୧୫ ଦିନରେ ଆତ୍ମହତ୍ୟା କଲେଣି ୩ ବଙ୍ଗୀୟ ଅଭିନେତ୍ରୀ

The Sakala Picture
Published On

କୋଲକାତା: ବଙ୍ଗୀୟ ମଡେଲ ମଞ୍ଜୁଷା ନିୟୋଗୀଙ୍କ ସନ୍ଦିଗ୍ଧ ସ୍ଥିତରେ ମୃତ୍ୟୁ ହୋଇଛି। ମଞ୍ଜୁଷାଙ୍କ ଶବକୁ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଗତ ୧୫ ଦିନରେ ବଙ୍ଗଳା ଚଳଚ୍ଚିତ୍ର ଜଗତର ୩ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମଞ୍ଜୁଷାଙ୍କ ବନ୍ଧୁ ତଥା ଅଭିନେତ୍ରୀ ବିଦିଶା ଡେ ମଜୁଦାର ଆତ୍ମହତ୍ୟା କରିଥିଲେ। ମେ ୧୫ରେ ପଲ୍ଲବି ଡିଙ୍କ ଶବ ତାଙ୍କ ଫ୍ଲାଟରୁ ମିଳିଥିଲା। ଏହି ମଡେଲ ତଥା […]

କୋଲକାତା: ବଙ୍ଗୀୟ ମଡେଲ ମଞ୍ଜୁଷା ନିୟୋଗୀଙ୍କ ସନ୍ଦିଗ୍ଧ ସ୍ଥିତରେ ମୃତ୍ୟୁ ହୋଇଛି। ମଞ୍ଜୁଷାଙ୍କ ଶବକୁ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଗତ ୧୫ ଦିନରେ ବଙ୍ଗଳା ଚଳଚ୍ଚିତ୍ର ଜଗତର ୩ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମଞ୍ଜୁଷାଙ୍କ ବନ୍ଧୁ ତଥା ଅଭିନେତ୍ରୀ ବିଦିଶା ଡେ ମଜୁଦାର ଆତ୍ମହତ୍ୟା କରିଥିଲେ। ମେ ୧୫ରେ ପଲ୍ଲବି ଡିଙ୍କ ଶବ ତାଙ୍କ ଫ୍ଲାଟରୁ ମିଳିଥିଲା। ଏହି ମଡେଲ ତଥା ଅଭିନେତ୍ରୀଙ୍କ ଆତ୍ମହତ୍ୟା ବଙ୍ଗୀୟ ଚଳଚ୍ଚିତ୍ର ଜଗତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚକିତ କରିଦେଇଛି। ସମ୍ବନ୍ଧ ଭାଙ୍ଗିଯିବା ଯୋଗୁଁ ତିନି ଜଣ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

ଶୁକ୍ରବାର ସକାଳେ ମଞ୍ଜୁଷା ନିଜ ପ୍ରକୋଷ୍ଠରୁ ବାହାରକୁ ନ ଆସିବାରୁ ପରିବାର ସଦସ୍ୟ ଝିଅକୁ କଲ୍‌ କରିଥିଲେ। କଲ୍‌ର କୌଣସି ଉତ୍ତର ନ ମିଳିବାରୁ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ ଏବଂ ଶୋଇବା ଘରେ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ମଞ୍ଜୁଷା ମଡେଲିଂ ସହିତ ଅଭିନୟ ମଧ୍ୟ କରୁଥିଲେ। ସେ ବନ୍ଧୁ ବିଦିଷାଙ୍କ ମୃତ୍ୟୁକୁ ନେଇ ଚିନ୍ତିତ ଥିଲେବୋଲି ତାଙ୍କ ମାଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ବୁଧବାର ସନ୍ଧ୍ୟାରେ ଦମଦମର ନାଗରବଜାର ସ୍ଥିତ ରେଣ୍ଟେଡ ଆପାର୍ଟମେଣ୍ଟରେ ବିଦିଶା (୨୧) ଙ୍କ ଝୁଲନ୍ତା ଶବ ମିଳିଥିଲା। ସେ ଦେଢମାସ ତଳେ ଏହି ଫ୍ଲାଟକୁ ଆସିଥିଲେ। ପୁଲିସ ଏହି ଆପାର୍ଟମେଣ୍ଟରୁ ଏକ ସୁଇସାଇଡ ନୋଟ ଜବତ କରିଛି। ପୁରୁଷ ବନ୍ଧୁଙ୍କ ସହ ତାଙ୍କର ବିବାଦ ଚାଲିଥିବା ବୋଲି ପରିବାର ଲୋକ କହିଛନ୍ତି। ଏଥିଯୋଗୁଁ ସେ ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ସେ ଏକ ଜିମ୍‌ ଟ୍ରେନରଙ୍କ ସହ ସମ୍ବନ୍ଧ ରଖିଥିଲେ।

ଆହୁରି ପଢ଼ନ୍ତୁ: 'ସଲମାନ ଖାନ ଡରିଗଲା!' ମଧ୍ୟରାତ୍ରିରେ ଭାଇଜାନଙ୍କ ଦମଦାର ଜିମ୍ ପୋଷ୍ଟ, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ

28 May 2022 By The Sakala

୧୫ ଦିନରେ ଆତ୍ମହତ୍ୟା କଲେଣି ୩ ବଙ୍ଗୀୟ ଅଭିନେତ୍ରୀ

କୋଲକାତା: ବଙ୍ଗୀୟ ମଡେଲ ମଞ୍ଜୁଷା ନିୟୋଗୀଙ୍କ ସନ୍ଦିଗ୍ଧ ସ୍ଥିତରେ ମୃତ୍ୟୁ ହୋଇଛି। ମଞ୍ଜୁଷାଙ୍କ ଶବକୁ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଗତ ୧୫ ଦିନରେ ବଙ୍ଗଳା ଚଳଚ୍ଚିତ୍ର ଜଗତର ୩ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମଞ୍ଜୁଷାଙ୍କ ବନ୍ଧୁ ତଥା ଅଭିନେତ୍ରୀ ବିଦିଶା ଡେ ମଜୁଦାର ଆତ୍ମହତ୍ୟା କରିଥିଲେ। ମେ ୧୫ରେ ପଲ୍ଲବି ଡିଙ୍କ ଶବ ତାଙ୍କ ଫ୍ଲାଟରୁ ମିଳିଥିଲା। ଏହି ମଡେଲ ତଥା ଅଭିନେତ୍ରୀଙ୍କ ଆତ୍ମହତ୍ୟା ବଙ୍ଗୀୟ ଚଳଚ୍ଚିତ୍ର ଜଗତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚକିତ କରିଦେଇଛି। ସମ୍ବନ୍ଧ ଭାଙ୍ଗିଯିବା ଯୋଗୁଁ ତିନି ଜଣ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଶୁକ୍ରବାର ସକାଳେ ମଞ୍ଜୁଷା ନିଜ ପ୍ରକୋଷ୍ଠରୁ ବାହାରକୁ ନ ଆସିବାରୁ ପରିବାର ସଦସ୍ୟ ଝିଅକୁ କଲ୍‌ କରିଥିଲେ। କଲ୍‌ର କୌଣସି ଉତ୍ତର ନ ମିଳିବାରୁ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ ଏବଂ ଶୋଇବା ଘରେ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ମଞ୍ଜୁଷା ମଡେଲିଂ ସହିତ ଅଭିନୟ ମଧ୍ୟ କରୁଥିଲେ। ସେ ବନ୍ଧୁ ବିଦିଷାଙ୍କ ମୃତ୍ୟୁକୁ ନେଇ ଚିନ୍ତିତ ଥିଲେବୋଲି ତାଙ୍କ ମାଆ କହିଛନ୍ତି।

ବୁଧବାର ସନ୍ଧ୍ୟାରେ ଦମଦମର ନାଗରବଜାର ସ୍ଥିତ ରେଣ୍ଟେଡ ଆପାର୍ଟମେଣ୍ଟରେ ବିଦିଶା (୨୧) ଙ୍କ ଝୁଲନ୍ତା ଶବ ମିଳିଥିଲା। ସେ ଦେଢମାସ ତଳେ ଏହି ଫ୍ଲାଟକୁ ଆସିଥିଲେ। ପୁଲିସ ଏହି ଆପାର୍ଟମେଣ୍ଟରୁ ଏକ ସୁଇସାଇଡ ନୋଟ ଜବତ କରିଛି। ପୁରୁଷ ବନ୍ଧୁଙ୍କ ସହ ତାଙ୍କର ବିବାଦ ଚାଲିଥିବା ବୋଲି ପରିବାର ଲୋକ କହିଛନ୍ତି। ଏଥିଯୋଗୁଁ ସେ ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ସେ ଏକ ଜିମ୍‌ ଟ୍ରେନରଙ୍କ ସହ ସମ୍ବନ୍ଧ ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର