୮୦ ବର୍ଷରେ ପାଦ ଥାପିଲେ ବଲିଉଡର ଶେହନଶା ଅମିତାଭ ବଚ୍ଚନ

The Sakala Picture
Published On

ମୁମ୍ବାଇ: ଅମିତାଭ ବଚ୍ଚନ । କେବଳ ନାଁ ହିଁ ଯଥେଷ୍ଟ । ଆଜି ବଲିଉଡ ସୁପରଷ୍ଟାର ତଥା ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ବିଗ ବି ଅମିତାଭ। ବିଗ୍ ବିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଅମିତାଭଙ୍କ ୮୦ ତମ ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ୍ସମାନେ ରାତି ୧୨ ଟା ବେଳେ ଜଲସା ବାହାରେ ଏକାଠି ହୋଇଛନ୍ତି। ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ […]

ମୁମ୍ବାଇ: ଅମିତାଭ ବଚ୍ଚନ । କେବଳ ନାଁ ହିଁ ଯଥେଷ୍ଟ । ଆଜି ବଲିଉଡ ସୁପରଷ୍ଟାର ତଥା ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ବିଗ ବି ଅମିତାଭ। ବିଗ୍ ବିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଅମିତାଭଙ୍କ ୮୦ ତମ ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ୍ସମାନେ ରାତି ୧୨ ଟା ବେଳେ ଜଲସା ବାହାରେ ଏକାଠି ହୋଇଛନ୍ତି। ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ରାତି ୧୨ ଟା ସମୟରେ ତାଙ୍କର ଫ୍ୟାନ୍ସଙ୍କୁ ଭେଟିବାକୁ ଜଲସା ଗେଟ୍‌ ପାଖକୁ ଆସିଥିଲେ। ଏହି ସମୟରେ କଡ଼ାକଡ଼ି ସିକ୍ୟୁରିଟି ରହିଥିଲେ ମଧ୍ୟ ଫ୍ୟାନ୍ସଙ୍କଙ୍କୁ ଅମିତାଭଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଶତାବ୍ଦିର ଏହି ମହାନାୟକଙ୍କ ସଫଳତାକୁ ତ ସମସ୍ତେ ଜାଣନ୍ତି ହେଲେ ଏହି ସଫଳତା ପଛରେ ଥିବା ଅଦେଖା ସଂଘର୍ଷ କାହାଣକୁ କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି । ସଂଘର୍ଷ, ଉତଥାନ ପତ୍ତନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ ହେଉଛନ୍ତି ବଲିଉଡର ଶେହନଶା ଅମିତାଭ ବଚ୍ଚନ । ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍‌ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍‌ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ଆନନ୍ଦ ପରେ ତାଙ୍କ ଅଭିନୀତ ବମ୍ବେ ଟୁ ଗୋଆକୁ ପସନ୍ଦ କରିଥିଲେ ଦର୍ଶକ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍‌ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍‌ ଥ୍ରୀଲର୍‌ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍‌ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ।

ସୂଚନା ଥାଉକି, ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ମଧ୍ୟ ୱାର୍କ ଫ୍ରଣ୍ଟରେ ଆକ୍ଟିଭ ରହିଛନ୍ତି। ଏବଂ ସବୁ ଦିନ ୧୫ ଘଣ୍ଟା ଯାଏ କାମ କରୁଛନ୍ତି। ୱାର୍କ ଫ୍ରଣ୍ଟ କଥା ଯଦି କହିବା ସଦ୍ୟ ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଗୁଡବାଏ ପ୍ରେକ୍ଷାଳୟରେ ମୁକ୍ତିଳାଭ କରିଛି। ଅମିତାଭ ବଚ୍ଚନଙ୍କ ଜନ୍ମ ଦିନରେ ଏହି ଚଳଚ୍ଚିତ୍ର ମାତ୍ର ୮୦ ଟଙ୍କାରେ ଦେଖିବାର ସୁଯୋଗ ମିଳିବ। ଅନ୍ୟପଟେ ଆଜି ଅମିତାଭ ବଚ୍ଚନଙ୍କ ଜନ୍ମ ଦିନରେ କୌନ୍‌ ବନେଗା କରୋଡ଼ପତିରେ ମଧ୍ୟ ଖାସ୍‌ ଆପିସୋଡ୍‌ ଦିଖେବାକୁ ମିଳିବ। ଯେଉଁଥିରେ ଅଭିଷେକ ବଚ୍ଚନ ଓ ଜୟା ବଚ୍ଚନ ମଧ୍ୟ ସାମିଲ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp