କ୍ରୋଧର ଆତ୍ମକଥା
କୋଟି କୋଟି ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ନିକଟରେ ପ୍ରଣାମ ଜଣାଇବା ପାଇଁ ରଥଯାତ୍ରାରେ ଉପସ୍ଥିତ ହେଲେ। ସେମାନଙ୍କ ଭିତରେ ସୁପ୍ତ ଭାବରେ ଥିବା କ୍ରୋଧ ମଧ୍ୟ ଏହି ସୁଯୋଗରେ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ପଳାଇଲା। ଜଗନ୍ନାଥ କ୍ରୋଧକୁ କହିଲେ – ‘ତୁମେ ତ ମଣିଷର ଏକ ଶତ୍ରୁ। ତୁମ ଯୋଗୁଁଁ ତା’ର କ୍ଷତି ହୁଏ। ସେ ହିତାହିତ ଜ୍ଞାନ ପାଶୋରି ଯାଏ। ତୁମ ଯୋଗୁଁଁ ତା’ର ହୃଦରୋଗ ହୁଏ। ମୋ ଭକ୍ତମାନେ ତୁମ ଦାଉରୁ କିପରି ମୁକ୍ତି ପାଇବେ? […]
କୋଟି କୋଟି ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ନିକଟରେ ପ୍ରଣାମ ଜଣାଇବା ପାଇଁ ରଥଯାତ୍ରାରେ ଉପସ୍ଥିତ ହେଲେ। ସେମାନଙ୍କ ଭିତରେ ସୁପ୍ତ ଭାବରେ ଥିବା କ୍ରୋଧ ମଧ୍ୟ ଏହି ସୁଯୋଗରେ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ପଳାଇଲା। ଜଗନ୍ନାଥ କ୍ରୋଧକୁ କହିଲେ – ‘ତୁମେ ତ ମଣିଷର ଏକ ଶତ୍ରୁ। ତୁମ ଯୋଗୁଁଁ ତା’ର କ୍ଷତି ହୁଏ। ସେ ହିତାହିତ ଜ୍ଞାନ ପାଶୋରି ଯାଏ। ତୁମ ଯୋଗୁଁଁ ତା’ର ହୃଦରୋଗ ହୁଏ। ମୋ ଭକ୍ତମାନେ ତୁମ ଦାଉରୁ କିପରି ମୁକ୍ତି ପାଇବେ? ବହୁ ବର୍ଷ ତଳେ ମୁଁ ଗୀତାରେ କହିଥିଲେ ମଧ୍ୟ ସେମାନେ ତା’କୁ ପଢ଼଼ୁ ନାହାନ୍ତି କିମ୍ବା ହୃଦୟଙ୍ଗମ କରୁନାହାନ୍ତି। ଯୁଦ୍ଧ ସମୟରେ ମୁଁ ଅର୍ଜୁନଙ୍କୁ କହିଥିଲି – ଧ୍ୟାୟତୋ ବିଷୟାନ ପୁଂସଃ ସଙ୍ଗସ୍ତେଷୂ ଉପଜାୟତେ, ସଙ୍ଗାତ୍ ସତ୍ମାୟତେ, କାମଃ କାମାତ୍ କ୍ରୋଧ ଅଭିଜାୟତେ। କ୍ରୋଧାତ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତି ବିଭ୍ରମଃ, ସ୍ମୃତି ଭ୍ରଂଶ୍ରାଜ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି।’
କ୍ରୋଧ କହିଲା – ପ୍ରଭୁ! ମୁଁ ଅର୍ଜୁନ ନୁହେଁ। ମତେ ଟିକେ ସରଳ ଭାଷାରେ ବୁଝାଇ ଦିଅନ୍ତୁ।’ ମହାପ୍ରଭୁ କହିଲେ – ‘ବିଷୟ ଚିନ୍ତା କରୁଥିବା ବ୍ୟକ୍ତିର ଆସକ୍ତି ସୃଷ୍ଟି ହୁଏ। ଆସକ୍ତିରୁ ମଣିଷ ମନରେ କାମନା ଜନ୍ମ ହୁଏ। ସେହି କାମନାକୁ ପ୍ରତିରୋଧ କଲେ କ୍ରୋଧ ଜାତ ହୁଏ। କ୍ରୋଧରୁ ମୋହ ଜାତ ହୁଏ। ମୋହରୁ ମଣିଷର ସ୍ମୃତି ବିଭ୍ରମ ହୁଏ। ଏପରି ହେଲେ ତା’ର ବୁଦ୍ଧି ନାଶ ହୋଇଯାଏ। ସେ ଜ୍ଞାନଶକ୍ତି ହରାଇ ବସେ ଓ ମଣିଷ ଅଧୋଗତିଗାମୀ ହୁଏ। ମଣିଷମାନେ ସତ୍ତ୍ୱ ଭାବ ବୃଦ୍ଧି କଲେ ତୁମେ ତା’ ଶରୀରରେ ଚୁପଚାପ ହୋଇ ରହିବ ବୋଲି ମୁଁ କହିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି।’ କ୍ରୋଧ ପଚାରିଲା – ‘ମତେ ମଣିଷ ଭିତରେ ଜନ୍ମ ଦେଇଥିଲେ ମଧ୍ୟ ମୋର ପିତାମାତାଙ୍କ ନାମ ଜାଣି ନାହିଁ। ଦୟାକରି ମତେ କୁହନ୍ତୁ।’
ଜଗନ୍ନାଥ କହିଲେ – ‘ରଜ ଓ ତମ ତୁମର ପିତାମାତା। କାଠ ଭିତରେ ନିଅାଁ ଥାଏ; କିନ୍ତୁ ନିଅାଁ ନ ବାହାରିବା ପର୍ଯ୍ୟନ୍ତ କାଠକୁ ଭସ୍ମୀଭୂତ କରି ହେବନି। ମଣିଷ ଶରୀର ଭିତରେ ତୁମେ ଅଛ। ତୁମେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ମଣିଷର କ୍ଷତି କରିପାରିବ ନାହିଁ।’ ଏହି କଥା ଶୁଣି ମଣିଷ ଭିତରେ ଥିବା ଅଗ୍ନିଦେବ ପଚାରିଲେ – ‘ମୁଁ ମଣିଷ ଭିତରୁ କିପରି ବାହାରେ?’ ଜଗନ୍ନାଥ କହିଲେ – ‘ହେ ଅଗ୍ନିଦେବ! ମଣିଷମାନଙ୍କ ମଧ୍ୟରେ ମନର ଅମେଳ ହେଲେ, ମତ ପାର୍ଥକ୍ୟ ହେଲେ ତୁମେ ପ୍ରକାଶିତ ହୁଅ। ମନୁଷ୍ୟକୁ ତା’ର ସଫଳତା ଆନନ୍ଦ ଦିଏ; କିନ୍ତୁ ତା’ର ବିଫଳତା କ୍ରୋଧ ଜନ୍ମାଏ।’ ଅଗ୍ନିଦେବ କହିଲେ – ‘ଏ ସବୁ ଠିକ ଯେ ମୁଁ ମନୁଷ୍ୟ ଭିତରେ ଜଠରାଗ୍ନି ଭାବେ ରହି ଖାଦ୍ୟ ହଜମ କରୁଛି। ମନୁଷ୍ୟ ଅଫିମ, ମଦ୍ୟ ଓ ବ୍ରାଉନ ସୁଗାର ଭକ୍ଷଣ କରୁଛି। ଏହା ମଧ୍ୟ ତା’ର କ୍ରୋଧର କାରଣ। କ୍ରୋଧର କେତେ ପାଳିତ ମାତା ଅଛନ୍ତି। ସେମାନେ ହେଲେ ଅସନ୍ତୋଷ, ବିରକ୍ତିଭାବ, ଚିଡ଼ିଚିଡ଼ା ପ୍ରକୃତି ଇତ୍ୟାଦି।’ ଜଗନ୍ନାଥ କହିଲେ – ‘ମୁଁ ଗୀତାରେ କହିଛି ନର୍କର ତିନି ଦ୍ୱାର କାମ-କ୍ରୋଧ-ଲୋଭ ମଧ୍ୟରୁ କ୍ରୋଧ ଗୋଟିଏ ଦ୍ୱାର। ମଣିଷ କାମନାପୂର୍ଣ୍ଣ ନହେଲେ ସେ କ୍ରୋଧିତ ହୁଏ। ତା’ର କାମନା ପୂର୍ଣ୍ଣ ହେଲେ ସେଥିରୁ ତା’ର ଲୋଭ ସୃଷ୍ଟି ହୁଏ। କ୍ରୋଧର ଭାଇ ହେଉଛି ଅହଂକାର। ଯେପରି ପ୍ରିୟଜିନିଷ ପାଇଲେ କ୍ରୋଧ ଦୂରେଇ ଯାଏ, ସେପରି ନିରବତା, ବିଛଣାରେ ଶୟନ, ଥଣ୍ଡାପାନୀୟ ପ୍ରଭୃତି ଗ୍ରହଣ କଲେ କ୍ରୋଧ ଦୂରେଇଯାଏ। କ୍ରୋଧକୁ ଜୟ କରି ପାରିଲେ ମଣିଷର ଧୈର୍ଯ୍ୟ ବୃଦ୍ଧି ହୁଏ।’
ଆମେ ଯଦି ଭାବିବା ସେ ଠିକ କରିଛି, ମୁଁ ଭୁଲ କରିଛି କ୍ରୋଧ ଦୂରେଇ ଯିବ। ମନୀଷୀମାନେ କହିଛନ୍ତି ପ୍ରତିକ୍ରିୟାଠାରୁ ଦୂରେଇ ରହିଲେ କ୍ରୋଧ ଦୂରେଇଯାଏ। କ୍ରୋଧର ଅଧୀନ ହେଲେ ଯଶ ମିଳେ ନାହିଁ। ଯୀଶୁ ଶାନ୍ତ ଧୀର ସ୍ଥିର ମନରେ କ୍ରୋଧକୁ ସମ୍ବରଣ କରିପାରିଥିଲେ। ତେଣୁ ପ୍ରତ୍ୟେକ ମନୁଷ୍ୟ ତା’ ଭିତରେ ଥିବା କ୍ରୋଧ ଓ ଅହଂଭାବକୁ ଠିକ୍ ଭାବରେ ଚିହ୍ନିବା ଦରକାର। ଯେଉଁମାନେ ପ୍ରଭୁଙ୍କୁ ଦର୍ଶନ କରି ଅହଂକାର ଓ କ୍ରୋଧକୁ ତାଙ୍କ ପାଦପଦ୍ମରେ ସମର୍ପଣ କରିଥା’ନ୍ତି ସେହିମାନଙ୍କୁ କେବଳ ଈଶ୍ୱର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
ଅନୀତା ପଟ୍ଟନାୟକ
କଟକ, ମୋ: ୯୬୯୨୯୮୦୦୨୬