ଜେଲ୍‍ ଫେରନ୍ତାଙ୍କ ଉପରେ ପୁଲିସର ରହୁନି ନଜର: ମାତିଲେଣି କୁଖ୍ୟାତ ଅପରାଧୀ ଓ ସିନ୍ଧିଚୋର

The Sakala Picture
Published On

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପୁଲିସ ଆରମ୍ଭ କରିଥିଲା ଜେଲ୍‍ ପରେଡ୍‍। ଏହାଦ୍ୱାରା ଅପରାଧୀ ଜେଲ୍‍ରୁ ବାହାରି ପୁଣି କୌଣସି ଅପରାଧ କଲେ ତୁରନ୍ତ ପୁଲିସ ତାକୁ ଚିହ୍ନଟ କରିବା ଓ ଗିରଫ କରିବାରେ ସହଜ ହେବ ବୋଲି କୁହାଯାଉଥିଲା। ଜେଲ୍‍ ପରେଡ୍‍ ପ୍ରତି ରବିବାର କରାଯିବା ନେଇ ପୁଲିସ ଡିସିପି ପ୍ରତୀକ ସିଂ କଡ଼ା ତାଗିଦା ମଧ୍ୟ କରିଥିଲେ। ୪ମାସ ତଳେ ଗୋଟିଏ ରବିବାର ପ୍ରତି ଥାନାର ଅଧିକାରୀ ଓ ପିଓପିଡି ଟିମ୍‍ର […]

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପୁଲିସ ଆରମ୍ଭ କରିଥିଲା ଜେଲ୍‍ ପରେଡ୍‍। ଏହାଦ୍ୱାରା ଅପରାଧୀ ଜେଲ୍‍ରୁ ବାହାରି ପୁଣି କୌଣସି ଅପରାଧ କଲେ ତୁରନ୍ତ ପୁଲିସ ତାକୁ ଚିହ୍ନଟ କରିବା ଓ ଗିରଫ କରିବାରେ ସହଜ ହେବ ବୋଲି କୁହାଯାଉଥିଲା। ଜେଲ୍‍ ପରେଡ୍‍ ପ୍ରତି ରବିବାର କରାଯିବା ନେଇ ପୁଲିସ ଡିସିପି ପ୍ରତୀକ ସିଂ କଡ଼ା ତାଗିଦା ମଧ୍ୟ କରିଥିଲେ। ୪ମାସ ତଳେ ଗୋଟିଏ ରବିବାର ପ୍ରତି ଥାନାର ଅଧିକାରୀ ଓ ପିଓପିଡି ଟିମ୍‍ର ମୁଖ୍ୟ ଏସ୍‍ଆଇ ଝାରପଡ଼ା ଜେଲ୍‍ ଯାଇ ପରେଡ୍‍ କରିଥିଲେ। ସେଠାରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିବା ଅପରାଧୀଙ୍କ ନାମ ପଚାରିବା ସହ ସେମାନେ କେଉଁ ଅପରାଧରେ ଗିରଫ ହୋଇଛନ୍ତି, ସେମାନଙ୍କ ନାମରେ କେତେ ମାମଲା ରହିଛି, ସବୁକିଛି ପଚାରି ବୁଝିଥିଲେ। ଏଭଳି ପରେଡ୍‍ ନିୟମିତ ହୋଇଥିଲେ କୌଣସି ଅପରାଧୀ ଯଦି ଜାମିନ୍‍ ପାଇ ଜେଲ୍‍ ବାହାରକୁ ବାହାରିଲା ସେନେଇ ମଧ୍ୟ ପୁଲିସ ସୂଚନା ପାଇବ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। ଏପରିକି ସେମାନେ କିଛି ଅପରାଧ ଘଟାଇବା ପୂର୍ବରୁ ପୁଲିସ ସେମାନଙ୍କୁ କାବୁ କରିନେବା ମଧ୍ୟ ସହଜ ହେବ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ହେଲେ ଏବେ ପୁଲିସର ଜେଲ୍‍ ପରେଡ୍‍ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ନା ଥାନା ବାବୁ ଯାଉଛନ୍ତି ନା ଥାନାର ଏସ୍‍ଆଇ। ଯେଉଁଥି ଲାଗି ଜେଲ୍‍ରୁ ବାହାରୁଥିବା ଅପରାଧୀଙ୍କ ଗତିବିଧି ସମ୍ପର୍କରେ ପୁଲିସ ଟ୍ରାକ୍‍ କରିପାରୁନି। ସେମାନେ ବାହାରେ ବୁଲି ବିଭିନ୍ନ ଅପରାଧ ଘଟାଉଥିଲେ ବି ତାଙ୍କ ପ୍ରତି ନିୟନ୍ତ୍ରଣ ରହୁନି। ଝାରପଡ଼ା ଜେଲ୍‍ରେ ପରେଡ଼ ବନ୍ଦ ହେବା ପରେ ରାଜଧାନୀରେ ବାଇକ୍‍ ଚୋରି, ମୋବାଇଲ୍‍ ଲୁଟ୍‍, ଘରେ ପଶି କଳାକନା ବୁଲାଇବା ଆଦି ଅପରାଧ ବଢ଼ିଛି। ଯାହାକି ପୂର୍ବ ତୁଳନାରେ ଅଧିକ ହେବ। ପୁଲିସ କାମ ବାହାନା କରି ଯାଉନଥିବା ଦେଖିବାକୁ ମିଳିଛି। ଅପରାଧୀମାନେ ଜେଲ୍‍କୁ କେବେ ଆସିଲେ ଆଉ କେବେ ଗଲେ ତାହା ଜଣାପଡୁନି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

22 Nov 2022 By The Sakala

ଜେଲ୍‍ ଫେରନ୍ତାଙ୍କ ଉପରେ ପୁଲିସର ରହୁନି ନଜର: ମାତିଲେଣି କୁଖ୍ୟାତ ଅପରାଧୀ ଓ ସିନ୍ଧିଚୋର

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପୁଲିସ ଆରମ୍ଭ କରିଥିଲା ଜେଲ୍‍ ପରେଡ୍‍। ଏହାଦ୍ୱାରା ଅପରାଧୀ ଜେଲ୍‍ରୁ ବାହାରି ପୁଣି କୌଣସି ଅପରାଧ କଲେ ତୁରନ୍ତ ପୁଲିସ ତାକୁ ଚିହ୍ନଟ କରିବା ଓ ଗିରଫ କରିବାରେ ସହଜ ହେବ ବୋଲି କୁହାଯାଉଥିଲା। ଜେଲ୍‍ ପରେଡ୍‍ ପ୍ରତି ରବିବାର କରାଯିବା ନେଇ ପୁଲିସ ଡିସିପି ପ୍ରତୀକ ସିଂ କଡ଼ା ତାଗିଦା ମଧ୍ୟ କରିଥିଲେ। ୪ମାସ ତଳେ ଗୋଟିଏ ରବିବାର ପ୍ରତି ଥାନାର ଅଧିକାରୀ ଓ ପିଓପିଡି ଟିମ୍‍ର ମୁଖ୍ୟ ଏସ୍‍ଆଇ ଝାରପଡ଼ା ଜେଲ୍‍ ଯାଇ ପରେଡ୍‍ କରିଥିଲେ। ସେଠାରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିବା ଅପରାଧୀଙ୍କ ନାମ ପଚାରିବା ସହ ସେମାନେ କେଉଁ ଅପରାଧରେ ଗିରଫ ହୋଇଛନ୍ତି, ସେମାନଙ୍କ ନାମରେ କେତେ ମାମଲା ରହିଛି, ସବୁକିଛି ପଚାରି ବୁଝିଥିଲେ। ଏଭଳି ପରେଡ୍‍ ନିୟମିତ ହୋଇଥିଲେ କୌଣସି ଅପରାଧୀ ଯଦି ଜାମିନ୍‍ ପାଇ ଜେଲ୍‍ ବାହାରକୁ ବାହାରିଲା ସେନେଇ ମଧ୍ୟ ପୁଲିସ ସୂଚନା ପାଇବ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। ଏପରିକି ସେମାନେ କିଛି ଅପରାଧ ଘଟାଇବା ପୂର୍ବରୁ ପୁଲିସ ସେମାନଙ୍କୁ କାବୁ କରିନେବା ମଧ୍ୟ ସହଜ ହେବ ବୋଲି କୁହାଯାଇଥିଲା।

ହେଲେ ଏବେ ପୁଲିସର ଜେଲ୍‍ ପରେଡ୍‍ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ନା ଥାନା ବାବୁ ଯାଉଛନ୍ତି ନା ଥାନାର ଏସ୍‍ଆଇ। ଯେଉଁଥି ଲାଗି ଜେଲ୍‍ରୁ ବାହାରୁଥିବା ଅପରାଧୀଙ୍କ ଗତିବିଧି ସମ୍ପର୍କରେ ପୁଲିସ ଟ୍ରାକ୍‍ କରିପାରୁନି। ସେମାନେ ବାହାରେ ବୁଲି ବିଭିନ୍ନ ଅପରାଧ ଘଟାଉଥିଲେ ବି ତାଙ୍କ ପ୍ରତି ନିୟନ୍ତ୍ରଣ ରହୁନି। ଝାରପଡ଼ା ଜେଲ୍‍ରେ ପରେଡ଼ ବନ୍ଦ ହେବା ପରେ ରାଜଧାନୀରେ ବାଇକ୍‍ ଚୋରି, ମୋବାଇଲ୍‍ ଲୁଟ୍‍, ଘରେ ପଶି କଳାକନା ବୁଲାଇବା ଆଦି ଅପରାଧ ବଢ଼ିଛି। ଯାହାକି ପୂର୍ବ ତୁଳନାରେ ଅଧିକ ହେବ। ପୁଲିସ କାମ ବାହାନା କରି ଯାଉନଥିବା ଦେଖିବାକୁ ମିଳିଛି। ଅପରାଧୀମାନେ ଜେଲ୍‍କୁ କେବେ ଆସିଲେ ଆଉ କେବେ ଗଲେ ତାହା ଜଣାପଡୁନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର