବାହ ଉଦ୍ଦେଶ୍ୟରେ ହିଁ ଡେଟିଂ କରନ୍ତି। ତେବେ ଏହି ନୂଆ ଭିଡିଓରେ ଥିବା 'ମିଷ୍ଟ୍ରି ଗାର୍ଲ' ତାଙ୍କର ପ୍ରକୃତ ପ୍ରେମିକା କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp