୩୧ ବର୍ଷ ପରେ ଅନୀଲ-ଶାହରୁଖ ଏକାଠି
ବହୁ ପ୍ରତୀକ୍ଷିତ ବଲିଉଡ୍ ସିନେମା ‘କିଙ୍ଗ’ରେ ନଜର ଆସିବେ ଆଗଧାଡ଼ିର ଅଭିନେତା ଅନୀଲ କପୁର। ଏଥିରେ ଶାହରୁଖଙ୍କ ଗୁରୁ ଭୂମିକାରେ ଅନୀଲ ଅଭିନୟ କରିବେ। ତେବେ ୩୧ ବର୍ଷ ପରେ ଏହି ସିନେମା ମାଧ୍ୟମରେ ଅନୀଲ ଓ ଶାହରୁଖ ଖାନ୍ ଏକାଠି ନଜର ଆସିବେ। ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ‘ତ୍ରିମୂର୍ତ୍ତି’ ସିନେମାରେ ଦୁହେଁ କାମ କରିଥିଲେ। ଏହି ସିନେମାର ନିର୍ଦ୍ଦେଶନାରେ ସିଦ୍ଧାର୍ଥ ଆନନ୍ଦ ଅଛନ୍ତି। ଏଥିରେ ଦୀପିକା ପାଦ୍ୟୁକୋନ, ସୁହାନା ଖାନ, ଅଭିଷେକ ବଚ୍ଚନ, ଅଭୟ […]
ବହୁ ପ୍ରତୀକ୍ଷିତ ବଲିଉଡ୍ ସିନେମା ‘କିଙ୍ଗ’ରେ ନଜର ଆସିବେ ଆଗଧାଡ଼ିର ଅଭିନେତା ଅନୀଲ କପୁର। ଏଥିରେ ଶାହରୁଖଙ୍କ ଗୁରୁ ଭୂମିକାରେ ଅନୀଲ ଅଭିନୟ କରିବେ। ତେବେ ୩୧ ବର୍ଷ ପରେ ଏହି ସିନେମା ମାଧ୍ୟମରେ ଅନୀଲ ଓ ଶାହରୁଖ ଖାନ୍ ଏକାଠି ନଜର ଆସିବେ। ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ‘ତ୍ରିମୂର୍ତ୍ତି’ ସିନେମାରେ ଦୁହେଁ କାମ କରିଥିଲେ। ଏହି ସିନେମାର ନିର୍ଦ୍ଦେଶନାରେ ସିଦ୍ଧାର୍ଥ ଆନନ୍ଦ ଅଛନ୍ତି। ଏଥିରେ ଦୀପିକା ପାଦ୍ୟୁକୋନ, ସୁହାନା ଖାନ, ଅଭିଷେକ ବଚ୍ଚନ, ଅଭୟ ବର୍ମା, ଅର୍ସଦ, ଜୟଦୀପ ପ୍ରମୁଖ ଅଭିନୟ କରିବେ। ଏହି ଫିଲ୍ମରେ ଦୀପିକା ଶାହରୁଖଙ୍କ ପୂର୍ବତନ ପ୍ରେମିକା ଏବଂ ସୁହାନାଙ୍କ ମା’ ଚରିତ୍ରରେ ଅଭିନୟ କରୁଥିବା ଦେଖୀବାକୁ ମିଳିବ। ତେବେ ସିନେମାଟି ୨୦୨୬ ଇଦ୍ ଅବସରରେ ପ୍ରେକ୍ଷାଳୟକୁ ଆସିବ।






