୧୯୦୦ କୋଟିର ଫିଲ୍ମ ‘ଅବତାର-୨’

The Sakala Picture
Published On

ହଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଜେମସ୍‌ କ୍ୟାମରୁନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର-୨’ (ଦ ୱେ ଅଫ୍‌ ୱାଟର୍)ର ରିଲିଜ୍‌କୁ ଅନେକ ଦିନରୁ ଦର୍ଶକେ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଏହାର ଟ୍ରେଲର୍‌କୁ ଜବରଦସ୍ତ ପ୍ରଶଂସା କରାଯାଇଛି। ଟ୍ରେଲର୍‌କୁ ଦେଖି ଏହାର ପ୍ରଥମ ଭାଗଠାରୁ ଦ୍ବିତୀୟ ଭାଗ ଆହୁରି ଭଲ ହୋଇଥିବ ବୋଲି ଆଶା କରାଯାଉଛି। ୧୯୦୦ କୋଟିର ଏହି ଫିଲ୍ମରେ ପୁଣି ନୀଳ ଲୋକଙ୍କ କାହାଣୀ ଦେଖିବାକୁ ମିଳିବ। ‘ଅବତାର୍-୨’ ଡିସେମ୍ବର ୧୬ରେ […]

ହଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଜେମସ୍‌ କ୍ୟାମରୁନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର-୨’ (ଦ ୱେ ଅଫ୍‌ ୱାଟର୍)ର ରିଲିଜ୍‌କୁ ଅନେକ ଦିନରୁ ଦର୍ଶକେ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଏହାର ଟ୍ରେଲର୍‌କୁ ଜବରଦସ୍ତ ପ୍ରଶଂସା କରାଯାଇଛି। ଟ୍ରେଲର୍‌କୁ ଦେଖି ଏହାର ପ୍ରଥମ ଭାଗଠାରୁ ଦ୍ବିତୀୟ ଭାଗ ଆହୁରି ଭଲ ହୋଇଥିବ ବୋଲି ଆଶା କରାଯାଉଛି। ୧୯୦୦ କୋଟିର ଏହି ଫିଲ୍ମରେ ପୁଣି ନୀଳ ଲୋକଙ୍କ କାହାଣୀ ଦେଖିବାକୁ ମିଳିବ। ‘ଅବତାର୍-୨’ ଡିସେମ୍ବର ୧୬ରେ ରିଲିଜ୍‌ ହେବ। ଫିଲ୍ମର ରିଲିଜ୍‌ ଡେଟ୍‌ରେ ପାଖାପାଖି ୮ଥର ପରିବର୍ତ୍ତନ କରାଯାଇଛି। ଶେଷରେ ଫିଲ୍ମଟି ଡିସେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର୍‌ ଦେଖି ଲୋକେ ଆଚମ୍ବିତ ହୋଇଯାନ୍ତି। ଟ୍ରେଲର୍‌ରେ ନୀଳ ଲୋକଙ୍କ ଦୁନିଆ ‘ପାଣ୍ଡୋରା’କୁ ଦେଖାଯାଇଛି। ଯେଉଁଭଳି ଏଥିରେ ଭିଏଫ୍ଏକ୍ସ (ଭିଜୁଆଲ ଇଫେକ୍ଟସ୍‌)ର ବ୍ୟବହାର କରାଯାଇଛି ଏହା ସମସ୍ତଙ୍କୁ ଚକିତ କରି ଦେଇଛି।

ଆହୁରି ପଢ଼ନ୍ତୁ: 'ଭୂତ ବଙ୍ଗଳା'ରେ ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ସହ କାମ କରିବା ନେଇ ପରେଶ ରାୱଲଙ୍କ ବଡ଼ ବୟାନ: କହିଲେ 'ଏମାନଙ୍କ ସହ ଥିଲେ ହିମୋଗ୍ଲୋବିନ୍ ବଢ଼ିଯାଏ'

‘ଅବତାର-୨’ ରିଲିଜ୍‌ ହେଲେ ଏହା ବକ୍ସ ଅଫିସ୍‌ରେ ରେକର୍ଡ ଆୟ କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି। ‘ଅବତାର’ର ପ୍ରଥମ ପାର୍ଟ ୨୦୦୯ରେ ଆସିଥିଲା। ଏହା ବିଶ୍ବର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଥିଲା। ଏହା ସାରା ବିଶ୍ବରେ ୨୦ ହଜାର ୩୬୮ କୋଟି ଟଙ୍କା ଆୟ କରିଥିଲା। ଏଠାରେ ପ୍ରକାଶ ଥାଉ କି, ‘ଅବତାର’ର ମୋଟ ପାଞ୍ଚୋଟି ପାର୍ଟ ରିଲିଜ୍‌ ହେବ। ଏହାର ତୃତୀୟ ପାର୍ଟ ୨୦୨୪ରେ, ଚତୁର୍ଥ ପାର୍ଟ ୨୦୨୬ରେ ଏବଂ ପଞ୍ଚମ ପାର୍ଟ ୨୦୨୮ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ସାମ୍‌ ବର୍ଥିଂଟନ୍‌, ଜୋ ସଲଦାନା,କେଟ୍‌ ୱ଄ନସ୍‌ଲେଟ୍‌, ଷ୍ଟିଫନ୍‌ ଲ୍ୟାଙ୍ଗ୍‌, ସିଗୋରନୀ ବିବର ମୁଖ୍ୟ ଭୂମିକାରେ ଦେଖାଯିବେ। ‘ଅବତାର-୨’ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତେଲୁଗୁ, ତାମିଲ୍‌ ଏବଂ ମାଲାୟାଲମ୍‌ ଭାଷାରେ ରିଲିଜ୍‌ ହେବ।

ଆହୁରି ପଢ଼ନ୍ତୁ: "ମୁଁ ଏଠାରେ ଅଧିକ ନଖରା ଦେଖାଇ ପାରିବି ନାହିଁ", ବଲିଉଡରେ ନେପୋଟିଜିମ୍ ଏବଂ ନିଜ ଷ୍ଟ୍ରଗଲ୍ ଉପରେ ରାଇମା ସେନ୍‌ଙ୍କ ବଡ଼ ବୟାନ

05 Nov 2022 By The Sakala

୧୯୦୦ କୋଟିର ଫିଲ୍ମ ‘ଅବତାର-୨’

ହଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଜେମସ୍‌ କ୍ୟାମରୁନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର-୨’ (ଦ ୱେ ଅଫ୍‌ ୱାଟର୍)ର ରିଲିଜ୍‌କୁ ଅନେକ ଦିନରୁ ଦର୍ଶକେ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଏହାର ଟ୍ରେଲର୍‌କୁ ଜବରଦସ୍ତ ପ୍ରଶଂସା କରାଯାଇଛି। ଟ୍ରେଲର୍‌କୁ ଦେଖି ଏହାର ପ୍ରଥମ ଭାଗଠାରୁ ଦ୍ବିତୀୟ ଭାଗ ଆହୁରି ଭଲ ହୋଇଥିବ ବୋଲି ଆଶା କରାଯାଉଛି। ୧୯୦୦ କୋଟିର ଏହି ଫିଲ୍ମରେ ପୁଣି ନୀଳ ଲୋକଙ୍କ କାହାଣୀ ଦେଖିବାକୁ ମିଳିବ। ‘ଅବତାର୍-୨’ ଡିସେମ୍ବର ୧୬ରେ ରିଲିଜ୍‌ ହେବ। ଫିଲ୍ମର ରିଲିଜ୍‌ ଡେଟ୍‌ରେ ପାଖାପାଖି ୮ଥର ପରିବର୍ତ୍ତନ କରାଯାଇଛି। ଶେଷରେ ଫିଲ୍ମଟି ଡିସେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର୍‌ ଦେଖି ଲୋକେ ଆଚମ୍ବିତ ହୋଇଯାନ୍ତି। ଟ୍ରେଲର୍‌ରେ ନୀଳ ଲୋକଙ୍କ ଦୁନିଆ ‘ପାଣ୍ଡୋରା’କୁ ଦେଖାଯାଇଛି। ଯେଉଁଭଳି ଏଥିରେ ଭିଏଫ୍ଏକ୍ସ (ଭିଜୁଆଲ ଇଫେକ୍ଟସ୍‌)ର ବ୍ୟବହାର କରାଯାଇଛି ଏହା ସମସ୍ତଙ୍କୁ ଚକିତ କରି ଦେଇଛି।

‘ଅବତାର-୨’ ରିଲିଜ୍‌ ହେଲେ ଏହା ବକ୍ସ ଅଫିସ୍‌ରେ ରେକର୍ଡ ଆୟ କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି। ‘ଅବତାର’ର ପ୍ରଥମ ପାର୍ଟ ୨୦୦୯ରେ ଆସିଥିଲା। ଏହା ବିଶ୍ବର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଥିଲା। ଏହା ସାରା ବିଶ୍ବରେ ୨୦ ହଜାର ୩୬୮ କୋଟି ଟଙ୍କା ଆୟ କରିଥିଲା। ଏଠାରେ ପ୍ରକାଶ ଥାଉ କି, ‘ଅବତାର’ର ମୋଟ ପାଞ୍ଚୋଟି ପାର୍ଟ ରିଲିଜ୍‌ ହେବ। ଏହାର ତୃତୀୟ ପାର୍ଟ ୨୦୨୪ରେ, ଚତୁର୍ଥ ପାର୍ଟ ୨୦୨୬ରେ ଏବଂ ପଞ୍ଚମ ପାର୍ଟ ୨୦୨୮ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ସାମ୍‌ ବର୍ଥିଂଟନ୍‌, ଜୋ ସଲଦାନା,କେଟ୍‌ ୱ଄ନସ୍‌ଲେଟ୍‌, ଷ୍ଟିଫନ୍‌ ଲ୍ୟାଙ୍ଗ୍‌, ସିଗୋରନୀ ବିବର ମୁଖ୍ୟ ଭୂମିକାରେ ଦେଖାଯିବେ। ‘ଅବତାର-୨’ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତେଲୁଗୁ, ତାମିଲ୍‌ ଏବଂ ମାଲାୟାଲମ୍‌ ଭାଷାରେ ରିଲିଜ୍‌ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର