ସୁଶାନ୍ତଙ୍କ ମୃତ୍ୟୁ ପରେ ବି ‘ପ୍ରେମ’ ଉପରୁ ଉଠିନି ଭରସା, ଅଭିନୟକୁ ଫେରିବା ନେଇ ବଡ଼ କଥା କହିଲେ ରିୟା

Suryakanta Picture
Published On

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଜଗତକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୨୦୨୦ ଜୁନ୍ ମାସରେ ଅଭିନେତା ତଥା ତାଙ୍କ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅନେକ ଆଇନଗତ ଏବଂ ସାମାଜିକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଫିଲ୍ମ ଏବଂ ସିରିଜ୍ ଦୁନିଆରୁ ଦୂରେଇ ରହିଥିଲେ। ନିକଟରେ ଏକ ସାକ୍ଷାତକାରରେ ରିୟା ସେହି କଠିନ ସମୟ ଏବଂ ନିଜର ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

'ପ୍ରେମ' ଉପରେ ଏବେ ବି ଅଛି ବିଶ୍ୱାସ

ରିୟା କହିଛନ୍ତି ଯେ ସେ ଏକ ସମୟରେ ଭାବି ନେଇଥିଲେ ଯେ ତାଙ୍କ ଅଭିନୟ କ୍ୟାରିଅର୍ ବୋଧହୁଏ ଶେଷ ହୋଇଯାଇଛି। ସେ କହିଛନ୍ତି, "ଦୀର୍ଘ ଏକ ଦଶନ୍ଧି ଧରି ମୁଁ ଯେଉଁ ସ୍ୱପ୍ନ ପାଇଁ କାମ କରିଥିଲି, ତାକୁ ଛାଡିବା ମୋ ପାଇଁ ସହଜ ନଥିଲା। ଏଥିପାଇଁ ମୋତେ ଅନେକ ଥେରାପି ସେସନ୍ ନେବାକୁ ପଡିଥିଲା।" ତେବେ ଏତେ ସବୁ କଷ୍ଟ ସତ୍ତ୍ୱେ ସେ ନିଜ ମନରେ ତିକ୍ତତା ରଖିନାହାନ୍ତି ବୋଲି କହିଛନ୍ତି। ରିୟା ଆହୁରି ମଧ୍ୟ କହିଛନ୍ତି, "ଥେରାପି ମୋ ଜୀବନ ବଞ୍ଚାଇଛି। ଜୀବନ ମୋତେ ଯେଉଁଠିକି ବି ନେଉ, ମୁଁ କେବେବି ହାରିବି ନାହିଁ। ମୁଁ ଆଜି ବି ପ୍ରେମ ଉପରେ ବିଶ୍ୱାସ କରେ, ଏହା ସୁନ୍ଦର ଏବଂ ଶକ୍ତିଶାଳୀ।"

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ହଂସଲ ମେହେଟ୍ଟାଙ୍କ ସିରିଜ୍ ଜରିଆରେ କମବ୍ୟାକ୍

ରିୟା ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଗାମୀ ସିରିଜ୍ ଜରିଆରେ ପରଦାକୁ ଫେରୁଛନ୍ତି। ତେବେ ପ୍ରଥମେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ହଂସଲ ସାର୍ ଏବଂ ଲେଖକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ। ସେ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ସେଟକୁ ଫେରିବା ପରେ ସେ ପୁଣି ସହଜ ଅନୁଭବ କରୁଛନ୍ତି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ବନ୍ଧୁମାନଙ୍କ ଅବଦାନ

ନିଜର କଠିନ ସମୟରେ ସାଙ୍ଗମାନଙ୍କ ସହଯୋଗ ବିଷୟରେ କହିବା ବେଳେ ରିୟା ଭାବପ୍ରବଣ ହୋଇପଡିଥିଲେ। ସେ ବିଶେଷ ଭାବରେ ଗାୟିକା-ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ନାମ ନେଇଥିଲେ, ଯିଏ ଭଉଣୀ ପରି ତାଙ୍କ ସାଥୀରେ ଛିଡା ହୋଇଥିଲେ। ରିୟା କହିଛନ୍ତି ଯେ ମୋତେ ସମର୍ଥନ କରିବା ଯୋଗୁଁ ଶିବାନୀଙ୍କୁ ମଧ୍ୟ କ୍ୟାରିୟରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ରିୟା ଶେଷରେ କହିଛନ୍ତି, "ଗୋଟିଏ ପଟେ ମୁଁ ମଣିଷର ସବୁଠାରୁ ଖରାପ ରୂପ ଦେଖିଛି, କିନ୍ତୁ ଅନ୍ୟ ପଟେ ମାନବିକତାର ସବୁଠାରୁ ସୁନ୍ଦର ରୂପ ମଧ୍ୟ ଅନୁଭବ କରିଛି।"

08 Feb 2026 By Suryakanta

ସୁଶାନ୍ତଙ୍କ ମୃତ୍ୟୁ ପରେ ବି ‘ପ୍ରେମ’ ଉପରୁ ଉଠିନି ଭରସା, ଅଭିନୟକୁ ଫେରିବା ନେଇ ବଡ଼ କଥା କହିଲେ ରିୟା

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଜଗତକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୨୦୨୦ ଜୁନ୍ ମାସରେ ଅଭିନେତା ତଥା ତାଙ୍କ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅନେକ ଆଇନଗତ ଏବଂ ସାମାଜିକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଫିଲ୍ମ ଏବଂ ସିରିଜ୍ ଦୁନିଆରୁ ଦୂରେଇ ରହିଥିଲେ। ନିକଟରେ ଏକ ସାକ୍ଷାତକାରରେ ରିୟା ସେହି କଠିନ ସମୟ ଏବଂ ନିଜର ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

'ପ୍ରେମ' ଉପରେ ଏବେ ବି ଅଛି ବିଶ୍ୱାସ

ରିୟା କହିଛନ୍ତି ଯେ ସେ ଏକ ସମୟରେ ଭାବି ନେଇଥିଲେ ଯେ ତାଙ୍କ ଅଭିନୟ କ୍ୟାରିଅର୍ ବୋଧହୁଏ ଶେଷ ହୋଇଯାଇଛି। ସେ କହିଛନ୍ତି, "ଦୀର୍ଘ ଏକ ଦଶନ୍ଧି ଧରି ମୁଁ ଯେଉଁ ସ୍ୱପ୍ନ ପାଇଁ କାମ କରିଥିଲି, ତାକୁ ଛାଡିବା ମୋ ପାଇଁ ସହଜ ନଥିଲା। ଏଥିପାଇଁ ମୋତେ ଅନେକ ଥେରାପି ସେସନ୍ ନେବାକୁ ପଡିଥିଲା।" ତେବେ ଏତେ ସବୁ କଷ୍ଟ ସତ୍ତ୍ୱେ ସେ ନିଜ ମନରେ ତିକ୍ତତା ରଖିନାହାନ୍ତି ବୋଲି କହିଛନ୍ତି। ରିୟା ଆହୁରି ମଧ୍ୟ କହିଛନ୍ତି, "ଥେରାପି ମୋ ଜୀବନ ବଞ୍ଚାଇଛି। ଜୀବନ ମୋତେ ଯେଉଁଠିକି ବି ନେଉ, ମୁଁ କେବେବି ହାରିବି ନାହିଁ। ମୁଁ ଆଜି ବି ପ୍ରେମ ଉପରେ ବିଶ୍ୱାସ କରେ, ଏହା ସୁନ୍ଦର ଏବଂ ଶକ୍ତିଶାଳୀ।"

ହଂସଲ ମେହେଟ୍ଟାଙ୍କ ସିରିଜ୍ ଜରିଆରେ କମବ୍ୟାକ୍

ରିୟା ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଗାମୀ ସିରିଜ୍ ଜରିଆରେ ପରଦାକୁ ଫେରୁଛନ୍ତି। ତେବେ ପ୍ରଥମେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ହଂସଲ ସାର୍ ଏବଂ ଲେଖକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ। ସେ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ସେଟକୁ ଫେରିବା ପରେ ସେ ପୁଣି ସହଜ ଅନୁଭବ କରୁଛନ୍ତି।

ବନ୍ଧୁମାନଙ୍କ ଅବଦାନ

ନିଜର କଠିନ ସମୟରେ ସାଙ୍ଗମାନଙ୍କ ସହଯୋଗ ବିଷୟରେ କହିବା ବେଳେ ରିୟା ଭାବପ୍ରବଣ ହୋଇପଡିଥିଲେ। ସେ ବିଶେଷ ଭାବରେ ଗାୟିକା-ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ନାମ ନେଇଥିଲେ, ଯିଏ ଭଉଣୀ ପରି ତାଙ୍କ ସାଥୀରେ ଛିଡା ହୋଇଥିଲେ। ରିୟା କହିଛନ୍ତି ଯେ ମୋତେ ସମର୍ଥନ କରିବା ଯୋଗୁଁ ଶିବାନୀଙ୍କୁ ମଧ୍ୟ କ୍ୟାରିୟରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ରିୟା ଶେଷରେ କହିଛନ୍ତି, "ଗୋଟିଏ ପଟେ ମୁଁ ମଣିଷର ସବୁଠାରୁ ଖରାପ ରୂପ ଦେଖିଛି, କିନ୍ତୁ ଅନ୍ୟ ପଟେ ମାନବିକତାର ସବୁଠାରୁ ସୁନ୍ଦର ରୂପ ମଧ୍ୟ ଅନୁଭବ କରିଛି।"

https://www.thesakala.in/entertainment/rhea-chakraborty-comeback-statement-on-love-after-sushant-singh-rajput-death/article-44503
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp