ବିରାଟ କୋହଲି ରଚିଲେ ଇତିହାସ: ୬୫୦ରୁ ଅଧିକ ରନ୍ ସହ ଦୁଇଟି ଆଇପିଏଲ୍ ଟାଇଟଲ୍ ଜିତିବାରେ ପ୍ରଥମ ଖେଳାଳି

Madhusudan Das Picture
Published On

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଆଇପିଏଲ୍ ୨୦୨୬ (IPL 2026) ଫାଇନାଲରେ ଗୁଜରାଟ ଟାଇଟନ୍ସ (Gujarat Titans) କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତି ଇତିହାସ ରଚିଛି। ରବିବାର ଅହମ୍ମଦାବାଦ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ବିଜୟ ସହ ବେଙ୍ଗାଲୁରୁ ଦଳ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ କ୍ରମାଗତ ଭାବେ ଆଇପିଏଲ୍ ଟାଇଟଲ୍ ଜିତିବାରେ ତୃତୀୟ ଦଳ ହୋଇପାରିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

ଏହି ଐତିହାସିକ ବିଜୟର ମୁଖ୍ୟ ବିନ୍ଧାଣୀ ଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି (Virat Kohli)। ସେ ଫାଇନାଲ୍ ମ୍ୟାଚରେ ମାତ୍ର ୪୨ ବଲରୁ ଅପରାଜିତ ୭୫ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୯ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଫାଇନାଲ୍ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବା ସହ ୩୭ ବର୍ଷୀୟ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ଦୁଇଟି ଟାଇଟଲ୍ ବିଜୟୀ ସିଜିନରେ ୬୫୦ରୁ ଅଧିକ ରନ୍ ସଂଗ୍ରହ କରିବାର ବିରଳ ରେକର୍ଡ ନିଜ ନାମରେ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

୨୦୨୫ ସିଜିନରେ ଆରସିବି ଚାମ୍ପିୟନ୍ ହେବା ବେଳେ କୋହଲି ୧୫ଟି ମ୍ୟାଚରୁ ୬୫୭ ରନ୍ କରିଥିଲେ ଏବଂ ଏବେ ଆଇପିଏଲ୍ ୨୦୨୬ରେ ୧୬ଟି ଇନିଂସରୁ ୬୭୫ ରନ୍ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ କୌଣସି ଖେଳାଳି ଦୁଇଟି ଅଲଗା ଅଲଗା ଟାଇଟଲ୍ ବିଜୟୀ ସିଜିନରେ ୬୫୦ ରନ୍ ପାର କରିନଥିଲେ।

ଫାଇନାଲରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବା ସହ କୋହଲି ନିଜର ୨୨ତମ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ହାସଲ କରିଛନ୍ତି। ଏହା ସହିତ ସେ ରୋହିତ ଶର୍ମାଙ୍କ (୨୧ଟି ପୁରସ୍କାର) ରେକର୍ଡକୁ ଅତିକ୍ରମ କରି ଆଇପିଏଲ୍‌ରେ ଜଣେ ଭାରତୀୟ ଭାବେ ସର୍ବାଧିକ ଥର ଏହି ପୁରସ୍କାର ଜିତିବାରେ ଶୀର୍ଷରେ ପହଞ୍ଚିଛନ୍ତି। ଏହି ତାଲିକାରେ ଏମଏସ୍ ଧୋନି ୧୮ଟି ପୁରସ୍କାର ସହ ତୃତୀୟ ସ୍ଥାନରେ ଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ କେଏଲ୍ ରାହୁଲ ପ୍ରତ୍ୟେକେ ୧୭ଟି ଲେଖାଏଁ ପୁରସ୍କାର ପାଇଛନ୍ତି।

କୋହଲିଙ୍କ ଚମତ୍କାର ବ୍ୟାଟିଂ ପୂର୍ବରୁ ଆରସିବି (RCB) ର ବୋଲରମାନେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ପାୱାରପ୍ଲେ ଭିତରେ ଜୋସ୍ ହେଜଲଉଡ୍ ଏବଂ ଭୁବନେଶ୍ୱର କୁମାର ପ୍ରାରମ୍ଭିକ ଝଟକା ଦେଇ ଗୁଜରାଟ ଟାଇଟନ୍ସର ଓପନର୍ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ବୋଲରଙ୍କ ଏହି ମିଳିତ ଉଦ୍ୟମ ଯୋଗୁଁ ଗୁଜରାଟ ଦଳ ଏକ ସାଧାରଣ ସ୍କୋରରେ ଅଟକି ଯାଇଥିଲା, ଯାହା ଫଳରେ ବିରାଟ କୋହଲି ସହଜରେ ଦଳକୁ ଐତିହାସିକ ବିଜୟ ଭେଟି ଦେଇଥିଲେ।

01 Jun 2026 By Madhusudan Das

ବିରାଟ କୋହଲି ରଚିଲେ ଇତିହାସ: ୬୫୦ରୁ ଅଧିକ ରନ୍ ସହ ଦୁଇଟି ଆଇପିଏଲ୍ ଟାଇଟଲ୍ ଜିତିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଆଇପିଏଲ୍ ୨୦୨୬ (IPL 2026) ଫାଇନାଲରେ ଗୁଜରାଟ ଟାଇଟନ୍ସ (Gujarat Titans) କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତି ଇତିହାସ ରଚିଛି। ରବିବାର ଅହମ୍ମଦାବାଦ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ବିଜୟ ସହ ବେଙ୍ଗାଲୁରୁ ଦଳ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ କ୍ରମାଗତ ଭାବେ ଆଇପିଏଲ୍ ଟାଇଟଲ୍ ଜିତିବାରେ ତୃତୀୟ ଦଳ ହୋଇପାରିଛି।

ଏହି ଐତିହାସିକ ବିଜୟର ମୁଖ୍ୟ ବିନ୍ଧାଣୀ ଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି (Virat Kohli)। ସେ ଫାଇନାଲ୍ ମ୍ୟାଚରେ ମାତ୍ର ୪୨ ବଲରୁ ଅପରାଜିତ ୭୫ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୯ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଫାଇନାଲ୍ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା।

ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବା ସହ ୩୭ ବର୍ଷୀୟ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ଦୁଇଟି ଟାଇଟଲ୍ ବିଜୟୀ ସିଜିନରେ ୬୫୦ରୁ ଅଧିକ ରନ୍ ସଂଗ୍ରହ କରିବାର ବିରଳ ରେକର୍ଡ ନିଜ ନାମରେ କରିଛନ୍ତି।

୨୦୨୫ ସିଜିନରେ ଆରସିବି ଚାମ୍ପିୟନ୍ ହେବା ବେଳେ କୋହଲି ୧୫ଟି ମ୍ୟାଚରୁ ୬୫୭ ରନ୍ କରିଥିଲେ ଏବଂ ଏବେ ଆଇପିଏଲ୍ ୨୦୨୬ରେ ୧୬ଟି ଇନିଂସରୁ ୬୭୫ ରନ୍ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ କୌଣସି ଖେଳାଳି ଦୁଇଟି ଅଲଗା ଅଲଗା ଟାଇଟଲ୍ ବିଜୟୀ ସିଜିନରେ ୬୫୦ ରନ୍ ପାର କରିନଥିଲେ।

ଫାଇନାଲରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବା ସହ କୋହଲି ନିଜର ୨୨ତମ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ହାସଲ କରିଛନ୍ତି। ଏହା ସହିତ ସେ ରୋହିତ ଶର୍ମାଙ୍କ (୨୧ଟି ପୁରସ୍କାର) ରେକର୍ଡକୁ ଅତିକ୍ରମ କରି ଆଇପିଏଲ୍‌ରେ ଜଣେ ଭାରତୀୟ ଭାବେ ସର୍ବାଧିକ ଥର ଏହି ପୁରସ୍କାର ଜିତିବାରେ ଶୀର୍ଷରେ ପହଞ୍ଚିଛନ୍ତି। ଏହି ତାଲିକାରେ ଏମଏସ୍ ଧୋନି ୧୮ଟି ପୁରସ୍କାର ସହ ତୃତୀୟ ସ୍ଥାନରେ ଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ କେଏଲ୍ ରାହୁଲ ପ୍ରତ୍ୟେକେ ୧୭ଟି ଲେଖାଏଁ ପୁରସ୍କାର ପାଇଛନ୍ତି।

କୋହଲିଙ୍କ ଚମତ୍କାର ବ୍ୟାଟିଂ ପୂର୍ବରୁ ଆରସିବି (RCB) ର ବୋଲରମାନେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ପାୱାରପ୍ଲେ ଭିତରେ ଜୋସ୍ ହେଜଲଉଡ୍ ଏବଂ ଭୁବନେଶ୍ୱର କୁମାର ପ୍ରାରମ୍ଭିକ ଝଟକା ଦେଇ ଗୁଜରାଟ ଟାଇଟନ୍ସର ଓପନର୍ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ବୋଲରଙ୍କ ଏହି ମିଳିତ ଉଦ୍ୟମ ଯୋଗୁଁ ଗୁଜରାଟ ଦଳ ଏକ ସାଧାରଣ ସ୍କୋରରେ ଅଟକି ଯାଇଥିଲା, ଯାହା ଫଳରେ ବିରାଟ କୋହଲି ସହଜରେ ଦଳକୁ ଐତିହାସିକ ବିଜୟ ଭେଟି ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର