ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲା: ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ନୋରା ଫତେହୀ

The Sakala Picture
Published On

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନୂଆ ଟ୍ଵିଷ୍ଟ । ମୁହାଁମୁହିଁ ହୋଇଛନ୍ତି ଦୁଇ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏବଂ ନୋରା ଫତେଇ । ସୁକେଶଙ୍କ ସହ ଜବରଦସ୍ତି ନାଁ ଯୋଡିଥିବାରୁ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି ନୋରା ଫତେହୀ । ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ବିଭିନ୍ନ ସମୟରେ ତାଙ୍କୁ ଅପମାନିତ କରିଥିବା ଏବଂ ବଦନାମ କରିଥିବା ମକଦ୍ଦମା ଫର୍ଦ୍ଦରେ ଦର୍ଶାଇଛନ୍ତି ନୋରା ଫତେଇ । ଅଭିଯୋଗରେ […]

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନୂଆ ଟ୍ଵିଷ୍ଟ । ମୁହାଁମୁହିଁ ହୋଇଛନ୍ତି ଦୁଇ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏବଂ ନୋରା ଫତେଇ । ସୁକେଶଙ୍କ ସହ ଜବରଦସ୍ତି ନାଁ ଯୋଡିଥିବାରୁ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି ନୋରା ଫତେହୀ ।

ଆହୁରି ପଢ଼ନ୍ତୁ: ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର

ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ବିଭିନ୍ନ ସମୟରେ ତାଙ୍କୁ ଅପମାନିତ କରିଥିବା ଏବଂ ବଦନାମ କରିଥିବା ମକଦ୍ଦମା ଫର୍ଦ୍ଦରେ ଦର୍ଶାଇଛନ୍ତି ନୋରା ଫତେଇ । ଅଭିଯୋଗରେ ନୋରା ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ଯେହେତୁ ଆମେ ଦୁଇ ଜଣ ଗୋଟିଏ ପେଶାରେ ରହିଛୁ ଏବଂ କାମ କରୁଛୁ ସେଥିପାଇଁ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ କରିବାକୁ ମୋତେ ବଦନାମ କରିଛନ୍ତି । ମୋ କ୍ୟାରିୟନ ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ଏହା ସହିତ ଅନ୍ୟାନ୍ୟ କାରଣ ଏବଂ ଉଦ୍ଦେଶ୍ୟ ମଧ୍ୟ ରହିଛି’।

ଆହୁରି ପଢ଼ନ୍ତୁ: ବଲିଉଡ ଅଭିନେତା ଇମ୍ରାନ ଖାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍, ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ନୋରା ଅଭିଯୋଗ ଆଣିଛନ୍ତି ଯେ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ କହିଛନ୍ତି କି ମୋର ସୁକେଶ ସହିତ କୌଣସି ସିଧାସଳଖ ସଂପର୍କ ନାହିଁ । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ନୋରା କହିଛନ୍ତି କି ସେ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ସେପଟେ ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି: ପାସପୋର୍ଟ ଫେରାଇ CJI କହିଲେ- 'ଯାଆନ୍ତୁ, ଟଙ୍କା ରୋଜଗାର କରନ୍ତୁ ଆଉ ଋଣ ଶୁଝନ୍ତୁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp