କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର
କଟକ: କଟକ ପ୍ରେସଛକ ମାଛ ମାର୍କେଟ ରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଛି । ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇବା ପରେ ଉଭୟ ବକ୍ସି ବଜାର ଓ ଚାଉଳିଆଗଞ୍ଜରୁ ତିନୋଟି ଗାଡ଼ି ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ସାଢ଼େ ୭ ଘଣ୍ଟା ପରେ ବି ନିଆଁ ଆୟତ୍ତକୁ ଆସି ନଥିବା ଜଣାପଡିଛି ।
ଘଟଣାସ୍ଥଳନରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର । ସେ କହିଛନ୍ତି କି, ପାଖରେ ଥିବା ଜରାଜୀର୍ଣ୍ଣ ବିଲ୍ଡିଂ ପାଇଁ ସରକାର ସ୍ବତନ୍ତ୍ର ବ୍ୟବବରାଦ କଲେ ଏହାକୁ ଭଙ୍ଗାଯିବ । ପ୍ରଶାସନ କଠୋର ହେବା ସହ ସହରରେ ଥିବା ଏଭଳି ଜରାଜୀଣ୍ଣ୍ଣ ବିଲ୍ଡିଂକୁ ଚିହ୍ନଟ କରି ଭାଙ୍ଗିବା ଜରୁରୀ । ହଜାରେ ବର୍ଷର ସହର ଅର୍ଥାତ ନିଆଁ ଲାଗିବାର ସାଢ଼େ ୭ ଘଣ୍ଟା ପରେ ବି ଆୟତ୍ତକୁ ନଆସିବା ଦୁଃଖର ବିଷୟ । ସରକାର କଠୋର ହେଲେ ପ୍ରକିୟା ଆଗେଇବ ବୋଲି କହିଛନ୍ତି ମେୟର ।