ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ନାଁରେ ଥାନାରେ ମାମଲା, ହରନାଜ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଫିଲ୍ମ ନିର୍ମାତା ଉପାସନା

The Sakala Picture
Published On

ମୁମ୍ବାଇ : ଅଡୁଆରେ ବିଶ୍ବ ସୁନ୍ଦରୀ ହରନାଜ କୌର ସନ୍ଧୁ । ନିଜର ସୁନ୍ଦରତାକୁ ନେଇ ସାରା ବିଶ୍ୱରୁ ଚର୍ଚ୍ଚା ସାଉଣ୍ଟିଥିବା ବିଶ୍ୱସୁନ୍ଦରୀ ହରନାଜ ସନ୍ଧୁଙ୍କ ବିରୋଧରରେ ଜଣେ ସିନେମା ନିର୍ମାତା ଥାନାରେ ମାମଲା ରୁଜୁ କରିଛନ୍ତି। ‘ଦି କପିଲ ଶର୍ମା’ ସୋ’ର ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହାଜର ହୋଇଛନ୍ତି। ଉପସାନା ହରନାଜଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ସମ୍ପର୍କରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା […]

ମୁମ୍ବାଇ : ଅଡୁଆରେ ବିଶ୍ବ ସୁନ୍ଦରୀ ହରନାଜ କୌର ସନ୍ଧୁ । ନିଜର ସୁନ୍ଦରତାକୁ ନେଇ ସାରା ବିଶ୍ୱରୁ ଚର୍ଚ୍ଚା ସାଉଣ୍ଟିଥିବା ବିଶ୍ୱସୁନ୍ଦରୀ ହରନାଜ ସନ୍ଧୁଙ୍କ ବିରୋଧରରେ ଜଣେ ସିନେମା ନିର୍ମାତା ଥାନାରେ ମାମଲା ରୁଜୁ କରିଛନ୍ତି। ‘ଦି କପିଲ ଶର୍ମା’ ସୋ’ର ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହାଜର ହୋଇଛନ୍ତି। ଉପସାନା ହରନାଜଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ସମ୍ପର୍କରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହରନାଜଙ୍କୁ ମଧ୍ୟ କ୍ଷତିପୂରଣ ମାଗାଯାଇଛି। ଗୁରୁବାର ଦିନ ଉପାସନା ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ଉପାସନାଙ୍କ ଅଭିଯୋଗ ମୁତାବକ ହରନାଜ ଚୁକ୍ତି ଖିଲାପ କରିଛନ୍ତି । ଉପାସନା ସିଂଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉ ନଥିବା କଥା କହିଛନ୍ତି ଉପାସନା । ଏହି ଫିଲ୍ମ ନିର୍ମାତା କହିଛନ୍ତି କି ହରନାଜ ୨୦୨୧ ମସିହାରେ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏଲଏଲପି ସହିତ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ସିନେମାର ପ୍ରମୋଶନ ଓ ପ୍ରଚାର ପାଇଁ ଉପାସନା ସମୟ ଦେବାର ଥିଲା । ହେଲେ ଏବେ ସିନେମାର ପ୍ରମୋଶନ ପାଇଁ ସେ ସମୟ ଦେବାକୁ ରାଜି ହେଉ ନାହାଁନ୍ତି । ଏହି ସିନେମା ପାଇଁ ଉପାସନା ବହୁଗୁଡିଏ ଅର୍ଥ ଖର୍ଚ୍ଚ କରିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

ନିର୍ମାତା ଆହୁରି କହିଛନ୍ତି, ‘ଯେତେବେଳେ ସେ ମିସ୍ ୟୁନିଭର୍ସ ନଥିଲେ ସେହି ସମୟରେ ମୁଁ ତାଙ୍କୁ ଏକ ସୁଯୋଗ ଦେଇଥିଲି । ଏହା ଏକ ଛୋଟ ବଜେଟ୍ ଚଳଚ୍ଚିତ୍ର ନୁହେଁ । ଏଥିପାଇଁ ବିପୁଳ ପରିମାଣର ଖର୍ଚ୍ଚ ହୋଇଛି। ”ସେ କହିଛନ୍ତି ଯେ ଏହି ଫିଲ୍ମ ମେ ୨୭ ରେ ରିଲିଜ ହେବ କିନ୍ତୁ ହରନାଜ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଏହାର ରିଲିଜକୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିବ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ମାସରେ ଇସ୍ରାଇଲରେ ଆୟୋଜିତ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିଲେ ହରନାଜ କୌର ସନ୍ଧୁ। ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଥିଲା ମିସ୍ ୟୁନିଭର୍ସ ଟାଇଟଲ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଥିଲେ। ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଥିଲେ । ଇସ୍ରାଏଲର ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତର ଲାରା ଦତ୍ତ ଶେଷଥର ପାଇଁ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ । ସନ୍ଧୁଙ୍କ ପୂର୍ବରୁ କେବଳ ୨ ଜଣ ଭାରତୀୟ ଏହି ଗୌରବ ଦେଶ ପାଇଁ ଆଣିଛନ୍ତି । ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ୍ ପିନ୍ଧିଥିଲେ।

05 Aug 2022 By The Sakala

ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ନାଁରେ ଥାନାରେ ମାମଲା, ହରନାଜ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଫିଲ୍ମ ନିର୍ମାତା ଉପାସନା

ମୁମ୍ବାଇ : ଅଡୁଆରେ ବିଶ୍ବ ସୁନ୍ଦରୀ ହରନାଜ କୌର ସନ୍ଧୁ । ନିଜର ସୁନ୍ଦରତାକୁ ନେଇ ସାରା ବିଶ୍ୱରୁ ଚର୍ଚ୍ଚା ସାଉଣ୍ଟିଥିବା ବିଶ୍ୱସୁନ୍ଦରୀ ହରନାଜ ସନ୍ଧୁଙ୍କ ବିରୋଧରରେ ଜଣେ ସିନେମା ନିର୍ମାତା ଥାନାରେ ମାମଲା ରୁଜୁ କରିଛନ୍ତି। ‘ଦି କପିଲ ଶର୍ମା’ ସୋ’ର ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହାଜର ହୋଇଛନ୍ତି। ଉପସାନା ହରନାଜଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ସମ୍ପର୍କରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହରନାଜଙ୍କୁ ମଧ୍ୟ କ୍ଷତିପୂରଣ ମାଗାଯାଇଛି। ଗୁରୁବାର ଦିନ ଉପାସନା ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି।

ଉପାସନାଙ୍କ ଅଭିଯୋଗ ମୁତାବକ ହରନାଜ ଚୁକ୍ତି ଖିଲାପ କରିଛନ୍ତି । ଉପାସନା ସିଂଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉ ନଥିବା କଥା କହିଛନ୍ତି ଉପାସନା । ଏହି ଫିଲ୍ମ ନିର୍ମାତା କହିଛନ୍ତି କି ହରନାଜ ୨୦୨୧ ମସିହାରେ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏଲଏଲପି ସହିତ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ସିନେମାର ପ୍ରମୋଶନ ଓ ପ୍ରଚାର ପାଇଁ ଉପାସନା ସମୟ ଦେବାର ଥିଲା । ହେଲେ ଏବେ ସିନେମାର ପ୍ରମୋଶନ ପାଇଁ ସେ ସମୟ ଦେବାକୁ ରାଜି ହେଉ ନାହାଁନ୍ତି । ଏହି ସିନେମା ପାଇଁ ଉପାସନା ବହୁଗୁଡିଏ ଅର୍ଥ ଖର୍ଚ୍ଚ କରିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ନିର୍ମାତା ଆହୁରି କହିଛନ୍ତି, ‘ଯେତେବେଳେ ସେ ମିସ୍ ୟୁନିଭର୍ସ ନଥିଲେ ସେହି ସମୟରେ ମୁଁ ତାଙ୍କୁ ଏକ ସୁଯୋଗ ଦେଇଥିଲି । ଏହା ଏକ ଛୋଟ ବଜେଟ୍ ଚଳଚ୍ଚିତ୍ର ନୁହେଁ । ଏଥିପାଇଁ ବିପୁଳ ପରିମାଣର ଖର୍ଚ୍ଚ ହୋଇଛି। ”ସେ କହିଛନ୍ତି ଯେ ଏହି ଫିଲ୍ମ ମେ ୨୭ ରେ ରିଲିଜ ହେବ କିନ୍ତୁ ହରନାଜ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଏହାର ରିଲିଜକୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିବ।

ଏଠାରେ ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ମାସରେ ଇସ୍ରାଇଲରେ ଆୟୋଜିତ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିଲେ ହରନାଜ କୌର ସନ୍ଧୁ। ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଥିଲା ମିସ୍ ୟୁନିଭର୍ସ ଟାଇଟଲ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଥିଲେ। ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଥିଲେ । ଇସ୍ରାଏଲର ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତର ଲାରା ଦତ୍ତ ଶେଷଥର ପାଇଁ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ । ସନ୍ଧୁଙ୍କ ପୂର୍ବରୁ କେବଳ ୨ ଜଣ ଭାରତୀୟ ଏହି ଗୌରବ ଦେଶ ପାଇଁ ଆଣିଛନ୍ତି । ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ୍ ପିନ୍ଧିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର