ପରଦାରେ ଶାହରୁଖ୍‌-କାଜଲ; ପୁଣି ଜମିବ ଆଇକନିକ୍‌ ଯୋଡ଼ିଙ୍କ ଅଭିନୟ

The Sakala Picture
Published On

ଭାରତୀୟ ସିନେମା ଇତିହାସରେ ଏପରି କିଛି ଫିଲ୍ମ ରହିଛି, ଯାହା ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଶାହାରୁଖ ଓ କାଜଲଙ୍କର ଅନେକ ଫିଲ୍ମ ରହିଛି। ‘କୁଛ୍‌ କୁଛ୍‌ ହୋତା ହୈ’, ‘ଦିଲୱାଲେ ଦୁଲହନିଆ ଲେ ଜାୟେଗେଁ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’, ଆଦି ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ପାଇଁ ମାଇଲ୍‌ ଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଗୁଡ଼ିକୁ ଲୋକେ ଆଜି ବି ପସନ୍ଦ […]

ଭାରତୀୟ ସିନେମା ଇତିହାସରେ ଏପରି କିଛି ଫିଲ୍ମ ରହିଛି, ଯାହା ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଶାହାରୁଖ ଓ କାଜଲଙ୍କର ଅନେକ ଫିଲ୍ମ ରହିଛି। ‘କୁଛ୍‌ କୁଛ୍‌ ହୋତା ହୈ’, ‘ଦିଲୱାଲେ ଦୁଲହନିଆ ଲେ ଜାୟେଗେଁ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’, ଆଦି ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ପାଇଁ ମାଇଲ୍‌ ଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଗୁଡ଼ିକୁ ଲୋକେ ଆଜି ବି ପସନ୍ଦ କରନ୍ତି। ଦୀର୍ଘଦିନର ଅନ୍ତରାଳ ପରେ ପୁଣି ପରଦାକୁ ଫେରୁଛନ୍ତି ଏହି ଲୋକପ୍ରିୟ ଯୋଡ଼ି। ଏହି ଖବରଟି ଉଭୟଙ୍କ ପ୍ରଶଂସକଙ୍କ ଲାଗି ସବୁଠୁ ଖୁସି ଖବର। ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଓ କାଜଲ ନଜର ଆସିବେ। ରାଜକୁମାର ହିରାନୀ ପ୍ରବାସୀଙ୍କ ଉପରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ଶାହାରୁଖ୍‌ ପ୍ରବାସୀଙ୍କ ମୁଖ୍ୟ ଭାବେ ନଜର ଆସିବେ। ଯିଏ କି ପଞ୍ଜାବରୁ କାନଡା ଯାତ୍ରା କରୁଛନ୍ତି। ସେହିଭଳି କାଜଲ୍‌ ତାଙ୍କ ପତ୍ନୀ ଭାବେ ଦେଖାଯିବେ। ଉଭୟଙ୍କ ସହିତ ବଲିଉଡ୍‌ର ଆହୁରି ଚାରି ଜଣ ଆଗଧାଡ଼ିର କଳାକାର ଯଥା ତାପସୀ ପନ୍ନୁ, ବିଦ୍ୟା ବାଲାନ, ମନୋଜ ବାଜପେୟୀ ଏବଂ ବୋମନ୍‌ ଇରାନୀ ମଧ୍ୟ ନଜର ଆସିବେ। ଶାହରୁଖଙ୍କ ଯାତ୍ରା ବିଷୟରେ ରିପୋର୍ଟ କରିବା ଲାଗି ରିପୋର୍ଟର ଚରିତ୍ରରେ ତାପସୀ ପନ୍ନୁଙ୍କୁ ନଜର ଆସିବେ। କେବଳ ସେତିକି ନୁହେଁ, ବିଦ୍ୟା ବାଲାନ ମଧ୍ୟ ଶାହରୁଖ୍‌ଙ୍କୁ ଏହି ଯାତ୍ରାରେ କିପରି ସାହାଯ୍ୟ କରୁଛନ୍ତି ତାହା ଦେଖିବାକୁ ମିଳିବ। ମନୋଜ ବାଜପେୟୀ ଏବଂ ବୋମନ ଇରାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରାଜକୁମାର ହିରାନୀ ଓ ଶାହାରୁଖଙ୍କ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ ରହିବ। ଏହାର ସୁଟିଂ ୨୦୨୨ ଅପ୍ରେଲରୁ ଆରମ୍ଭ କରାଯିବ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp