ୟଶଙ୍କ ଫିଲ୍ମ 'ଟକ୍ସିକ୍' ପାଇଁ ବଢିଲା ଅଡୁଆ: ଟିଜରରେ ଥିବା ଦୃଶ୍ୟକୁ ବିରୋଧ କଲା ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍

Suryakanta Picture
Published On

କେଜିଏଫ୍ ଷ୍ଟାର୍ ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍' (Toxic: A Fairy Tale for Grown-ups) ପୁଣି ଥରେ ବିବାଦ ଘେରକୁ ଆସିଛି। ଫିଲ୍ମର ଟିଜରରେ କିଛି ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍ (NCF) ତୀବ୍ର ଆପତ୍ତି ଉଠାଇଛି। ଏହି ଦୃଶ୍ୟଗୁଡ଼ିକ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ସଙ୍ଗଠନ ପକ୍ଷରୁ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ’ଣ ରହିଛି ଅଭିଯୋଗ?

ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍ ଅଭିଯୋଗ କରିଛି ଯେ, ଫିଲ୍ମର ଟିଜରରେ ଖ୍ରୀଷ୍ଟିୟାନ ଧର୍ମର ପବିତ୍ର ପ୍ରତୀକ ଏବଂ ସେଣ୍ଟ ମାଇକେଲ (Saint Michael the Archangel) ଙ୍କ ଚିତ୍ରକୁ ଅପମାନଜନକ ଭାବରେ ଚିତ୍ରଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟିଜରରେ ଦେଖାଯାଇଥିବା କିଛି ଅଶ୍ଳୀଳ ଏବଂ ଆପତ୍ତିଜନକ ଦୃଶ୍ୟ ପବିତ୍ର ଧାର୍ମିକ ଚିତ୍ର ସାମ୍ନାରେ ସୁଟିଂ କରାଯାଇଛି, ଯାହା ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ଅସହ୍ୟ। ଏହା ଧର୍ମ ପ୍ରତି ଘୋର ଅପମାନ ବୋଲି ସଙ୍ଗଠନ ଦାବି କରିଛି।

କ୍ଷମା ମାଗିବାକୁ ଦାବି

ଫେଡେରେସନ୍ ପକ୍ଷରୁ ଦାବି କରାଯାଇଛି ଯେ, ନିର୍ମାତାମାନେ ତୁରନ୍ତ ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରୁ ଏହି ବିବାଦୀୟ ଦୃଶ୍ୟ ହଟାନ୍ତୁ। ଏହା ସହିତ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାରୁ ସେମାନେ ସର୍ବସାଧାରଣରେ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି। ଯଦି ଏହି ଦାବି ପୂରଣ ନହୁଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି। ଏନେଇ ସେନ୍ସର ବୋର୍ଡ (CBFC), ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

ପୂର୍ବରୁ ମହିଳା ଆୟୋଗ କରିଥିଲେ ବିରୋଧ

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ 'ଟକ୍ସିକ୍' ବିବାଦରେ ଫସିଛି। ଏହା ପୂର୍ବରୁ ଟିଜରରେ ଥିବା କିଛି ଦୃଶ୍ୟକୁ ନେଇ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗ ମଧ୍ୟ ଆପତ୍ତି ଉଠାଇଥିଲେ। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ଟିଜରରେ ମହିଳାଙ୍କ ପ୍ରତି ଅସମ୍ମାନଜନକ ଏବଂ ହିଂସାତ୍ମକ ଦୃଶ୍ୟ ରହିଛି। ବର୍ତ୍ତମାନ ଧାର୍ମିକ ଭାବନାକୁ ନେଇ ଉଠିଥିବା ଏହି ନୂଆ ବିବାଦ ଫିଲ୍ମ ନିର୍ମାତାଙ୍କ ପାଇଁ ଅଡୁଆ ବଢାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp