ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଜେଲର’, ତାମିଲନାଡ଼ୁରେ ଫିଲ୍ମ ଦେଖିବାକୁ ବିଭିନ୍ନ ଅଫିସ ଛୁଟି ଘୋଷଣା

The Sakala Picture
Published On

ବେଙ୍ଗାଲୁରୁ: ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରିଲିଜ ପୂର୍ବରୁ ଆସନ୍ତାକାଲିଠାରୁ […]

ବେଙ୍ଗାଲୁରୁ: ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରିଲିଜ ପୂର୍ବରୁ ଆସନ୍ତାକାଲିଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସବୁ ଟିକେଟ ଅଗ୍ରୀମ ବୁକିଂ ହୋଇସାରିଛି। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌‌ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରଜନୀକାନ୍ତଙ୍କ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ବହୁ କମ୍ପାନୀ ଆସନ୍ତାକାଲି ଛୁଟି ସହ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ବଣ୍ଟନ କରିଛନ୍ତି। ଚେନ୍ନାଇ ଓ ଅନ୍ୟ ସ୍ଥାନମାନଙ୍କରେ ତାଙ୍କ ପ୍ରଶଂସକମାନେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ଓ କଟ୍‌‌ଆଉଟ୍‌‌କୁ କ୍ଷୀରରେ ଅଭିଷେକ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

ଅଗ୍ରୀମ ଟିକେଟ ବୁକିଂର ସମସ୍ତ ରେକର୍ଡ ଅତିକ୍ରମ କରିଛି ଫିଲ୍ମ ‘ଜେଲର’। କେବଳ ବୁକ୍‌‌ ମାଇଁ ଶୋ ସାଇଟ୍‌‌ରେ ସୋମବାର ସୁଦ୍ଧା ସାତ ଲକ୍ଷ ପଚାଶ ହଜାର ଟିକେଟ ବିକ୍ରି ସରିଛି। ସମଗ୍ର ବିଶ୍ୱରେ ବୁଧବାର ସୁଦ୍ଧା ୨୦ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଛି। ଯାହା ସାଉଥ୍‌‌ ସୁପରଷ୍ଟାର ବିଜୟଙ୍କ ଅଭିନୀତ ‘ବାରିସୁ’ର ୧୧.୪୫ କୋଟି ଓ ଜୟମ ରବିଙ୍କ ଅଭିନୀତ ‘ପୋନ୍ନିୟନ ସେଲଭମ’ର ୭.୫ କୋଟି ଟଙ୍କାର ଅଗ୍ରୀମ ବୁକିଂକୁ ଅତିକ୍ରମ କରିଛି। ତାମିଲନାଡୁରେ ସର୍ବାଧିକ ୨କୋଟି ୧୨ ଲକ୍ଷ ଅଗ୍ରୀମ ବୁକିଂ ହୋଇଛି ଏବଂ ଫିଲ୍ମଟି ରିଲିଜ ପୂର୍ବରୁ ଏହା ୧୨୨ କୋଟି ଟଙ୍କା ଆୟ କରିସାରିଛି। କେବଳ ତାମିଲନାଡୁରୁ ୬୨ କୋଟି, କର୍ଣ୍ଣାଟକରେ ୧୨ କୋଟି, କେରଳରେ ୫.୫ କୋଟି, ଅନ୍ୟ ରାଜ୍ୟରେ ୩ କୋଟି ଟଙ୍କାର ଓ ବିଦେଶରେ ୩୦ କୋଟି ଟଙ୍କା ବ୍ୟବସାୟ କରିଛି। ଜେଲରର କ୍ରେଜ କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବର ସବୁ ରେକର୍ଡ ଭାଙ୍ଗି ସୋମବାର ସୁଦ୍ଧା ୬୬୪ ହଜାର ଡଲାର ଟଙ୍କା ଅଗ୍ରୀମ ବୁକିଂ କରିଛି।

ଆହୁରି ପଢ଼ନ୍ତୁ: ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୬: ମୁକୁଟ ପିନ୍ଧିଲେ ଗୋଆର ସାଧ୍ୱୀ ସତୀଶ ଶୈଲ, କହିଲେ 'ଏହାକୁ ମୁଁ ହାଲୁକା ଭାବେ ନେଉନାହିଁ'

ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତଙ୍କ ପ୍ରସଂଶକ ଛୁଟି ପାଇଁ ଅଫିସରେ ଆବେଦନ କରିଥାନ୍ତି। ଯାହାଦ୍ୱାରା ସେମାନେ ପ୍ରଥମ ଦିନ ପ୍ରଥମ ଶୋ ଦେଖି ପାରିବେ। ଚଳିତଥର ମଧ୍ୟ ଏହି ଧାରା ଜାରି ରହିଛି। ଚେନ୍ନାଇ ଓ ବାଙ୍ଗାଲୋରର କିଛି କମ୍ପାନୀ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ୧୦ ତାରିଖକୁ ଘୋଷଣା କରିଛନ୍ତି। ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ଦେଇଛି। ରଜନୀକାନ୍ତଙ୍କ ପୂର୍ବ ଫିଲ୍ମ ‘କବାଲି’ ଓ ‘କାଲା’ରେ ମଧ୍ୟ ପ୍ରଶଂସକଙ୍କ ମଧ୍ୟଷର ଏପରି ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ଗୁଡିକରେ ଟିକେଟ ପିଛା ୮୦୦ ରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୨୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୦ କୋଟି ଟଙ୍କା ବଜେଟ୍‌‌ରେ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ସୁପରଷ୍ଟାର ରଜନୀକାନ୍ତ ୧୧୦ କୋଟି ଟଙ୍କା ନେଇଛନ୍ତି। ସେହିପରି ମୋହନଲାଲ ୮ କୋଟି, ଶିବ ରାଜକୁମାର, ଜ୍ୟାକି ଶ୍ରଫ୍‌‌ ଓ ତମନ୍ନା ଭାଟିଆ ୪ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ନେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ଝିଅଙ୍କୁ ଅନ୍‌ଲାଇନ୍ ଗେମ୍‌ରେ ଅଶ୍ଳୀଳ ଫଟୋ ମାଗିଥିବା ଅଭିଯୁକ୍ତ ଗିରଫ

10 Aug 2023 By The Sakala

ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଜେଲର’, ତାମିଲନାଡ଼ୁରେ ଫିଲ୍ମ ଦେଖିବାକୁ ବିଭିନ୍ନ ଅଫିସ ଛୁଟି ଘୋଷଣା

ବେଙ୍ଗାଲୁରୁ: ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରିଲିଜ ପୂର୍ବରୁ ଆସନ୍ତାକାଲିଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସବୁ ଟିକେଟ ଅଗ୍ରୀମ ବୁକିଂ ହୋଇସାରିଛି। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌‌ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରଜନୀକାନ୍ତଙ୍କ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ବହୁ କମ୍ପାନୀ ଆସନ୍ତାକାଲି ଛୁଟି ସହ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ବଣ୍ଟନ କରିଛନ୍ତି। ଚେନ୍ନାଇ ଓ ଅନ୍ୟ ସ୍ଥାନମାନଙ୍କରେ ତାଙ୍କ ପ୍ରଶଂସକମାନେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ଓ କଟ୍‌‌ଆଉଟ୍‌‌କୁ କ୍ଷୀରରେ ଅଭିଷେକ କରାଯାଇଛି।

ଅଗ୍ରୀମ ଟିକେଟ ବୁକିଂର ସମସ୍ତ ରେକର୍ଡ ଅତିକ୍ରମ କରିଛି ଫିଲ୍ମ ‘ଜେଲର’। କେବଳ ବୁକ୍‌‌ ମାଇଁ ଶୋ ସାଇଟ୍‌‌ରେ ସୋମବାର ସୁଦ୍ଧା ସାତ ଲକ୍ଷ ପଚାଶ ହଜାର ଟିକେଟ ବିକ୍ରି ସରିଛି। ସମଗ୍ର ବିଶ୍ୱରେ ବୁଧବାର ସୁଦ୍ଧା ୨୦ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଛି। ଯାହା ସାଉଥ୍‌‌ ସୁପରଷ୍ଟାର ବିଜୟଙ୍କ ଅଭିନୀତ ‘ବାରିସୁ’ର ୧୧.୪୫ କୋଟି ଓ ଜୟମ ରବିଙ୍କ ଅଭିନୀତ ‘ପୋନ୍ନିୟନ ସେଲଭମ’ର ୭.୫ କୋଟି ଟଙ୍କାର ଅଗ୍ରୀମ ବୁକିଂକୁ ଅତିକ୍ରମ କରିଛି। ତାମିଲନାଡୁରେ ସର୍ବାଧିକ ୨କୋଟି ୧୨ ଲକ୍ଷ ଅଗ୍ରୀମ ବୁକିଂ ହୋଇଛି ଏବଂ ଫିଲ୍ମଟି ରିଲିଜ ପୂର୍ବରୁ ଏହା ୧୨୨ କୋଟି ଟଙ୍କା ଆୟ କରିସାରିଛି। କେବଳ ତାମିଲନାଡୁରୁ ୬୨ କୋଟି, କର୍ଣ୍ଣାଟକରେ ୧୨ କୋଟି, କେରଳରେ ୫.୫ କୋଟି, ଅନ୍ୟ ରାଜ୍ୟରେ ୩ କୋଟି ଟଙ୍କାର ଓ ବିଦେଶରେ ୩୦ କୋଟି ଟଙ୍କା ବ୍ୟବସାୟ କରିଛି। ଜେଲରର କ୍ରେଜ କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବର ସବୁ ରେକର୍ଡ ଭାଙ୍ଗି ସୋମବାର ସୁଦ୍ଧା ୬୬୪ ହଜାର ଡଲାର ଟଙ୍କା ଅଗ୍ରୀମ ବୁକିଂ କରିଛି।

ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତଙ୍କ ପ୍ରସଂଶକ ଛୁଟି ପାଇଁ ଅଫିସରେ ଆବେଦନ କରିଥାନ୍ତି। ଯାହାଦ୍ୱାରା ସେମାନେ ପ୍ରଥମ ଦିନ ପ୍ରଥମ ଶୋ ଦେଖି ପାରିବେ। ଚଳିତଥର ମଧ୍ୟ ଏହି ଧାରା ଜାରି ରହିଛି। ଚେନ୍ନାଇ ଓ ବାଙ୍ଗାଲୋରର କିଛି କମ୍ପାନୀ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ୧୦ ତାରିଖକୁ ଘୋଷଣା କରିଛନ୍ତି। ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ଦେଇଛି। ରଜନୀକାନ୍ତଙ୍କ ପୂର୍ବ ଫିଲ୍ମ ‘କବାଲି’ ଓ ‘କାଲା’ରେ ମଧ୍ୟ ପ୍ରଶଂସକଙ୍କ ମଧ୍ୟଷର ଏପରି ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ଗୁଡିକରେ ଟିକେଟ ପିଛା ୮୦୦ ରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୨୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୦ କୋଟି ଟଙ୍କା ବଜେଟ୍‌‌ରେ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ସୁପରଷ୍ଟାର ରଜନୀକାନ୍ତ ୧୧୦ କୋଟି ଟଙ୍କା ନେଇଛନ୍ତି। ସେହିପରି ମୋହନଲାଲ ୮ କୋଟି, ଶିବ ରାଜକୁମାର, ଜ୍ୟାକି ଶ୍ରଫ୍‌‌ ଓ ତମନ୍ନା ଭାଟିଆ ୪ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ନେଇଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର