ଶ୍ରଦ୍ଧା ହେବେ ପ୍ରଯୋଜିକା

The Sakala Picture
Published On

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ‘ସ୍ତ୍ରୀ ୨’ରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଏବେ ବଡ଼ ବଡ଼ ପ୍ରୋଜେକ୍ଟରୁ ଅଫର୍‌ ଆସୁଛି। ଏହା ୨୦୧୮ରେ ଆସିଥିବା ‘ସ୍ତ୍ରୀ’ର ସିକ୍ବେଲ ଥିଲା। ‘ସ୍ତ୍ରୀ ୨’ ପରେ ଛଅମାସ ବିତି ଯାଇଥିଲେ ବି ଶ୍ରଦ୍ଧା ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଅବଶ୍ୟ ସେ କିଛି ନୂଆ କରୁଛନ୍ତି ବୋଲି ନିକଟରେ ସୂଚନା ଦେଇଛନ୍ତି। ଶ୍ରଦ୍ଧା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର୍‌ କରିଥିଲେ। ଏଥିରେ […]

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ‘ସ୍ତ୍ରୀ ୨’ରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଏବେ ବଡ଼ ବଡ଼ ପ୍ରୋଜେକ୍ଟରୁ ଅଫର୍‌ ଆସୁଛି। ଏହା ୨୦୧୮ରେ ଆସିଥିବା ‘ସ୍ତ୍ରୀ’ର ସିକ୍ବେଲ ଥିଲା। ‘ସ୍ତ୍ରୀ ୨’ ପରେ ଛଅମାସ ବିତି ଯାଇଥିଲେ ବି ଶ୍ରଦ୍ଧା ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଅବଶ୍ୟ ସେ କିଛି ନୂଆ କରୁଛନ୍ତି ବୋଲି ନିକଟରେ ସୂଚନା ଦେଇଛନ୍ତି। ଶ୍ରଦ୍ଧା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର୍‌ କରିଥିଲେ। ଏଥିରେ ସେ ଲେଖୀଥିଲେ, ‘ଫିଲ୍ମ ଘୋଷଣା କରିବାର ଅଛି, ମୋ ପ୍ରଡକ୍ସନ୍‌ କମ୍ପାନି ପାଇଁ, ଦୟାକରି କିଛି ନାମ ଦିଅନ୍ତୁ। ’ ଏହି ପୋଷ୍ଟରେ ଶ୍ରଦ୍ଧା ତାଙ୍କ ପ୍ରଡକ୍ସନ୍‌ କମ୍ପାନି କଥା ଲେଖୀଥିବାରୁ ଦୀପିକା ପାଦ୍ୟୁକୋନ୍‌, ଆଲିଆ ଭଟ୍ଟଙ୍କ ପରି ସେ ମଧ୍ୟ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ତେବେ ଶ୍ରଦ୍ଧାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: 'ପୁଷ୍ପା ୨'ରେ ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ 'ଆଲଫା' କାମ: ଅଲ୍ଲୁ ଅର୍ଜୁନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp