ଆଗ ଧାଡି଼ର ସାମ୍ବାଦିକା ପରିଚୟ ଦେଇ ଡାକିଲେ ,୨ ଦିନ ଅଟକ ରଖି ନିସ୍ତୁକ ପିଟିବା ପରେ ମାଗିଲେ ୧୦ ଲକ୍ଷ

The Sakala Picture
Published On

ଭୁବନେଶ୍ବର : ଦାଦାବଟି ପାଇଁ ୱେବ ପୋର୍ଟାଲ ସାମ୍ବାଦିକାଙ୍କ ଥାର୍ଡ ଡିଗ୍ରୀର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ନିଜକୁ ଜଣେ  ଆଗଧାଡିର ସାମ୍ବାଦିକା ବୋଲି ପରିଚୟ ଦେଇ ଖଣି ଦୁର୍ନୀତିରେ ଫସାଇ ଦେବାକୁ କହିବା ସହ ୨ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ । ଗୋଟିଏ ଘରେ ୨ ଦିନ ବନ୍ଦୀ ରଖିବା ପରେ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ ଏହି ସାମ୍ବାଦିକା ଓ […]

ଭୁବନେଶ୍ବର : ଦାଦାବଟି ପାଇଁ ୱେବ ପୋର୍ଟାଲ ସାମ୍ବାଦିକାଙ୍କ ଥାର୍ଡ ଡିଗ୍ରୀର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ନିଜକୁ ଜଣେ  ଆଗଧାଡିର ସାମ୍ବାଦିକା ବୋଲି ପରିଚୟ ଦେଇ ଖଣି ଦୁର୍ନୀତିରେ ଫସାଇ ଦେବାକୁ କହିବା ସହ ୨ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ । ଗୋଟିଏ ଘରେ ୨ ଦିନ ବନ୍ଦୀ ରଖିବା ପରେ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ ଏହି ସାମ୍ବାଦିକା ଓ ତାଙ୍କର ସହଯୋଗୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁରା କଥା ପଦାକୁ ଆସିଛି।ପୁଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଘଟଣାନୁଯାୟୀ ଦୁଇ ସପ୍ତାହ ତଳେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରୁଥିବା କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ମହିଳା ସାମ୍ବାଦିକା ପ୍ରିୟମ୍ବଦା ଫୋନ୍‌ କରି କହିଥିଲେ, ମୁଁ ଜଣେ ରିପୋର୍ଟର । ‘ଲାଇଭ କଳିଙ୍ଗ’ ୱେବ୍‌ ପୋର୍ଟାଲ ପକ୍ଷରୁ ଫୋନ୍‌ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି । ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନଚେତ୍‌, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ କହି ବ୍ୟବସାୟୀଙ୍କ ବ୍ଲାକ୍‌ମେଲ୍‌ କରିଥିଲେ।  ଏମିତି ଫୋନ୍‌ କଲ୍‌ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ । ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍‌ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍‌ପୋର୍ଟାଲ ମାଲିକ ରାଜ୍‌ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ରାଜ୍‌ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ । ଦୀର୍ଘ ୨ ଦିନ ଧରି ୱେବ୍‌ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଏପରିକି ସେମାନଙ୍କୁ ଉଲଗ୍ନ କରି ସିଗାରେଟ୍‌ ଚେଙ୍କ ମଧ୍ୟ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

କେବଳ ସେତିକି ନୁହେଁ ଉଭୟ ବ୍ୟବସାୟୀ ଏବଂ ତାଙ୍କ ସହଯୋଗୀଙ୍କ ମୋବାଇଲ୍‌ରୁ ପରିବାର ଲୋକଙ୍କୁ ମଧ୍ୟ କଲ୍‌ କରି ଧମକାଇବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ଲୋକ ଟଙ୍କା ଦେବାପରେ ଉଭୟଙ୍କୁ ଛାଡିଥିଲେ । ତେବେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ଏତଲା ଦେଇଥିଲେ । ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତଙ୍କ ଅଭିଯୋଗ ଆଧାରରେ ପୁଲିସ ‘ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ମହିଳା ସାମ୍ବାଦିକାଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଘଟଣାର ମାଷ୍ଟରମାଇଣ୍ଡ ‘ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ସିଇଓ ରାଜ୍‌ ଫେରାର ଅଛି।

ତେବେ ଆଶ୍ଚର୍ୟ୍ୟର କଥା ଯେ, ପୁଲିସ ଏହି ତଥା କଥିତ ଓ୍ୱେବ୍ ପୋର୍ଟଲକୁ ସିଜ୍ କଲା ବେଳେ ସେଠାରୁ ଖଣ୍ଡା, କାତି ଓ ବନ୍ଧୁକ ଭଳି ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏଭଳି କି ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ କିଛି ଅପରାଧିକ ମାମଲା ଥିବା ଏବଂ ଦାଦାବଟି ଆଦାୟ କରୁଥିବା କୁହାଯାଉଛି । ସେମାନେ ଉକ୍ତ ପୀଡ଼ିତଙ୍କୁ ନିର୍ଯ୍ୟାତନା ଦେବା ବେଳେ ସେ ତାଙ୍କର ୨୭ ନମ୍ୱର ଶିକାର ବୋଲି ମଧ୍ୟ କହିଥିଲେ । ଏଣୁ ପୁଲିସ ଅନୁମାନ କରୁଛି ଯେ, ଏହା ପୂର୍ବରୁ ମଧ୍ୟ ଏହି ତଥାକଥିତ ସାମ୍ୱାଦିକମାନେ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ଟାର୍ଗେଟ କରିଥାଇ ପାରନ୍ତି। ତେବେ କିଛି ଲୋକେ ଭୟରେ ଏମାନଙ୍କ ବିରୋଧରେ ଅଭିଯୋଗ କରୁନଥିବା ବେଳେ ଏମାନଙ୍କ ଗିରଫଦାରୀ ପରେ ଲୋକେ ଆଗକୁ ଆସିବେ ଏବଂ ଅଭିଯୋଗ କରିପାରନ୍ତି ପୁଲିସ ଡିସିପି କହିଛନ୍ତି । ଏବଂ ଏମାନଙ୍କ ବିରୋଧରେ କିଛି ସଙ୍ଗୀନ ଦଫା ଲଗାଇ ତଡିପାର କରିବା ନେଇ ମଧ୍ୟ ପୁଲିସ ଯୋଜନା କରୁଛି ।

28 Aug 2021 By The Sakala

ଆଗ ଧାଡି଼ର ସାମ୍ବାଦିକା ପରିଚୟ ଦେଇ ଡାକିଲେ ,୨ ଦିନ ଅଟକ ରଖି ନିସ୍ତୁକ ପିଟିବା ପରେ ମାଗିଲେ ୧୦ ଲକ୍ଷ

ଭୁବନେଶ୍ବର : ଦାଦାବଟି ପାଇଁ ୱେବ ପୋର୍ଟାଲ ସାମ୍ବାଦିକାଙ୍କ ଥାର୍ଡ ଡିଗ୍ରୀର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ନିଜକୁ ଜଣେ  ଆଗଧାଡିର ସାମ୍ବାଦିକା ବୋଲି ପରିଚୟ ଦେଇ ଖଣି ଦୁର୍ନୀତିରେ ଫସାଇ ଦେବାକୁ କହିବା ସହ ୨ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ । ଗୋଟିଏ ଘରେ ୨ ଦିନ ବନ୍ଦୀ ରଖିବା ପରେ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ ଏହି ସାମ୍ବାଦିକା ଓ ତାଙ୍କର ସହଯୋଗୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁରା କଥା ପଦାକୁ ଆସିଛି।ପୁଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଘଟଣାନୁଯାୟୀ ଦୁଇ ସପ୍ତାହ ତଳେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରୁଥିବା କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ମହିଳା ସାମ୍ବାଦିକା ପ୍ରିୟମ୍ବଦା ଫୋନ୍‌ କରି କହିଥିଲେ, ମୁଁ ଜଣେ ରିପୋର୍ଟର । ‘ଲାଇଭ କଳିଙ୍ଗ’ ୱେବ୍‌ ପୋର୍ଟାଲ ପକ୍ଷରୁ ଫୋନ୍‌ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି । ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନଚେତ୍‌, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ କହି ବ୍ୟବସାୟୀଙ୍କ ବ୍ଲାକ୍‌ମେଲ୍‌ କରିଥିଲେ।  ଏମିତି ଫୋନ୍‌ କଲ୍‌ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ । ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍‌ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍‌ପୋର୍ଟାଲ ମାଲିକ ରାଜ୍‌ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ରାଜ୍‌ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ । ଦୀର୍ଘ ୨ ଦିନ ଧରି ୱେବ୍‌ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଏପରିକି ସେମାନଙ୍କୁ ଉଲଗ୍ନ କରି ସିଗାରେଟ୍‌ ଚେଙ୍କ ମଧ୍ୟ ଦେଉଥିଲେ ।

କେବଳ ସେତିକି ନୁହେଁ ଉଭୟ ବ୍ୟବସାୟୀ ଏବଂ ତାଙ୍କ ସହଯୋଗୀଙ୍କ ମୋବାଇଲ୍‌ରୁ ପରିବାର ଲୋକଙ୍କୁ ମଧ୍ୟ କଲ୍‌ କରି ଧମକାଇବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ଲୋକ ଟଙ୍କା ଦେବାପରେ ଉଭୟଙ୍କୁ ଛାଡିଥିଲେ । ତେବେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ଏତଲା ଦେଇଥିଲେ । ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତଙ୍କ ଅଭିଯୋଗ ଆଧାରରେ ପୁଲିସ ‘ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ମହିଳା ସାମ୍ବାଦିକାଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଘଟଣାର ମାଷ୍ଟରମାଇଣ୍ଡ ‘ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ସିଇଓ ରାଜ୍‌ ଫେରାର ଅଛି।

ତେବେ ଆଶ୍ଚର୍ୟ୍ୟର କଥା ଯେ, ପୁଲିସ ଏହି ତଥା କଥିତ ଓ୍ୱେବ୍ ପୋର୍ଟଲକୁ ସିଜ୍ କଲା ବେଳେ ସେଠାରୁ ଖଣ୍ଡା, କାତି ଓ ବନ୍ଧୁକ ଭଳି ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏଭଳି କି ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ କିଛି ଅପରାଧିକ ମାମଲା ଥିବା ଏବଂ ଦାଦାବଟି ଆଦାୟ କରୁଥିବା କୁହାଯାଉଛି । ସେମାନେ ଉକ୍ତ ପୀଡ଼ିତଙ୍କୁ ନିର୍ଯ୍ୟାତନା ଦେବା ବେଳେ ସେ ତାଙ୍କର ୨୭ ନମ୍ୱର ଶିକାର ବୋଲି ମଧ୍ୟ କହିଥିଲେ । ଏଣୁ ପୁଲିସ ଅନୁମାନ କରୁଛି ଯେ, ଏହା ପୂର୍ବରୁ ମଧ୍ୟ ଏହି ତଥାକଥିତ ସାମ୍ୱାଦିକମାନେ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ଟାର୍ଗେଟ କରିଥାଇ ପାରନ୍ତି। ତେବେ କିଛି ଲୋକେ ଭୟରେ ଏମାନଙ୍କ ବିରୋଧରେ ଅଭିଯୋଗ କରୁନଥିବା ବେଳେ ଏମାନଙ୍କ ଗିରଫଦାରୀ ପରେ ଲୋକେ ଆଗକୁ ଆସିବେ ଏବଂ ଅଭିଯୋଗ କରିପାରନ୍ତି ପୁଲିସ ଡିସିପି କହିଛନ୍ତି । ଏବଂ ଏମାନଙ୍କ ବିରୋଧରେ କିଛି ସଙ୍ଗୀନ ଦଫା ଲଗାଇ ତଡିପାର କରିବା ନେଇ ମଧ୍ୟ ପୁଲିସ ଯୋଜନା କରୁଛି ।

https://www.thesakala.in/crime/web-portal-female-journalist-and-4-held-for-kidnapping-businessman-for-extortion-in-bhubaneswar/article-4980
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର