୨୦ ବର୍ଷ ପରେ ସଞ୍ଜୟ ଆଣିବେ ‘ବୈଜୁ ବାୱରା’

The Sakala Picture
Published On

ବଲିଉଡ୍‌କୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍‌ସାଲୀ ଅନ୍ୟତମ। ବଲିଉଡ୍‌କୁ ସେ ‘ଦେବଦାସ’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମର ସେଟ୍‌, କଳାକାରଙ୍କ ପୋଷାକ, କାହାଣୀ ସବୁକୁ ସେ ଅତି ନିଖୁଣ ଭାବେ ଉପସ୍ଥାପନ କରିଥାନ୍ତି। ଖାସ୍‌ ସେଥିପାଇଁ ଦର୍ଶକେ ତାଙ୍କ ଫିଲ୍ମଗୁଡ଼ିକ ବର୍ଷ ବର୍ଷ ଧରି ଅପେକ୍ଷାରେ ରହିଥାନ୍ତି। ଏବେ ସଞ୍ଜୟ ଦର୍ଶକଙ୍କ ପାଇଁ ‘ବୈଜୁ ବାୱରା’ ଫିଲ୍ମ ଆଣୁଛନ୍ତି। ଏହି ଫିଲ୍ମଟିକୁ […]

ବଲିଉଡ୍‌କୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍‌ସାଲୀ ଅନ୍ୟତମ। ବଲିଉଡ୍‌କୁ ସେ ‘ଦେବଦାସ’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମର ସେଟ୍‌, କଳାକାରଙ୍କ ପୋଷାକ, କାହାଣୀ ସବୁକୁ ସେ ଅତି ନିଖୁଣ ଭାବେ ଉପସ୍ଥାପନ କରିଥାନ୍ତି। ଖାସ୍‌ ସେଥିପାଇଁ ଦର୍ଶକେ ତାଙ୍କ ଫିଲ୍ମଗୁଡ଼ିକ ବର୍ଷ ବର୍ଷ ଧରି ଅପେକ୍ଷାରେ ରହିଥାନ୍ତି। ଏବେ ସଞ୍ଜୟ ଦର୍ଶକଙ୍କ ପାଇଁ ‘ବୈଜୁ ବାୱରା’ ଫିଲ୍ମ ଆଣୁଛନ୍ତି। ଏହି ଫିଲ୍ମଟିକୁ ସେ ବିଗତ ଦୁଇ ଦଶନ୍ଧି ତଳେ ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲେ।

ଆହୁରି ପଢ଼ନ୍ତୁ: ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର

ଏବେ ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଦୁଇଜଣ ଗାୟକଙ୍କୁ ନେଇ ଫିଲ୍ମର କାହାଣୀ। ଏହା ଏକ ମ୍ୟୁଜିକାଲ ଡ୍ରାମା ହେବ। ଯଦିଓ ଏଥିରେ କିଏ କାମ କରିବେ ସ୍ପଷ୍ଟ ହୋଇନାହିଁ, ତେବେ ଲିଡ୍‌ ରୋଲ ପାଇଁ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ବଛା ଯାଇଥିବା ଚର୍ଚ୍ଚା ହେଉଛି। ଏଠାରେ ପ୍ରକାଶ ଥାଉ କି,‘ବୈଜୁ ବାୱରା’ ମୂଳ ଫିଲ୍ମ ୧୯୫୨ରେ ବିଜୟ ଭଟ୍ଟ ନିର୍ମାଣ କରିଥିଲେ। ଏଥିରେ ଭରତ ଭୂଷଣ ବୈଜୁ ବାୱରା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ନାୟିକା ଭାବେ ଅଭିନୟ କରିଥିଲେ ମୀନା କୁମାରୀ। ଏହି ଫିଲ୍ମରେ ୧୩ଟି ଗୀତ ଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ନୌସାଦ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବଲିଉଡ ଅଭିନେତା ଇମ୍ରାନ ଖାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍, ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp